କମିଥାଏ ହଜମ ଶକ୍ତି
ଗ୍ରୀଷ୍ମ ଋତୁରେ ହଜମ ପ୍ରକ୍ରିୟା ପ୍ରାୟତଃ ଖରାପ ହୋଇଯାଏ, ଯାହା କେବଳ ଖାଦ୍ୟପେୟ ପାଇଁ ନୁହେଁ ବରଂ ଶରୀରରେ ହେଉଥିବା ଜୈବିକ ପରିବର୍ତ୍ତନ ଯୋଗୁଁ ମଧ୍ୟ ହୋଇଥାଏ । ଅଧିକ ତାପମାତ୍ରା କାରଣରୁ ରକ୍ତ ସଞ୍ଚାଳନ ଚର୍ମ ଆଡ଼କୁ ଅଧିକ ପ୍ରବାହିତ ହୁଏ, ଫଳରେ ପାଚନ ଅଙ୍ଗଗୁଡ଼ିକୁ କମ୍ ରକ୍ତ ମିଳେ ଏବଂ ସେଗୁଡ଼ିକର କାର୍ଯ୍ୟଦକ୍ଷତା କମିଯାଏ । ଏହି ସମସ୍ୟାର ସମାଧାନ ଏବଂ ସତର୍କତା ନେଇ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ଖରାରେ ଶରୀରର ମେଟାବୋଲିକ୍ ହାର କମିଯାଏ ଏବଂ ଡିହାଇଡ୍ରେସନ ଯୋଗୁଁ ପାଚନ ଏନଜାଇମ୍ ଗୁଡ଼ିକ ଠିକରେ କାମ କରନ୍ତି ନାହିଁ, ଯାହା ଦ୍ୱାରା ଗ୍ୟାସ, ଏସିଡିଟି, ଡାଇରିଆ ଏବଂ ଭୋକ କମିବା ଭଳି ସମସ୍ୟା ଦେଖାଦିଏ । ଏଥିରୁ ରକ୍ଷା ପାଇବା ପାଇଁ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, କଫି, ଚା’, ମଦ୍ୟପାନ ଏବଂ ବାସି ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ । ଏସବୁ ପରିବର୍ତ୍ତେ ଦହି, ଘୋଳଦହି, ପଇଡ଼ ପାଣି, ତରଭୁଜ ଏବଂ ଫାଇବର ଯୁକ୍ତ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ। ଦିନକୁ ଏକାଥରକେ ଅଧିକ ନଖାଇ ଛୋଟ ଛୋଟ ଭାଗରେ ୩-୪ ଥର ଖାଇବା ଏବଂ ୭୦ ପ୍ରତିଶତ ପେଟ ଭର୍ତ୍ତି କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଯଦି ବାରମ୍ବାର ବାନ୍ତି, ଦସ୍ତ କିମ୍ବା ଅତ୍ୟଧିକ ଦୁର୍ବଳତା ଅନୁଭବ ହୁଏ, ତେବେ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ହଜମ ଶକ୍ତି କମ ରହିଥିବାରୁ ନିଜ ଇଚ୍ଛା ଅନୁସାରେ ଖାଦ୍ୟର ପରିମାଣ ଖାଆନ୍ତୁ, ବାଧ୍ୟତାରେ ଅଧିକ ଖାଆନ୍ତୁ ନାହିଁ ଏହି କ୍ଷତିକାରକ ହୋଇଥାଏ ।




