ମାସିକ ଋତୁସ୍ରାବରେ କାହିଁକି ଦେଖାଯାଏ ବ୍ୟତିକ୍ରମ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସମୟ ଲାଇଭ୍,୧୫/୧୧: ପ୍ରତ୍ୟେକ ମହିଳାଙ୍କ ଜୀବନରେ ମାସିକ ଋତୁସ୍ରାବ ଏକ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଅନିୟମିତତା ଦେଖାଗଲେ ମହିଳା ମାନେ ସଧାରଣତଃ ଚିନ୍ତାରେ ପଡ଼ିଯାଇଥାନ୍ତି। ଅନେକ ସମୟରେ ଏହି ଅନିୟମିତତା ବାୟୁ ପ୍ରଦୁଷଣରୁ ହୋଇଥାଏ ବୋଲି ଆମେରିକାର ବୋସଟନ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣରୁ ଜଣା ପଡ଼ିଛି। ବାୟୁ ପ୍ରଦୁଷଣ କେବଳ ମାସିକ ଋତୁସ୍ରାବରେ ପ୍ରଭାବ ପକାଏ ତାହା ନୁହେଁ ବରଂ ଏହା ଅନ୍ୟ କ୍ଷେତ୍ରରେ ମଧ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏହି ସମସ୍ୟାର […]
ସମୟ ଲାଇଭ୍,୧୫/୧୧: ପ୍ରତ୍ୟେକ ମହିଳାଙ୍କ ଜୀବନରେ ମାସିକ ଋତୁସ୍ରାବ ଏକ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଅନିୟମିତତା ଦେଖାଗଲେ ମହିଳା ମାନେ ସଧାରଣତଃ ଚିନ୍ତାରେ ପଡ଼ିଯାଇଥାନ୍ତି। ଅନେକ ସମୟରେ ଏହି ଅନିୟମିତତା ବାୟୁ ପ୍ରଦୁଷଣରୁ ହୋଇଥାଏ ବୋଲି ଆମେରିକାର ବୋସଟନ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣରୁ ଜଣା ପଡ଼ିଛି। ବାୟୁ ପ୍ରଦୁଷଣ କେବଳ ମାସିକ ଋତୁସ୍ରାବରେ ପ୍ରଭାବ ପକାଏ ତାହା ନୁହେଁ ବରଂ ଏହା ଅନ୍ୟ କ୍ଷେତ୍ରରେ ମଧ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏହି ସମସ୍ୟାର ସବୁଠାରୁ ଅଧିକ ପ୍ରଭାବ ୧୪ରୁ ୧୮ ବର୍ଷ(ଟିନ୍ ଏଜ୍) ଝିଅ ମାନଙ୍କଠାରେ ଦେଖାଯାଇଛି। ଯେତେବେଳେ ଝିଅମାନେ ବାହାରକୁ ଯାଉଛନ୍ତି ସେତେବେଳେ ବାୟୁ ପ୍ରଦୁଷଣକୁ ରୋକିବା ପାଇଁ ଉଦିଷ୍ଟ ମାସ୍କ ବ୍ୟବହାର କରିବା ପାଇଁ ଗବେଷକ ପରାମର୍ଶ ଦେଇଛନ୍ତି। ଗବେଷକ ମାନଙ୍କ ମତରେ ମାସିକ ଋତୁସ୍ରାବରେ ଅନିୟୟମିତତା ଫୁସ୍ଫୁସ୍ ଏବଂ ହୃତପିଣ୍ଡ ଜନିତ ରୋଗର କାରଣ ସାଜିପାରେ।
Tags:




