ଫିଟନେସର ଗୁରୁତ୍ବତା
କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ । ଯାହାପାଖରେ ଯେତେ ଧନ ଥିଲେ ବି ସ୍ବାସ୍ଥ୍ୟ ନଥିଲେ ସବୁ ଅସାର । ତେଣୁ ସମସ୍ତେ ପ୍ରଥମେ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇଥାଆନ୍ତି । ଫିଟନେସ କହିଲେ ଆମେ ସବୁଦିନ ସୁସ୍ଥକର ଖାଦ୍ୟ ଖାଇବା, ବ୍ୟାୟାମ କରିବା, ମାନସିକ ସ୍ବାସ୍ଥ୍ୟର ଯତ୍ନନେବା ଆଦିକୁ ବୁଝାଇଥାଏ । ତେବେ ଆସନ୍ତୁ ଜାଣିବା ଫିଟନେସର ଆମ ଜୀବନ ଉପରେ କଣ ପ୍ରଭାବ ରହିଛି । ଶାରିରୀକ ସ୍ବାସ୍ଥ୍ୟର ଉନ୍ନତି ପ୍ରତିଦିନ […]
କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ । ଯାହାପାଖରେ ଯେତେ ଧନ ଥିଲେ ବି ସ୍ବାସ୍ଥ୍ୟ ନଥିଲେ ସବୁ ଅସାର । ତେଣୁ ସମସ୍ତେ ପ୍ରଥମେ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇଥାଆନ୍ତି । ଫିଟନେସ କହିଲେ ଆମେ ସବୁଦିନ ସୁସ୍ଥକର ଖାଦ୍ୟ ଖାଇବା, ବ୍ୟାୟାମ କରିବା, ମାନସିକ ସ୍ବାସ୍ଥ୍ୟର ଯତ୍ନନେବା ଆଦିକୁ ବୁଝାଇଥାଏ । ତେବେ ଆସନ୍ତୁ ଜାଣିବା ଫିଟନେସର ଆମ ଜୀବନ ଉପରେ କଣ ପ୍ରଭାବ ରହିଛି ।
ଶାରିରୀକ ସ୍ବାସ୍ଥ୍ୟର ଉନ୍ନତି
ପ୍ରତିଦିନ ବ୍ୟାୟାମ କରିବା ଆମର ପୂରା ଶରୀରକୁ ଶକ୍ତ କରିଥାଏ । ଏହା କେବଳ ବାହାରୁ ନୁହେଁ ବରଂ ଶରୀର ଭିତର ଅଙ୍ଗପ୍ରତେଙ୍ଗକୁ ମଧ୍ୟ ସୁସ୍ଥ ଓ ଶକ୍ତ କରିଥାଏ । ଏହାଦ୍ବାରା ଆମର ମସଲ ଷ୍ଟ୍ରେନ୍ଥ ବଢିଥାଏ । ବିଭିନ୍ନ ରୋଗ ଯେପରି ମଧୁମେହ, ମେଦବହୁଳତା, ହାଇପରଟେନସନ ଆଦିର ରିସ୍କକୁ କମାଇଥାଏ ।
ମାନସିକ ସ୍ବାସ୍ଥ୍ୟ
ଫିଟନେସର ପ୍ରଭାବ କେବଳ ଶାରିରୀକ ନୁହେଁ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ । ଫିଟ୍ ରହିବା ପାଇଁ ଆମେ ଯେଉଁସବୁ ବ୍ୟାୟାମ କରିଥାଉ ଏହାର ଖୁବ ଭଲ ପ୍ରଭାବ ଆମ ମାନିସକ ସ୍ବାସ୍ଥ୍ୟ ଉପରେ ପଡିଥାଏ । ଏହାଦ୍ବାରା ଆମର ଚିନ୍ତା, ଚାପ, ଆଙ୍ଗଜାଇଟି, ଡିପ୍ରେସନ ଭଳି ଅନେକ ସମସ୍ୟା ଦୂର ହୋଇଥାଏ ।

ଏନର୍ଜି ବଢିଥାଏ
ଫିଜିକାଲି ଷ୍ଟ୍ରେନ୍ଥ ବଢିଲେ ଆମର ଏନର୍ଜି ବଢିଥାଏ । ଏହାଦ୍ବାରା କୌଣସି କାମ କରିବାକୁ ଇଚ୍ଛଶକ୍ତି ବଢିଥାଏ । ଷ୍ଟାମିନା ବଢିବା ଦ୍ବାରା ବ୍ୟକ୍ତିମାନଙ୍କର କାର୍ଯ୍ୟକ୍ଷମତା ବଢିଥାଏ ।
ନିଦ୍ରାହୀନତା ଦୂର ହୋଇଥାଏ
ଆଜିକାଲିର ବ୍ୟସ୍ତବହୂଳ ଜୀବନରେ ନିଦ୍ରାହୀନତା ଏକ ପ୍ରମୁଖ ସମସ୍ୟା ଭାବେ ଉଭାହୋଇଛି । କିନ୍ତୁ ପ୍ରତିଦିନର ବ୍ୟାୟାମ ଏହାକୁ ଠିକ କରିଥାଏ । ପ୍ରତିଦିନ ବ୍ୟାୟାମ କିମ୍ବା ଯୋଗ କରିବା ଦ୍ବାରା ଭଲ ନିଦ ହୋଇଥାଏ । ଏହା ଆମର ଶୋଇବାର ପାର୍ଟନକୁ ମଧ୍ୟ ବଦଳାଇବାରେ ସହାୟକ ହୋଇଥାଏ । ନିଦ ଭଲହେବା କାରଣରୁ ଆମର ଅନେକ ରୋଗ ଭଲ ହୋଇଥାଏ ।
ଜୀବନଶୈଳୀ ଉପରେ ପ୍ରଭାବ
ଫିଟନେସ ରହିବାର ପ୍ରକ୍ରିୟା ଏକ ଉତ୍ତମ ପ୍ରକ୍ରିୟା, ଏହାର ପ୍ରଭାବ ଆମ ଜୀବନଶୈଳୀ ଉପରେ ଖୁବ ଅଧିକ ପଡିଥାଏ । ସାମାଜିକ ମିଳାମିଶା, ସମୟ ପରିଚାଳନା, ସୁସ୍ଥ ଜୀବନଶୈଳୀ, ଆତ୍ମବିଶ୍ବାସ ଆଦି ଉପରେ ଏହାର ପ୍ରଭାବ ଖୁବ ଅଧିକ ପଡିଥାଏ ।
ସାମାଜିକ ଆଲୋଚନା
ସାଧାରଣତଃ ଯୋଗ, ବ୍ୟାୟାମ ଆଦି କରିବାକୁ ଲୋକମାନେ କୌଣସି କ୍ଲବ, ଯୋଗକେନ୍ଦ୍ର, ଜିମ୍ ଆଦିକୁ ଯାଇଥାଆନ୍ତି । ଯେଉଁକାରଣରୁ ଏଠାରେ ସାମାଜିକ ଆଲୋଚନାର ସୁଯୋଗ ଅଧିକ ରହିଥାଏ । ଏଠାକୁ ଆସୁଥିବା ଲୋକମାନେ ବିଭିନ୍ନ ଲୋକଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ପାଇଥାଆନ୍ତି । ତେଣୁ ଏହା ଆମର ସାମାଜିକ ଜୀବନକୁ ସୁଧାରିଥାଏ ।
ସମୟ ନିୟନ୍ତ୍ରଣ
ପ୍ରତିଦିନ ବ୍ୟାୟାମ କରିବା ଦ୍ବାରା ବ୍ୟକ୍ତିଙ୍କର ସମୟ ପରିଚାଳନା ତଥା ନିୟନ୍ତ୍ରଣ କରିବାର କ୍ଷମତା ବଢିଥାଏ । ଏହାଦ୍ବାରା ଆମର ବିଶେଷ ସହାୟତା ହୋଇଥାଏ । ଆମର କାର୍ଯ୍ୟ କରିବାର କ୍ଷମତା ସହିତ ଦକ୍ଷତା ମଧ୍ୟ ବଢିଥାଏ ।




