ମାନସିକ ସ୍ବାସ୍ଥ୍ୟ

ସୋସିଆଲ ମିଡିଆ ପ୍ରଭାବ

ମାନସିକ ସ୍ବାସ୍ଥ୍ୟ
Ipsita Picture
By: Ipsita
Published On

 

ସୋସିଆଲ ମିଡିଆର ପ୍ରଭାବ ମାନସିକ ସ୍ବାସ୍ଥ୍ୟ ଉପରେ ଖୁବ ଅଧିକ ରହିଛି । ଆମେ ଯାହା ଦିନସାରା ଦେଖିବା ତାର ପ୍ରଭାବ ଆମ କାମ ଉପରେ ଯେମିତିହେଲେ ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ସୋସିଆଲ ମିଡିଆର ବ୍ୟବହାର ଖୁବ ଅଧିକ ବଢିଛି । ଆଜିକାଲି ଆଉ ଏହା କେବଳ ମନୋରଞ୍ଜନ ପାଇଁ କି ମଜା କରିବା ପାଇଁ କେହିଁ ଦେଖୁନାହାନ୍ତି । ଏଥିରେ ଅନେକ ଏଭଳି କଣ୍ଟେଣ୍ଟ ଦେଖିବାକୁ ମିଳୁଛି ଯାହା ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି । କିଛି ପରିସ୍ଥିତିରେ ଏକ୍ସପର୍ଟମାନେ ମଧ୍ୟ ଏଗୁଡିକୁ କମ ଦେଖିବା ପାଇଁ ପରାମର୍ଶ ଦେଉଥିବାର ଦେଖିବାକୁ ମିଳୁଛି । ଏଭଳି କିଛି ଲୋକ ରହୁଛନ୍ତି ଯେଉଁମାନେ ଏକୁଟିଆ ରହୁଛନ୍ତି । ସେମାନେ ବିଭିନ୍ନ ମାନସିକ ସମସ୍ୟା ଯେପରି ଅବସାଦ, ଆଙ୍ଗଜାଇଟି, ଟ୍ରୋମା ଆଦିରେ ପିଡିତ । ହେଲେ ସେମାନେ  ବେଳେବେଳେ ନିଜର ସାଥୀଭାବେ ମୋବାଇଲକୁ ବାଛି ନେଉଛନ୍ତି । ଏଥିରେ ସେମାନଙ୍କର ମୁଖ୍ୟ କାମ ହେଉଛି ସୋସିଆଲ ମିଡିଆ ଦେଖିବା ।  ବେଳେବେଳେ ସୋସିଆଲ ମିଡିଆରେ ଏହି ସବୁ ସମସ୍ୟାରେ ପିଡିତ ଲୋକଙ୍କୁ ଶାନ୍ତିଦେବା ପାଇଁ ରିଲ୍ସ ବା ଭିଡିଓ ଦେଖିବାକୁ ମିଳିଥାଏ । ସମ୍ପୃକ୍ତ ବ୍ୟକ୍ତିମାନେ ଏହି ଭିଡିଓ ସବୁ ଦେଖି ସେଥିରେ ଯେପରି କୁହାଯାଇଥାଏ, ସେହିଭଳି ପନ୍ଥା ଆପଣାନ୍ତି । ହେଲେ ସବୁସମୟରେ ଏହି ଭିଡିଓ ଗୁଡିକରେ ସଠିକ ତଥ୍ୟ ନଥାଏ । ତେଣୁ ଉକ୍ତ ବ୍ୟକ୍ତିଙ୍କର ଲାଭ ହେବା ପରିବର୍ତ୍ତେ କ୍ଷତି ହୋଇଥାଏ । ସେମାନଙ୍କ ମାନସିକ ଅବସ୍ଥା ଆହୁରି ବିଗିଡିଥାଏ । ସେହିସବୁ କ୍ଷେତ୍ରରେ ସୋସିଆଲ ମିଡିଆରେ ଆସୁଥିବା ରିଲରୁ ଦୂରେଇ ରହିବାକୁ ସମସ୍ତ ଏକ୍ସପର୍ଟ ପରାମର୍ଶ ଦେଇଥାଆନ୍ତି । ନିକଟରେ ହୋଇଥିବା ଏକ ରିସର୍ଚ୍ଚ ଅନୁସାରେ ସୋସିଆଲ ମିଡିଆରେ ଅପଲୋଡ ହେଉଥିବା ଏକାଧିକ ଭିଡିଓରେ କ୍ଷତିକାରକ ତଥ୍ୟ ରହୁଛି । ଏହି ସର୍ଭେରେ ପାଖାପାଖି ୧୦୦ଟି ଭିଡିଓକୁ ସାମିଲ କରାଯାଇଥିଲା, ଯେଉଁଗୁଡିକୁ ଫିଜୋଲୋଜିକାଲ ଏକ୍ସପର୍ଟମାନେ ପରୀକ୍ଷଣ କରିଥିଲେ । ତେବେ ଏଥିରେ ପାଖାପାଖି ୫୨ଟି ଭିଡିଓ ବାହାରିଥିଲା ଯେଉଁଗୁଡିକରେ ଭୁଲ ତଥ୍ୟ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ରହିଥିଲା । ଏଥିରେ ଟ୍ରମା, ଆଙ୍ଗଜାଇଟି, ଡିପ୍ରେସନ ଭଳି ସମସ୍ୟା ସମ୍ବନ୍ଧରେ ଯାହା ତଥ୍ୟା ଦିଆଯାଇଥିଲା ସେଗୁଡିକ ଡାକ୍ତରୀ ତଥ୍ୟ ଅନୁସାରେ ଭୁଲ ରହିଥିଲା । ତେଣୁ ଏହି ସବୁ ଭିଡିଓ ଲୋକଙ୍କ ଭିତରେ ଆହୁରି ସମସ୍ୟାକୁ ବଢାଉଛି ବୋଲି ଏକ୍ସପର୍ଟମାନେ ମତ ଦେଇଥାଆନ୍ତି । ସେମାନଙ୍କୁ ଭୁଲ ତଥ୍ୟ ଦିଆଯିବା ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ଆହୁରି ବିଗିଡିଥାଏ । ତେଣୁ ଏକ୍ସପର୍ଟମାନେ ସମସ୍ତଙ୍କୁ ଏଭଳି ଭିଡିଓ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି । ସେହିଭଳି କିଛି ବି ଟ୍ରିକ ଓ ଟିପ୍ସକୁ ଆପଣାଇବା ଆଗରୁ ଥରେ ସ୍ବୂାସ୍ଥ୍ୟ ବିଶେଷଜ୍ଞଙ୍କର ପରାମର୍ଶ ନେବା ପାଇଁ ସେମାନେ ପରାମର୍ଶ ଦେଉଛନ୍ତି ।