ମେନୋପଜ୍ ଡାଏଟ୍
ମେନୋପଜ୍ ସମସ୍ୟା ମହିଳାଙ୍କର ଋତୁଚକ୍ର ସରିବା ସମୟରେ ଦେଖିବାକୁ ମିଳିଥାଏ । ଏହି ସମୟରେ ମହିଳାଙ୍କର ଅନେକ ପ୍ରକାର ଲକ୍ଷଣ ଯେପରି ନିଦ ନହେବା, ଅତ୍ୟଧୀକ ରକ୍ତସ୍ରାବ, ମନ ପରିବର୍ତ୍ତନ, ହଠାତ୍ ଶରୀରର ଉପରି ଭାଗରେ ଗରମ ଲାଗିବା । ସାଧାରଣତଃ ଏହି ସମସ୍ୟା ମହିଳାଙ୍କ ନିକଟରେ ୪୦ରୁ ୫୦ ବର୍ଷରେ ଦେଖିବାକୁ ମିଳିଥାଏ । ଯଦି ଏଭଳି ସମସ୍ୟା ଦେଖୁଛନ୍ତି, ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେବେ ଏଭଳି କିଛି ଡାଏଟ୍ ରହିଛି […]
ମେନୋପଜ୍ ସମସ୍ୟା ମହିଳାଙ୍କର ଋତୁଚକ୍ର ସରିବା ସମୟରେ ଦେଖିବାକୁ ମିଳିଥାଏ । ଏହି ସମୟରେ ମହିଳାଙ୍କର ଅନେକ ପ୍ରକାର ଲକ୍ଷଣ ଯେପରି ନିଦ ନହେବା, ଅତ୍ୟଧୀକ ରକ୍ତସ୍ରାବ, ମନ ପରିବର୍ତ୍ତନ, ହଠାତ୍ ଶରୀରର ଉପରି ଭାଗରେ ଗରମ ଲାଗିବା । ସାଧାରଣତଃ ଏହି ସମସ୍ୟା ମହିଳାଙ୍କ ନିକଟରେ ୪୦ରୁ ୫୦ ବର୍ଷରେ ଦେଖିବାକୁ ମିଳିଥାଏ । ଯଦି ଏଭଳି ସମସ୍ୟା ଦେଖୁଛନ୍ତି, ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେବେ ଏଭଳି କିଛି ଡାଏଟ୍ ରହିଛି ଯାହାକୁ ଫଲୋ କରିବା ଦ୍ୱାରା ଏହି ସମସ୍ୟାରୁ କେତେକାଂଶରେ ଉପଶମ ମିଳିବ । ଏଥିରେ ସବୁଠାରୁ ଆଗରେ ରହିଛି ଟି-ଡାଏଟ୍ ।
ବ୍ଲାକ୍ କୋହୋସା ଟି – ବ୍ଲାକ୍ କୋହୋସାରେ ଥିବା ଏଷ୍ଟୋଜେନ୍ ମେନୋପଜ୍ ପାଇଁ ଖୁବ ଉପକାରୀ ହୋଇଥାଏ ।ଏହି ସମୟରେ ଶରୀରରେ ଦେଖିବାକୁ ମିଳୁଥିବା ହର୍ମୋନାଲ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାରେ ଏହା ସହାୟକ ହୋଇଥାଏ । ଯଦି ଚା ପିଇବାର ଅଭ୍ୟାସ ରହିଛି, ତେବେ ବ୍ଲାକ୍ କୋହୋସା ଟିକୁ ଏଥିରେ ସାମିଲ କରନ୍ତୁ ।
ରେଡ୍ କ୍ଲୋଭର ଟି – ରେଡ୍ କ୍ଲୋଭର ଟିରେ ଇସୋଫ୍ଲାଭୋନେସ୍ ରହିଥାଏ ଯାହା ମେନୋପଜ୍ ସମସ୍ୟା ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ତେଣୁ ଶରୀରରେ ହର୍ମୋନାଲ ବାଲାନ୍ସ ରଖିବା ପାଇଁ ଡାଏଟ୍ରେ ପ୍ରତିଦିନ ରେଡ୍
କ୍ଲୋଭର ଟି ପିଅନ୍ତୁ ।
ସେଗ୍ ଟି- ଏହା ମଧ୍ୟ ମେନୋପଜ୍ ପାଇଁ ଖୁବ ଲାଭକାରୀ ହୋଇଥାଏ । ମେନୋପଜ୍ ସମସ୍ୟା ସମୟରେ ଦେଖିବାକୁ ମିଳୁଥିବା ବିଭିନ୍ନ ଲକ୍ଷଣକୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ । ଶରୀରରେ ଦେଖିବାକୁ ମିଳୁଥିବା ହର୍ମୋନାଲ ଇନ୍ବାଲାନ୍ସକୁ ନିୟନ୍ତ୍ରଣ କରିବାରେ ସେଗ୍ ଟି ବିଶେଷଭାବେ ସହାୟକ ହୋଇଥାଏ ।
ପିପରମେଣ୍ଟ ଟି – ଏହା ପ୍ରତ୍ୟକ୍ଷଭାବେ ମେନୋପଜ୍ ପାଇଁ ଉପକାରୀ ନହେଲେ ମଧ୍ୟ ଆମର ଷ୍ଟ୍ରେସ ଲେବଲ୍କୁ କମାଇବାରେ ସହାୟକ ହୋଇଥାଏ । ଏହା କାରଣରୁ ନିଦ ଠିକ୍ ଭାବେ ହୋଇଥାଏ, ଯାହା ମେନୋପେଜ୍ ସମସ୍ୟାକୁ ନିୟନ୍ତ୍ରଣରେ ସହାୟତା ପ୍ରଦାନ କରିଥାଏ ।




