ସ୍ୱାସ୍ଥ୍ୟକାରୀ ଜାମୁକୋଳି
ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ । ଏହାସହ ଶରୀରକୁ ହାଇଡ୍ରେଟେଡ୍ ରଖିବା ପାଇଁ ସତେଜ ଫଳ ଏବଂ ସବୁଜ ପନିପରିବା ମଧ୍ୟ ଖାଇବା ଆବଶ୍ୟକ । ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ସେହିପରି ଏଭଳି ଅନେକ ଫଳ ରହିଛି, ଯାହା ଖାଇବା ଦ୍ୱାରା ରୋଗ ବୈରାଗ ସବୁ ଦୂରେଇ ଯାଏ । ସେହିଭଳି ଏକ ଫଳ ହେଉଛି ଜାମୁକୋଳି । ଏହା ଅନେକ ଔଷଧୀୟ […]
ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ । ଏହାସହ ଶରୀରକୁ ହାଇଡ୍ରେଟେଡ୍ ରଖିବା ପାଇଁ ସତେଜ ଫଳ ଏବଂ ସବୁଜ ପନିପରିବା ମଧ୍ୟ ଖାଇବା ଆବଶ୍ୟକ । ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ସେହିପରି ଏଭଳି ଅନେକ ଫଳ ରହିଛି, ଯାହା ଖାଇବା ଦ୍ୱାରା ରୋଗ ବୈରାଗ ସବୁ ଦୂରେଇ ଯାଏ । ସେହିଭଳି ଏକ ଫଳ ହେଉଛି ଜାମୁକୋଳି । ଏହା ଅନେକ ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ । ଏଥିରେ ଭିଟାମିନ୍ ସି, ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ ବି୬, ଭିଟାମିନ ଏ ସମେତ ଅନେକ ପୋଷକ ତତ୍ତ୍ୱ ରହିଛି ।
ଡାଇଭେଟିଜ୍- ଆଜିକାଲି ଅନେକ ଲୋକଙ୍କୁ ଡାଇଭେଟିଜ୍ ରୋଗ ହେଉଛି । ଖାଦ୍ୟପେୟ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଲାଇଫଷ୍ଟାଇଲ୍ରେ ଡାଇଭେଟିଜ୍ ରୋଗୀଙ୍କୁ ସଂଯମ ରଖିବା ଉଚିତ । ସୁଗାରକୁ ଖାଦ୍ୟପେୟ ଦ୍ୱାରା ହିଁ ନିୟନ୍ତ୍ରଣ କରିହେବ । ତେଣୁ ଏହି ରୋଗୀଙ୍କ ପାଇଁ ଜାମୁକୋଳି ଖାଇବା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ । ଜାମୁକୋଳିରେ କମ୍ ମାତ୍ରାରେ ଗ୍ଲାଇସୋମିକ୍ କଣ୍ଟେଣ୍ଟ୍ ରହିଥାଏ, ଯାହା ବ୍ଲଡ୍ ଓ ସୁଗାର ଲେବଲକୁ ମେଣ୍ଟେନ୍ କରିବାରେ ସାହାଯ୍ୟ କରେ ।
ତ୍ୱଚା ପାଇଁ ଫଳପ୍ରଦ- ଜାମୁକୋଳି ତ୍ୱଚା ପାଇଁ ମଧ୍ୟ ବେଶ୍ ଲାଭବାନ ହୋଇଥାଏ । ଏହାର ନିୟମିତ ସେବନ ଦ୍ୱାରା ତ୍ୱଚାକୁ ଅଧିକ ଉଜ୍ଜ୍ୱଳ କରିଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ସହିତ ଭିଟାମିନ ସି ରହିଛି, ଯାହା ତ୍ୱଚା ପାଇଁ ଲାଭକାରୀ ।
ହୃଦ୍ଘାତ କମାଇବ- ଜାମୁକୋଳିରେ ପ୍ରଚୁର ପରିମାଣରେ ପୋଟାସିୟମ୍ର ମାତ୍ରା ରହିଛି, ଯାହା ହୃଦ୍ ସ୍ପନ୍ଦନକୁ ସାମାନ୍ୟ ରଖିବାରେ ସାହାଯ୍ୟ କରିବ । ଏହାକୁ ଖାଇବା ଦ୍ୱାରା ହୃଦ୍ଘାତର ବିପଦ ମଧ୍ୟ କମ୍ ରହିଛି ।
ଇମୁ୍ୟନିଟି- ଜାମୁରେ ଭରପୂର ମାତ୍ରାରେ ଭିଟାମିନ୍ ସି ରହିଛି । ଏହାକୁ ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ଫଳରେ ଆପଣ ବିଭିନ୍ନ ପ୍ରକାରରରୋଗରୁ ମୁକ୍ତି ପାଇବେ ।
କୋଲୋନ୍ କ୍ୟାନ୍ସର- ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ଫ୍ରି ରେଡିକଲ୍ସ ସେଲ୍ ସହ ଲଢିବାରେ ସାହାଯ୍ୟ କରିବ । ଯାହାଦ୍ୱାରା କ୍ୟାନ୍ସର ହେବାର ବିପଦ କମ୍ ରହିଛ




