କମିବ ମସ୍ତିଷ୍କର ବୟସ

କମିବ ମସ୍ତିଷ୍କର ବୟସ
Ipsita Picture
By: Ipsita
Published On

 

ଆମେରିକାର ଟେକ୍ସାସ୍ ଏ ଆଣ୍ଡ୍ ଏମ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମସ୍ତିଷ୍କର ବାର୍ଦ୍ଧକ୍ୟ ଅବସ୍ଥାକୁ ପଛକୁ ଫେରାଇବା ପାଇଁ ଏକ ଅଭିନବ 'ନାଜାଲ୍ ସ୍ପ୍ରେ' ଔଷଧ ବିକଶିତ କରିଛନ୍ତି । ଏହି ସ୍ପ୍ରେ ସାହାଯ୍ୟରେ ସ୍ମୃତିଶକ୍ତି ହ୍ରାସ ଏବଂ ଡିମେନ୍ସିଆ ଭଳି ସମସ୍ୟାର ଚିକିତ୍ସା ମଧ୍ୟ କରାଯାଇପାରିବ । ଏହି ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ବିଶେଷଜ୍ଞଙ୍କ ତତ୍ତ୍ବବଧାନରେ ହୋଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ, ମାତ୍ର ଦୁଇଟି ଡୋଜ୍ର ଏହି ସ୍ପ୍ରେ ମସ୍ତିଷ୍କରେ ହେଉଥିବା ଦୀର୍ଘକାଳୀନ ପ୍ରଦାହ ବା 'ନ୍ୟୁରୋଇନଫ୍ଲାମେଜିଙ୍ଗ'କୁ ହ୍ରାସ କରିଥାଏ । ଏହାସହ କୋଷଗୁଡ଼ିକର ଶକ୍ତି ବଢ଼ାଇ ସ୍ମୃତିଶକ୍ତିରେ ଉଲ୍ଲେଖନୀୟ ସୁଧାର ଆଣିଥାଏ । ଏହି ସ୍ପ୍ରେରେ ଥିବା କ୍ଷୁଦ୍ର ଜୈବିକ କଣିକା 'ଏକ୍ସଟ୍ରାସେଲୁଲାର୍ ଭେସିକିଲ୍ସ' ନାକ ମାଧ୍ୟମରେ ସିଧାସଳଖ ମସ୍ତିଷ୍କ କୋଷରେ ପହଞ୍ଚି ମାଇଟୋକଣ୍ଡ୍ରିଆକୁ ପୁନର୍ଜୀବିତ କରିବା ସହ କ୍ରନିକ ଇନଫ୍ଲାମେସନ୍ ବନ୍ଦ କରିବାରେ ସାହାଯ୍ୟ କରିଥାଏ। ଯାହା ଫଳରେ ମସ୍ତିଷ୍କର ତଥ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ପାଏ। ପରୀକ୍ଷାଗାରରେ ଉଭୟ  ଲିଙ୍ଗର ମଡେଲ୍ ଉପରେ ଏହାର ସଫଳ ପ୍ରଭାବ ଦେଖିବାକୁ ମିଳିଛି । ତେବେ ମାନବ ଶରୀରରେ ପରୀକ୍ଷଣ ପୂର୍ବରୁ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି । ଏହି ଉଦ୍ଭାବନ ଭବିଷ୍ୟତରେ ଆଲଜାଇମର ଏବଂ ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ଏକ ବଡ଼ ବରଦାନ ସାବ୍ୟସ୍ତ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି ।

 

Tags: