ନିଜ ମନର ରଖନ୍ତୁ ଧ୍ୟାନ
ମହିଳାମାନଙ୍କୁ ଜୀବନରେ ଅନେକ କଥାର ଧ୍ୟାନ ଦେବାକୁ ହୋଇଥାଏ । ଶାରୀରିକ ସ୍ତରରେ ସୁସ୍ଥ ଓ ଆର୍ଥିକ ସ୍ତରରେ ସ୍ୱାଧୀନ ରହିବାକୁ ସେମାନଙ୍କୁ ସମସ୍ତେ ପରାମର୍ଶ ଦିଅନ୍ତି । ହେଲେ ବେଳେବେଳେ ମାନସିକ ସ୍ୱାସ୍ଥ୍ୟ କଥା କେହି ଚିନ୍ତା କରନ୍ତି ନାହିଁ, କିନ୍ତୁ ମହିଳାଙ୍କୁ ଇମୋଲନାଲି ସ୍ମାର୍ଟ ହେବାର ଆବଶ୍ୟକତା ବେଶି ରହିଛି । ତେବେ ଏହା ହେବା ପାଇଁ ମହିଳାଙ୍କୁ କିଛି କଥାରେ ଧ୍ୟାନ ଦେବାକୁ ହୋଇଥାଏ ।
ଅଧିକ କଥା ହୁଅନ୍ତୁ ନାହିଁ
ଯେତେବେଳେ ଆପଣ ନିୟନ୍ତ୍ରିତ ଓ ସୀମିତ ମାତ୍ରାରେ କଥା ହେବେ ସେତେବେଳେ ଲୋକମାନେ ଆପଣଙ୍କୁ ଧୀର-ଗମ୍ଭୀର ଏବଂ ଜ୍ଞାନୀ ବୋଲି ଭାବିଥାଆନ୍ତି । ସମସ୍ତେ ଆପଣଙ୍କ କଥାକୁ ଶୁଣିବା ସହିତ ଗୁରୁତ୍ୱ ଦେଇଥାଆନ୍ତି । ଏହାଫଳରେ ଆପଣଙ୍କର ଆତ୍ମବିଶ୍ୱାସ ବଢିଥାଏ ଏବଂ ଆପଣ ମାନସିକ ସ୍ତରରେ ଷ୍ଟେବଲ୍ ହୋଇ ପାରନ୍ତି । ତେଣୁ ଯେତେ ପାରୁଛନ୍ତି କମ କଥା ହୁଅନ୍ତୁ ।
ଯୁକ୍ତି କରନ୍ତୁ ନାହିଁ
ଇମୋସନାଲି ସ୍ମାର୍ଟ ହେବାର ଆଉ ଏକ ଉପାୟ ହେଲା କୌଣସି ବି ବ୍ୟକ୍ତିଙ୍କ ସହ ଅଯଥା ଯୁକ୍ତି କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କୁ ସମ୍ମାନରେ ଆଞ୍ଚ ଆସିଥାଏ । ତେଣୁ ଲୋକଙ୍କୁ ସବୁବେଳେ ନିଜ ମତ ବୁଝାଇବାକୁ ଚେଷ୍ଟା କରନ୍ତୁ କିନ୍ତୁ ଯୁକ୍ତି କରନ୍ତୁ ନାହିଁ ।
ଖୁସି ରୁହନ୍ତୁ
ସବୁବେଳେ ଖୁସି ରହିବାକୁ ଚେଷ୍ଟା କରନ୍ତୁ । ମନ ଭଲ ରହିବା ଦ୍ୱାରା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବା । ସବୁକାର୍ଯ୍ୟରେ ମଧ୍ୟ ସଫଳ ହେବେ । ତେଣୁ ଯେତେ ପାରୁଛନ୍ତି ନିଜ ପସନ୍ଦର କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ମନକୁ ଖୁସି କରିବ ଏବଂ ଆପଣଙ୍କୁ ଇମୋସନାଲି ସ୍ମାର୍ଟ କରିବ ।


