ମସ୍ତିଷ୍କ କ୍ଲାନ୍ତି

ମସ୍ତିଷ୍କ କ୍ଲାନ୍ତି
Ipsita Picture
By: Ipsita
Published On

 

ବେଳେବେଳେ ଦିନସାରା କୌଣସି ଶାରିରୀକ ପରିଶ୍ରମ ନକରି ମଧ୍ୟ ଥକ୍କା ଲାଗିଥାଏ । ଦିନସାରା କେବଳ ଡେସ୍କରେ ବସି, ସୋଫାରେ ଶୋଇ କିମ୍ବା ଲାପଟପ୍ରେ କାମ କରି  ଅତ୍ୟନ୍ତ କ୍ଲାନ୍ତ ଅନୁଭବ ହୋଇଥାଏ । ତେବେ ସୂଚନା ଅନୁସାରେ କ୍ଲାନ୍ତି କେବଳ ଶାରୀରିକ କାମ ଯୋଗୁଁ ହୋଇନଥାଏ । ନିରନ୍ତର ଚିନ୍ତା, ନିଷ୍ପତ୍ତି ଗ୍ରହଣ, ସମସ୍ୟାର ସମାଧାନ ଏବଂ ସୋସିଆଲ ମିଡିଆ ଓ ଇମେଲ୍ମଧ୍ୟରେ ବାରମ୍ବାର ଧ୍ୟାନ ବଦଳାଇବା ଦ୍ୱାରା ମଧ୍ୟ ଶରୀର ବିଶ୍ରାମ ନେଉଥିଲେ ବି ମସ୍ତିଷ୍କ ନିରବଚ୍ଛିନ୍ନ ଭାବେ ସକ୍ରିୟ ରହିଥାଏ । ଯେଉଁକାରଣରୁ ଆମକୁ କ୍ଲାନ୍ତି ଅନୁଭବ ହୋଇଥାଏ ।  ଗବେଷଣା ଅନୁଯାୟୀ, ଦୀର୍ଘ ସମୟର ମାନସିକ ପରିଶ୍ରମ, ଆମର ମସ୍ତିଷ୍କର କ୍ଷମତାକୁ ପ୍ରଭାବିତ କରିଥାଏ । କେବଳ କାମ ନୁହେଁ, ବରଂ ନିଜର ଅସମ୍ପୂର୍ଣ୍ଣ କାର୍ଯ୍ୟ, ଆର୍ଥିକ ସମସ୍ୟା କିମ୍ବା ଭବିଷ୍ୟତ ଯୋଜନା ବିଷୟରେ ଚିନ୍ତା କରିବା ଦ୍ୱାରା ମଧ୍ୟ ମସ୍ତିଷ୍କ କ୍ଲାନ୍ତ ହୋଇଥାଏ । ଏହି କ୍ଲାନ୍ତିରୁ ରକ୍ଷା ପାଇବା ପାଇଁ କେବଳ ନିଦ ଯଥେଷ୍ଟ ନୁହେଁ, ବରଂ ଦିନସାରା ସ୍କ୍ରିନ୍ଠାରୁ ଦୂରେଇ ରହି, ଚାଲିବା କିମ୍ବା ନୀରବରେ ବସି ମସ୍ତିଷ୍କକୁ ମାନସିକ ବିଶ୍ରାମ ଦେବା ଅତ୍ୟନ୍ତ ଆବଶ୍ୟକ ।

Tags: