ମେଣ୍ଟାଲ ହେଲ୍‌ଥ

ସକରାତ୍ମକ ଚିନ୍ତାଧାରା ମେଣ୍ଟାଲ ହେଲ୍ଥ ପାଇଁ ଖୁବ ଭଲ ହୋଇଥାଏ I ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଆଗକୁ ବଢିବାକୁ ହେଲେ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ I ଆମ ସମସ୍ତଙ୍କ ଜୀବନରେ ଷ୍ଟ୍ରେସ୍‌ ରହିଛି । ଯାହାର ପ୍ରଭାବ ଆମର ଶାରୀରିକ,ମାସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେବେ ଏଭଳି କେତେକ ଖାଦ୍ୟ ରହିଛି ଯାହା ଆମର ମେଣ୍ଟାଲ ହେଲ୍‌ଥ ଭଲ ରଖିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଖାଦ୍ୟ […]

Samaya Live Picture
Published On

ସକରାତ୍ମକ ଚିନ୍ତାଧାରା ମେଣ୍ଟାଲ ହେଲ୍ଥ ପାଇଁ ଖୁବ ଭଲ ହୋଇଥାଏ I ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଆଗକୁ ବଢିବାକୁ ହେଲେ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ I ଆମ ସମସ୍ତଙ୍କ ଜୀବନରେ ଷ୍ଟ୍ରେସ୍‌ ରହିଛି । ଯାହାର ପ୍ରଭାବ ଆମର ଶାରୀରିକ,ମାସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେବେ ଏଭଳି କେତେକ ଖାଦ୍ୟ ରହିଛି ଯାହା ଆମର ମେଣ୍ଟାଲ ହେଲ୍‌ଥ ଭଲ ରଖିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଖାଦ୍ୟ ବିଷୟରେ ।

ଡାର୍କଚକୋଲେଟ୍‌
ଯଦି ମୁଡ୍‌ ଅଫ୍‌ ଅଛି ତେବେ ଖାଦ୍ୟରେ ଖଣ୍ଡେ ଡାର୍କଚକୋଲେଟ୍‌ ଆଡ କରନ୍ତୁ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଷ୍ଟ୍ରେସ୍‌ ହର୍ମୋନକୁ କମ କରିବାରେ ସହାୟକ ହୋଇଥାଏ । ଏହା ଆମ ଶରୀରରେ ଏଣ୍ଡ୍ରୋଫିନ୍‌ର ମାତ୍ରା ବଢାଇଥାଏ । ଯାହାଫଳରେ ଆମେ ଖୁସି ରହିଥାଉ ।

ଆଭୋକାଡୋ – ଏଥିରେ ଫାଇବର, ଭିଟାମିନ୍ସ, ମିନେରାଲ୍ସ ଅଧିକ ପରିମାଣରେ ରହିଥାଏ । ଏଥିରେ ଥିବା ମନୋସାଚୁ୍ୟରେଟେଡ୍‌ ଫ୍ୟାଟ୍‌ ବ୍ଲଡ୍‌ପ୍ରେସର କମାଇବାରେ ସାହାଯ୍ୟ କରିଥାଏ । ଏହା ଷ୍ଟ୍ରେସ୍‌ ଓ ଆଙ୍ଗଜାଇଟ୍‌ କମାଇବାରେ ବିଶେଷ ସହାୟକ ହୋଇଥାଏ ।

ଗ୍ରୀନ ଭେଜିଟେବୁଲ୍‌- ଖାଇବାରେ ସବୁବେଳେ ଗ୍ରୀନ ଭେଜିଟେବୁଲ୍‌ ଆଡ କରନ୍ତୁ । ଏଥିରେ ଷ୍ଟ୍ରେସ୍‌ ଫାଇଟିଂ ନୁ୍ୟଟ୍ରିଏଣ୍ଟ୍‌ ଖୁବ ଅଧିକ ଥାଏ । ଏହା ଆମର ମୁଡ୍‌କୁ ବୁଷ୍ଟ କରିବା ସହ ଆମକୁ ଖୁସି ରଖିଥାଏ ।

Tags: