କିକୁଚି

ବିଶ୍ୱରେ ଅନେକ ବିରଳ ସମସ୍ୟା ରହିଛି, ଯାହା ବିଷୟରେ ଖୁବ କମ ଲୋକ ଜାଣିଥାଆନ୍ତି । ସେହିଭଳି ଏକ ବିରଳ ରୋଗ ହେଲା କିକୁଚି । ଏହାକୁ ୧୯୭୨ରେ ଜାପାନରେ ଚିହ୍ନଟ କରାଯାଇଥିଲା । ଏହି ସମସ୍ୟା ଆମ ଶରୀରରେ ଥିବା ଲିମ୍ଫ ନୋଡକୁ ପ୍ରଭାବିତ କରିଥାଏ । ଏହି ରୋଗର କାରଣ ଏବେ ଯାଏଁ ଜଣା ପଡିନାହିଁ, ହେଲେ ଗବେଷକଙ୍କ ମତରେ ଏହା ଏକ ପ୍ରକାରର ସଂକ୍ରମଣ । ଏହି ସଂକ୍ରମଣ କେମିକାଲ, ପ୍ଲାଷ୍ଟିକ୍‌ ଏବଂ […]

Samaya Live Picture
Published On

ବିଶ୍ୱରେ ଅନେକ ବିରଳ ସମସ୍ୟା ରହିଛି, ଯାହା ବିଷୟରେ ଖୁବ କମ ଲୋକ ଜାଣିଥାଆନ୍ତି । ସେହିଭଳି ଏକ ବିରଳ ରୋଗ ହେଲା କିକୁଚି । ଏହାକୁ ୧୯୭୨ରେ ଜାପାନରେ ଚିହ୍ନଟ କରାଯାଇଥିଲା । ଏହି ସମସ୍ୟା ଆମ ଶରୀରରେ ଥିବା ଲିମ୍ଫ ନୋଡକୁ ପ୍ରଭାବିତ କରିଥାଏ । ଏହି ରୋଗର କାରଣ ଏବେ ଯାଏଁ ଜଣା ପଡିନାହିଁ, ହେଲେ ଗବେଷକଙ୍କ ମତରେ ଏହା ଏକ ପ୍ରକାରର ସଂକ୍ରମଣ । ଏହି ସଂକ୍ରମଣ କେମିକାଲ, ପ୍ଲାଷ୍ଟିକ୍‌ ଏବଂ ନିଓପ୍ଲାଷ୍ଟିକ ଜରିଆରେ ହୋଇଥାଏ । ତେବେ ଏହା ବିଶେଷ ଭାବେ ୨୦ ରୁ ୩୦ ବର୍ଷ ଭିତରେ ହୋଇଥାଏ ବୋଲି ଗବେଷକ ମତ ଦେଇଛନ୍ତି । ଏହା ପ୍ରଥମେ ଲିମ୍ପନୋଡ୍‌ ଫୁଲିବାରୁ ଆରମ୍ଭ ହୋଇଥାଏ । ଏହାର ପ୍ରଥମ ଲକ୍ଷଣ ଜ୍ୱର ହୋଇଥାଏ । ସେହିଭଳି କୌଣସି ଫ୍ଲୁ ହେଲେ ଆମର ଯେଉଁ ଲକ୍ଷଣ ଦେଖିବାକୁ ମିଳେ ଏହି ରୋଗରେ ମଧ୍ୟ ସେହିଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । କିଛି ଲୋକଙ୍କ ନିକଟରେ ଲାଲ୍‌ ପ୍ୟାଚ୍‌ ମଧ୍ୟ ଦେଖିବାକୁ ମିଳିଥାଏ । ଯଦି ଏଭଳି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାକୁ ଚିହ୍ନଟ କରିବାର ବିଭିନ୍ନ ଉପାୟ ରହିଛି, ଯାହା ଆପଣ ଡାକ୍ତରଙ୍କ ପରାମର୍ଶରେ କରିପାରିବେ ।

Tags: