ବଢାନ୍ତୁ ହଜମ ଶକ୍ତି

ବଢାନ୍ତୁ ହଜମ ଶକ୍ତି
Ipsita Picture
By: Ipsita
Published On

 

ଅସନ୍ତୁଳିତ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଏବଂ ମାନସିକ ଚାପ ସିଧାସଳଖ ଭାବେ ଆମର ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଯାହାଫଳରେ ଏସିଡିଟି, କୋଷ୍ଠକାଠିନ୍ୟ ଏବଂ ବଦହଜମି ଭଳି ସମସ୍ୟା ଦେଖାଦେଇଥାଏ । ଏକ ସର୍ଭେ ଅନୁସାରେ ଭାରତର ପ୍ରାୟ ୨୨ ପ୍ରତିଶତ ବୟସ୍କ ଲୋକ କୋଷ୍ଠକାଠିନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ସୁଧାରିବା ପାଇଁ ଖାଦ୍ୟପେୟରେ ଫାଇବରଯୁକ୍ତ ଫଳ, ପନିପରିବା ଓ ଶସ୍ୟଜାତୀୟ ଖାଦ୍ୟ ସାମିଲ କରିବା ଜରୁରୀ । କାରଣ ଏହା ଆମ ଅନ୍ତନଳୀରେ ଥିବା ଉପକାରୀ ବ୍ୟାକ୍ଟେରିଆ ବା ଗୁଡ୍ ମାଇକ୍ରୋବ୍ସ ସଂଖ୍ୟା ବୃଦ୍ଧି କରିବା ସହ ପୋଷକ ତତ୍ତ୍ୱର ଅବଶୋଷଣରେ ସାହାଯ୍ୟ କରିଥାଏ । ବିଶେଷଜ୍ଞଙ୍କ ମତରେ, ହଜମ ପ୍ରକ୍ରିୟାକୁ ବଜାୟ ରଖିବା ପାଇଁ ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଏବଂ ଖାଦ୍ୟକୁ ଅତି ଧୀରେ ଧୀରେ ଚୋବାଇ ଖାଇବା  ଏକ ବୈଜ୍ଞାନିକ ଉପାୟ। ଏହାଫଳରେ ଶରୀରରେ ଆବଶ୍ୟକୀୟ ଏନଜାଇମ୍ ଏବଂ ଗ୍ୟାଷ୍ଟ୍ରିକ୍ ଜୁସ୍ ସଠିକ୍ ପରିମାଣରେ ନିର୍ଗତ ହୋଇଥାଏ। ଅନ୍ୟପଟେ, ପ୍ରୋସେସଡ୍ ଫୁଡ୍, ଅଧିକ ମିଠା ଓ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଏବଂ ଶୋଇବା ପୂର୍ବରୁ ଭାରି ଭୋଜନ କରିବା ଭଳି ଭୁଲ୍ ଅଭ୍ୟାସରୁ ନିବୃତ୍ତ ରହିବାର ଅଛି । ଏହା ଅନ୍ତନଳୀର ସୁରକ୍ଷା ସ୍ତରକୁ ଦୁର୍ବଳ କରିଥାଏ । ତେଣୁ ଏକ ସୁସ୍ଥ ଶରୀର, ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି ଏବଂ ମାନସିକ ସୁସ୍ଥତା ପାଇଁ ସୁଷମ ଖାଦ୍ୟ ଓ ସକ୍ରିୟ ଜୀବନଶୈଳୀ ଆପଣାଇ ହଜମ ଶକ୍ତିକୁ ସୁଦୃଢ଼ କରିବା ନିହାତି ଆବଶ୍ୟକ ।

Tags: