ଶୀତଦିନେ ଉପକାରୀ ଗୁଡ

ଶୀତଦିନେ ଉପକାରୀ ଗୁଡ
Ipsita Picture
By: Ipsita


ଶୀତଦିନ ଆସିଲେ ଖାଇବା ପିଇବାରେ ପରିବର୍ତ୍ତନ ଘଟିଥାଏ । ଏହିଦିନେ ଏଭଳି ଅନେକ ଖାଦ୍ୟ ରହିଥାଏ ଯାହାକୁ ଶୀତଦିନେ ଖାଇବାର ଆବଶ୍ୟକତା ରହିଛି । ସେହିଭଳି ଏକ ସାମଗ୍ରୀ ହେଲା ଗୁଡ, ଏହା ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ଖୁବ ଉପକାରୀ । ଶୀତଦିନେ ଗୁଡ ଦେହ ପାଇଁ ଖୁବ ଲାଭ ଦାୟକ ହୋଇଥାଏ । ଗୁଡରେ ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ଭଳି ଅନେକ ମିନେରାଲ୍ସ ରହିଥାଏ । ଗୁଡକୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରାଯାଇଥାଏ, ଯାହାଫଳରେ ଏହାର ପୋଷକ ତତ୍ୱ ସୁରକ୍ଷିତ ରହିଥାଏ । ସାଧାରଣତଃ ଶୀତଦିନେ ଆମର ମେଟାବଲିଜିମ ଧୀର ହୋଇଯାଇଥାଏ । ସେହିଭଳି ଶରୀରକୁ ଗରମ ରଖିବାକୁ ଅଧିକ ଉର୍ଜାର ଆବଶ୍ୟକତା ରହିଥାଏ । ତେଣୁ ଏହି ସମୟରେ ଗୁଡ ଖୁବ କାମରେ ଆସିଥାଏ । ଏହା ଏକ ପ୍ରାକୃତିକ ଏନର୍ଜି ବୁଷ୍ଟର ଭଳି କାମ କରିଥାଏ । ଗୁଡରେ ଥର୍ମୋଜେନିକ ଗୁଣ ରହିଥାଏ ଯାହା ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ । ଏହାସହିତ ଗୁଡରେ ଥିବା ଜିଙ୍କ, ସେଲୋନୟମ, ଆଣ୍ଟି ଅକ୍ସିଡାଣ୍ଟ ସଂକ୍ରମଣହେବାରୁ ବଞ୍ଚାଇଥାଏ । ଏହି ଦିନେ ଖୁବ ସହଜରେ ଥଣ୍ଡା ହେଉଥିବାରୁ ଗୁଡ ଆମକୁ ଥଣ୍ଡା ସଂକ୍ରମଣରୁ ରକ୍ଷା କରିଥାଏ । ତେଣୁ ଶୀତଦିନେ ଖାଇବାରେ ଗୁଡ ସାମିଲ କରନ୍ତୁ । ଏହା ଥଣ୍ଡା କାଶ ପାଇଁ ଖୁବ ଭଲ ହୋଇଥାଏ । ଗୁଡ଼ ଖାଇବା ଦ୍ୱାରା ଆମ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ଏହାସହ ଶୀତଦିନେ ମୁଡକୁ ଠିକ ରଖିବାରେ ମଧ୍ୟ ଗୁଡ ସହାୟକ ହୋଇଥାଏ । ହାଡକୁ ମଧ୍ୟ ସୁସ୍ଥ ରଖିଥାଏ । ଏହା ଆମ ତ୍ୱଚାପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ତେଣୁ ଗୁଡକୁ ନିଜ ଖାଦ୍ୟରେ ବିଭିନ୍ନ ଉପାୟରେ ସାମିଲ କରିବା ଆରମ୍ଭ କରନ୍ତୁ ।

Read More  ଉପକାରୀ ଲେମ୍ବୁ

Tags: