ମାନସିକ ସ୍ୱାସ୍ଥ୍ୟ
ଆମର ମାନସିକ ସ୍ୱାସ୍ଥ୍ୟ ଆମର ଜୀବନଶୈଳୀରେ ଖୁବ ଅଧିକ ପ୍ରଭାବ ପକାଇଥାଏ । ଆମେ ଯେତେବେଳେ ଷ୍ଟ୍ରେସ କିମ୍ବା କୌଣସି କାରଣରୁ ଚାପରେ ରହିଥାଉ ଏହାର ପ୍ରଭାବ ଆମର ଅଫିସ୍ ଓ ଘରେ ଥିବା ବିଭିନ୍ନ ରିଲେସନ୍ ଉପରେ ପଡିଥାଏ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅବସାଦର ଲକ୍ଷଣ ଚିହ୍ନି ଏହାର ଉପଶମ କରାଇବା । ବିଭିନ୍ନକ୍ଷେତ୍ରରେ ଦେଖିବାକୁ ମିଳେ କିଛି ଲୋକ ଏହାକୁ ଅଣଦେଖା କରନ୍ତି ଯାହାଫଳରେ ଏହି ରୋଗ ଗମ୍ଭୀର ରୂପ ନେଇଥାଏ […]
ଆମର ମାନସିକ ସ୍ୱାସ୍ଥ୍ୟ ଆମର ଜୀବନଶୈଳୀରେ ଖୁବ ଅଧିକ ପ୍ରଭାବ ପକାଇଥାଏ । ଆମେ ଯେତେବେଳେ ଷ୍ଟ୍ରେସ କିମ୍ବା କୌଣସି କାରଣରୁ ଚାପରେ ରହିଥାଉ ଏହାର ପ୍ରଭାବ ଆମର ଅଫିସ୍ ଓ ଘରେ ଥିବା ବିଭିନ୍ନ ରିଲେସନ୍ ଉପରେ ପଡିଥାଏ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅବସାଦର ଲକ୍ଷଣ ଚିହ୍ନି ଏହାର ଉପଶମ କରାଇବା । ବିଭିନ୍ନକ୍ଷେତ୍ରରେ ଦେଖିବାକୁ ମିଳେ କିଛି ଲୋକ ଏହାକୁ ଅଣଦେଖା କରନ୍ତି ଯାହାଫଳରେ ଏହି ରୋଗ ଗମ୍ଭୀର ରୂପ ନେଇଥାଏ ।
ଲକ୍ଷଣ
ମୁଡ ସୁଇଂ – ମୁଡ ସୁଇଂ ହେବା ଏକ ସାଧାରଣ କଥା । ହେଲେ ଅତ୍ୟଧୀକ ମୁଡ ସୁଇଂ ହେବା ମାନସିକ ରୋଗର ଲକ୍ଷଣ ହୋଇପାରେ । ଯଦି ଏହି ସମସ୍ୟା ଅଧିକ ଦିନ ଧରି ଚିକିତ୍ସା ନ ହୋଇ ରୁହେ ତେବେ ଗମ୍ଭୀର ହୋଇପାରେ । ଏହି ସମସ୍ୟା ଥିଲେ କିଛି କାରଣ ନଥାଇ କାନ୍ଦିବା, ରାଗିବା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ ।
ଭୁଲ ହେବାର ଡର – ଯେଉଁମାନେ ମାନସିକ ସ୍ତରରେ ସୁସ୍ଥ ନଥାନ୍ତି । ସେମାନେ କୌଣସି କାମ କରିବା ଆଗରୁ ପଛଘୁଞ୍ଚା ଦେବା ସହିତ ଏହାକୁ ସଠିକ୍ ଭାବେ କରିପାରିବେ କି ନାହିଁ ଏନେଇ ଦ୍ୱନ୍ଦରେ ପଡନ୍ତି । ଏହି ଦ୍ୱନ୍ଦ ଫଳରେ ଦୈନନ୍ଦିନ ଜୀବନର କାର୍ଯ୍ୟରେ ବାଧା ଉପୁଜିଥାଏ ।
ଦୁର୍ବଳ ଲାଗିବା – ଏଠି ଶାରିରୀକ ନୁହେଁ ବରଂ ମାନସିକ ଦୁର୍ବଳତା ବିଷୟରେ କୁହାଯାଉଛି । ମାନସିକ ସ୍ତରରେ ଡିଷ୍ଟର୍ବ ଥିବା ଲୋକମାନେ ସବୁବେଳେ ଦୁର୍ବଳତା ଅନୁଭବ କରନ୍ତି । ସେମାନଙ୍କର କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହୋଇନଥାଏ । ସବୁ କାମ କରିବା ଆଗରୁ ଦ୍ୱନ୍ଦରେ ପଡନ୍ତି ।




