ସିଜନାଲ ମାଇଗ୍ରେନ୍
By: Ipsita
ସବୁବେଳେ ଋତୁ ପରିବର୍ତ୍ତନ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସିଥାଏ । ସେହିଭଳି ଏକ ସ୍ୱାସ୍ଥ୍ୟା ସମସ୍ୟା ହେଲା ସିଜିନାଲ ମାଇଗ୍ରେନ । ଏହି ସମସ୍ୟା କେବଳ ଋତୁ ପରିବର୍ତ୍ତନ ସମୟରେ ହିଁ ଅନୁଭୂତ ହୋଇଥାଏ । ଯେଉଁମାନେ ତାପମାତ୍ରା, ହ୍ୟୁମିଡିଟି, ଅତ୍ୟଧୀକ ଥଣ୍ଡା ଆଦି ପାଇଁ ସେନ୍ସିଟିଭ୍ ଥାଆନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ମାଇଗ୍ରେନ୍ ଆଟାକ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ । ଏହି ସିଜ୍ନାଲ ମାଇଗ୍ରେନ କାରଣରୁ ଲଗାତାର ମୁଣ୍ଡ ବିନ୍ଧା ହୋଇଥାଏ, ଯାହା ଫଳରେ ଅନ୍ୟ ସମସ୍ତ କଥା ବାଧାପ୍ରାପ୍ତ ହୋଇଥାଏ । ଏହି ସମସ୍ୟାର ନିଦ୍ରା ହିନତା ଏକ ପ୍ରମୁଖ ଲକ୍ଷଣ । ତେବେ ଏହି ସମସ୍ୟାକୁ ଦୂରେଇବା ପାଇଁ ଅଧିକ ପାଣି ପିଅନ୍ତୁ , ହାଇଡ୍ରେଟ ରହିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ସେହିଭଳି ଷ୍ଟ୍ରେସକୁ ମ୍ୟାନେଜ କରିବା ଶିଖନ୍ତୁ । ଷ୍ଟ୍ରେସ ଏହି ରୋଗର ମୁଖ୍ୟ ଶତ୍ରୁ ହୋଇଥାଏ । ସେହିଭଳି ଋତୁ ପରିବର୍ତ୍ତନ ବିଷୟରେ ଆଲର୍ଟ ରୁହନ୍ତୁ, ଯାହା ଫଳରେ ମାଇଗ୍ରେନ୍ର ଲକ୍ଷଣକୁ ଚିହ୍ନି ପାରିବେ ।
ସମ୍ବନ୍ଧିତ ଖବର ଏସ୍ମା କୁ ନାହିଁ ଖାତିର, ଜିଦ ରେ ଓମ୍ସା
Tags:



