ଆପଣଙ୍କ ପାଇଁ ଉପକାରୀ ମେଡ଼ିଟେସନ

ସମୟ ଲାଇଭ୍‍,୭/୧୨: ମେଡ଼ିଟେସନ କରିବା ଦ୍ୱାରା ଅନେକ ପ୍ରକାର ପ୍ରାକୃତିକ ଉପକାରିତା ମିଳିଥାଏ।ମାନସିକ ଶାନ୍ତି ମିଳିବା ସହ ସୁସ୍ଥଜୀବନ ଶୈଳୀ, ସୁଜନଶୀଳତା ବୃଦ୍ଧି ପାଇଥାଏ। ଏ ନେଇ ଏକ ରିପୋର୍ଟ- ମେଡ଼ିଟେସନ ମଣିଷକୁ ଆଗ୍ରହୀ କରେ: ପ୍ରତ୍ୟେକଦିନ ମେଡିଟେସନ୍ କରିବା ଦ୍ୱାରା ଆଗ୍ରହ ବଢ଼ିଥାଏ। ଜୀବନରେ ସଫଳତା ପାଇବାକୁ ହେଲେ ଆମେ ଗୋଟିଏ ଲକ୍ଷ୍ୟରେ ତିଷ୍ଠି ରହିବା ଜୁରୁରୀ। ମେଡିଟେସନ୍ ଫଳରେ ଆମେ ମାନସିକ ଭାବେ ସୁସ୍ଥ ରହିବା ସହ ଲକ୍ଷ୍ୟ ପୂରଣ କରିବା ଦିଗରେ ଆଗ୍ରହୀ […]

Samaya Live Picture
Published On

ସମୟ ଲାଇଭ୍‍,୭/୧୨: ମେଡ଼ିଟେସନ କରିବା ଦ୍ୱାରା ଅନେକ ପ୍ରକାର ପ୍ରାକୃତିକ ଉପକାରିତା ମିଳିଥାଏ।ମାନସିକ ଶାନ୍ତି ମିଳିବା ସହ ସୁସ୍ଥଜୀବନ ଶୈଳୀ, ସୁଜନଶୀଳତା ବୃଦ୍ଧି ପାଇଥାଏ। ଏ ନେଇ ଏକ ରିପୋର୍ଟ-

ମେଡ଼ିଟେସନ ମଣିଷକୁ ଆଗ୍ରହୀ କରେ:

ପ୍ରତ୍ୟେକଦିନ ମେଡିଟେସନ୍ କରିବା ଦ୍ୱାରା ଆଗ୍ରହ ବଢ଼ିଥାଏ। ଜୀବନରେ ସଫଳତା ପାଇବାକୁ ହେଲେ ଆମେ ଗୋଟିଏ ଲକ୍ଷ୍ୟରେ ତିଷ୍ଠି ରହିବା ଜୁରୁରୀ। ମେଡିଟେସନ୍ ଫଳରେ ଆମେ ମାନସିକ ଭାବେ ସୁସ୍ଥ ରହିବା ସହ ଲକ୍ଷ୍ୟ ପୂରଣ କରିବା ଦିଗରେ ଆଗ୍ରହୀ ହୋଇଥାଉ।

ଭାବପ୍ରବଣତାକୁ ବାନ୍ଧିରଖେ ମେଡ଼ିଟେସନ:

ବେଳେବେଳେ ଆମର ମାନସିକ ଅବସ୍ଥା ଠିକ ଭାବେ କାମ କରୁନଥାଏ। ନାନାଦି ଦୁଃଶ୍ଚିନ୍ତା ଦେଇ ଆମେ ଗତି କରିଥାଉ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗୀତ ଶୁଣିଥାଉ, ଟିଭି ଦେଖିଥାଉ କିମ୍ବା ଅନଲାଇନରେ ନିଜକୁ ବ୍ୟସ୍ତ ରଖିବା ପାଇଁ ଚେଷ୍ଟା କରିଥାଉ। ଯଦି ଏହି ସମୟରେ ମେଡ଼ିଟେସନ କରନ୍ତେ ତାହା ହେଲେ ଆମେ ଆମ ମାନସିକ ଭାବପ୍ରବଣତା ଉପରେ ନିୟନ୍ତ୍ରଣ ରକ୍ଷା କରି ପାରନ୍ତେ।

ମେଡ଼ିଟେସନ ଦ୍ୱାରା ସଚେତନତା ବୃଦ୍ଧି: କୌଣସି ଜିନିଷ ଟିକେ ଏପଟ ସେପଟ ହୋଇଗଲେ ଆମେ ବିଚଳିତ ହୋଇଯାଇ। କିନ୍ତୁ ମେଡ଼ିଟେସନ ଦ୍ୱାରା ଆମର ସଚେତନନା ବୃଦ୍ଧି ପାଇଥାଏ। କୈଣସି ଜିନିଷ ପାଇଁ ଆଶକ୍ତି ମନୋଭାବ ନଥାଏ।

Tags: