ବଢିଛି କି ୟୁରିକ ଏସିଡ

ବଢିଛି କି ୟୁରିକ ଏସିଡ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ହୋମ ମେକ ଓଭର ଥେରାପି

ୟୁରିକ୍ ଏସିଡ୍ ବୃଦ୍ଧି ଆଜିକାଲି ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଲଟିଲାଣି । ଏହି କାରଣରୁ ଶରୀରରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଅନେକ ସମୟରେ ଏହା ବଢୁଛି ବୋଲି ଜଣାପଡିନଥାଏ ତେଣୁ ରୋଗୀମାନେ ଖୁବ ହଇରାଣ ହରକତ ହୋଇଥାାନ୍ତି । ଆସନ୍ତୁ ବୁଝିବା କଣ ଏହି ୟୁରିକ ଏସିଡ ଓ ଏହା କାହିଁକି ବଢିଥାଏ। ୟୁରିକ୍ ଏସିଡ୍ ହେଉଛି ଏକ ବର୍ଜ୍ୟ ବସ୍ତୁ ଯାହା ଶରୀରରେ 'ପ୍ୟୁରିନ୍' ନାମକ ଏକ ରାସାୟନିକ ପଦାର୍ଥର ବିଘଟନ ଦ୍ୱାରା ସୃଷ୍ଟି ହୋଇଥାଏ। ସାଧାରଣତଃ ଏହା ରକ୍ତରେ ମିଶି କିଡନୀ ମାଧ୍ୟମରେ ପରିସ୍ରା ଦେଇ ବାହାରିଯାଏ। କିନ୍ତୁ ଯେତେବେଳେ ଏହାର ମାତ୍ରା ବଢ଼ିଯାଏ, ଏହା ଶରୀରରେ ସମସ୍ୟା ସୃଷ୍ଟି କରେ। ତେବେ ଯଦି ଆପଣଙ୍କର କୌଣସି ଗଣ୍ଠି ହଠାତ୍ ଫୁଲିଯାଏ, ପ୍ରବଳ ଯନ୍ତ୍ରଣା ହୁଏ କିମ୍ବା ଗଣ୍ଠି ପାଖରେ ଚର୍ମ ଲାଲ୍ ପଡ଼ିଯାଏ କିମ୍ବା ଅନ୍ୟ କୌଣସି ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ସମ୍ବନ୍ଧିତ ଖବର ଆଲୋପେସିଆ

କାରଣ

ସମ୍ବନ୍ଧିତ ଖବର କ୍ୟାନ୍ସର ଟିକା

_ ଅଧିକ ପ୍ୟୁରିନ୍ ଯୁକ୍ତ ଖାଦ୍ୟ ଯେପରିକି ଖାସି ମାଂସ , ସାମୁଦ୍ରିକ ମାଛ, ଏବଂ କୋଲ୍ଡ ଡ୍ରିଙ୍କ୍ସ ବା ଅଧିକ ମିଠା ପାନୀୟ ସେବନ।

_ ଅତ୍ୟଧିକ ମଦ୍ୟପାନ ଶରୀରରୁ ୟୁରିକ୍ ଏସିଡ୍ ବାହାର କରିବାରେ ବାଧା ସୃଷ୍ଟି କରେ।

_ ମୋଟାପଣ ଯୋଗୁଁ ଶରୀର ଅଧିକ ୟୁରିକ୍ ଏସିଡ୍ ତିଆରି କରେ ଏବଂ କିଡନୀ ଏହାକୁ ବାହାର କରିବାରେ ଅସମର୍ଥ ହୁଏ।

_ ଯଦି କିଡନୀ ସଠିକ୍ ଭାବେ କାମ କରୁନାହିଁ, ତେବେ ୟୁରିକ୍ ଏସିଡ୍ ରକ୍ତରେ ଜମା ହୋଇ ରହେ।

ଲକ୍ଷଣ

_ ଗଣ୍ଠିଗୁଡ଼ିକରେ ପ୍ରବଳ ଯନ୍ତ୍ରଣା ହେବା, ବିଶେଷ କରି ପାଦର ବୁଢ଼ା ଆଙ୍ଗୁଠିରେ।

_ ଗଣ୍ଠି ଫୁଲିଯିବା ଏବଂ ଲାଲ୍ ପଡ଼ିଯିବା।

_ ଚାଲିବା ବା ହାତଗୋଡ଼ ହଲାଇବା ସମୟରେ କଷ୍ଟ ଅନୁଭବ ହେବା।

_ ଗଣ୍ଠିଗୁଡ଼ିକ ଯନ୍ତ୍ରଣା ଅନୁଭବ ହେବା।

 ପ୍ରଭାବ

_ଗଣ୍ଠି ମଧ୍ୟରେ ୟୁରିକ୍ ଏସିଡ୍ କ୍ରିଷ୍ଟାଲ୍ ଜମା ହୋଇ ପ୍ରବଳ ଯନ୍ତ୍ରଣା ଦିଏ।

_ ୟୁରିକ୍ ଏସିଡ୍ ବଢ଼ିଲେ କିଡନୀରେ ଷ୍ଟୋନ ସୃଷ୍ଟି ହୋଇପାରେ।

_ ଦୀର୍ଘ ଦିନ ଧରି ଏହା ଅଧିକ ରହିଲେ ହୃଦଘାତର ଆଶଙ୍କା ମଧ୍ୟ ବଢ଼ିଥାଏ।

ପ୍ରତିରୋଧ

_  ଦିନକୁ ଅତି କମରେ ୩-୪ ଲିଟର ପାଣି ପିଇଲେ ପରିସ୍ରା ଦେଇ ୟୁରିକ୍ ଏସିଡ୍ ବାହାରିଯାଏ।

_ ପନିପରିବା, ଫଳ (ବିଶେଷ କରି ଚେରି ଓ ସେଓ) ଏବଂ ଫାଇବର ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ।

_ ନିୟମିତ ବ୍ୟାୟାମ କରି ଓଜନ ନିୟନ୍ତ୍ରଣରେ ରଖନ୍ତୁ।

_ ସୁଗାର ଥିବା ପାନୀୟ ଏବଂ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ।

_ ଡାକ୍ତରଙ୍କ ପରାମର୍ଶରେ ନିଜର ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ କରନ୍ତୁ ।

Tags: