ମେଲାନୋମା

ଏହା ଏକପ୍ରକାର ସ୍କିନ୍‌ କ୍ୟାନ୍ସର ଯାହା ଆମ ଶରୀରରେ ଥିବା ମେଲାନୋସାଇଟ୍ସ ସେଲ୍‌ରେ ହୋଇଥାଏ । ମେଲାନୋସାଇଟ୍‌ ହେଲା ଏପରି ଏକ ସେଲ୍‌ ଯାହା ଆମ ଚର୍ମର ରଙ୍ଗ ନିରୁପଣ କରିଥାଏ । ଏହି ପିଗ୍‌ମେଣ୍ଟର ନାଁ ମେଲାନିନ୍‌ । ଆମ ଚର୍ମର ଯେଉଁ ଅଂଶ ଅଧିକ ସମୟ ଧରି ସୂର୍ଯ୍ୟଙ୍କ ପ୍ରଖର କିରଣରେ ରହିଥାଏ ସେଥିରେ ଏହି କ୍ୟାନ୍ସର ହେବାର ଡର ରହିଥାଏ । ବିଶେଷଭାବେ କାନ୍ଧ, ବେକ, ମୁହଁ ଓ ଗୋଡରେ ଏହା ହେବାର […]

Samaya Live Picture
Published On

ଏହା ଏକପ୍ରକାର ସ୍କିନ୍‌ କ୍ୟାନ୍ସର ଯାହା ଆମ ଶରୀରରେ ଥିବା ମେଲାନୋସାଇଟ୍ସ ସେଲ୍‌ରେ ହୋଇଥାଏ । ମେଲାନୋସାଇଟ୍‌ ହେଲା ଏପରି ଏକ ସେଲ୍‌ ଯାହା ଆମ ଚର୍ମର ରଙ୍ଗ ନିରୁପଣ କରିଥାଏ । ଏହି ପିଗ୍‌ମେଣ୍ଟର ନାଁ ମେଲାନିନ୍‌ । ଆମ ଚର୍ମର ଯେଉଁ ଅଂଶ ଅଧିକ ସମୟ ଧରି ସୂର୍ଯ୍ୟଙ୍କ ପ୍ରଖର କିରଣରେ ରହିଥାଏ ସେଥିରେ ଏହି କ୍ୟାନ୍ସର ହେବାର ଡର ରହିଥାଏ । ବିଶେଷଭାବେ କାନ୍ଧ, ବେକ, ମୁହଁ ଓ ଗୋଡରେ ଏହା ହେବାର ଆଶଙ୍କା ଅଧିକ ରହିଥାଏ । ସେହିଭଳି ମେଲାନୋମା ଆମ ଆଖିରେ ମଧ୍ୟ ହୋଇପାରେ । କେବଳ ଏତିକି ନୁହେଁ କେତେକ କ୍ଷେତ୍ରରେ ଏହା ଶରୀର ଭିତରେ ଅର୍ଥାତ ନାକ କିମ୍ବା ଗଳାରେ ମଧ୍ୟ ହୋଇଥାଏ । ଏହି କ୍ୟାନ୍ସର ସଠିକ୍‌ କାରଣ ଆଜି ଯାଏଁ ଜଣା ପଡିନାହିଁ । ପ୍ରାଥମିକ କାରଣ ଭାବେ ସୂର୍ଯ୍ୟ କିରଣକୁ ନିଆଯାଇଛି । ସବୁଠାରୁ ଗୁରୁତ୍ୱ କଥା ହେଲା ଏହାର ଲକ୍ଷଣକୁ ଚିହ୍ନିବା । ଲକ୍ଷଣ ଚିହ୍ନି ସଠିକ୍‌ ସମୟରେ ଚିକିତ୍ସା କରାଇଲେ ଭଲ ହୋଇଥାଏ । ଯଦି ଆପଣଙ୍କ ଶରୀରରେ କଳାଜାଇ ରହିଛି ଏବଂ ଏହାର ରଙ୍ଗ ପରିବର୍ତ୍ତନ ହେଉଛି କିମ୍ବା ଏହା ବଢୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ ନିଅନ୍ତୁ । ତେବେ ଏହା ଏକ ପ୍ରାଥମିକ ଲକ୍ଷଣ । ସେହିଭଳି ଆମ ଶରୀରର ଯେଉଁ ଅଂଶରେ ସୂର୍ଯ୍ୟ କିରଣ ନପଡୁଛି ସେଠାରେ ମଧ୍ୟ ଏହି ହେବାର ସମ୍ଭାବନା ରହିଛି । ତେଣୁ ଶରୀରର କେଉଁ ବି ଅଂଶରେ କିଛି ବିରଳ ପରିବର୍ତ୍ତନ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେହିଭଳି ଶରୀରର ଭିତରେ ଅଂଶରେ ଏହା ହୋଇଥିଲେ ଏହାକୁ ଚିହ୍ନଟ କରିବା ସମ୍ଭବ ହୋଇନଥାଏ, ତେଣୁ ସବୁବେଳେ ସତର୍କ ରୁହନ୍ତୁ ।

Tags: