ଦାନ୍ତ ବିନ୍ଧାରୁ ତୁରନ୍ତ ମୁକ୍ତି

ଦାନ୍ତ ପୋକ ନଖାଇ ମଧ୍ୟ ବେଳେ ବେଳେ ପ୍ରବଳ ବିନ୍ଧା ହୋଇଥାଏ I ସେହି ସମୟରେ ଯଦି ଘରେ କୌଣସି ଔଷଧ ନଥାଏ ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର : -ସୈନ୍ଧବ ଲବଣକୁ ପାଣିରେ ମିଶାଇ ତୁରନ୍ତ କୁଳି କରନ୍ତୁ I – ଦାନ୍ତ ବିନ୍ଧI ସ୍ଥାନରେ ବରଫ ଲଗାନ୍ତୁ | – ଘରେ ତ୍ରିଫଳା ଚୁର୍ଣ୍ଣ ଥିଲେ ଏହାକୁ ଉଷୁମ ପାଣିରେ ମିଶାଇ ଗାର୍ଗଲ୍ କରନ୍ତୁ | – ଚିମୁଟାଏ ଖାଇବା ସୋଡ଼ାରେ ଅଳ୍ପ […]

Samaya Live Picture
Published On

ଦାନ୍ତ ପୋକ ନଖାଇ ମଧ୍ୟ ବେଳେ ବେଳେ ପ୍ରବଳ ବିନ୍ଧା ହୋଇଥାଏ I ସେହି ସମୟରେ ଯଦି ଘରେ କୌଣସି ଔଷଧ ନଥାଏ ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର :

-ସୈନ୍ଧବ ଲବଣକୁ ପାଣିରେ ମିଶାଇ ତୁରନ୍ତ କୁଳି କରନ୍ତୁ I
– ଦାନ୍ତ ବିନ୍ଧI ସ୍ଥାନରେ ବରଫ ଲଗାନ୍ତୁ |
– ଘରେ ତ୍ରିଫଳା ଚୁର୍ଣ୍ଣ ଥିଲେ ଏହାକୁ ଉଷୁମ ପାଣିରେ ମିଶାଇ ଗାର୍ଗଲ୍ କରନ୍ତୁ |
– ଚିମୁଟାଏ ଖାଇବା ସୋଡ଼ାରେ ଅଳ୍ପ ଲେମ୍ବୁ ରସ ମିଶାଇ ପେଷ୍ଟ ଲଗାନ୍ତୁ I
– ଦାନ୍ତ ବିନ୍ଧା ସ୍ଥାନରେ ପିଆଜ ରସ ଲଗାନ୍ତୁ ଆରାମ ଦେବ I
– ତୁଳାରେ ରେ ଲବଙ୍ଗ ତେଲ ଦେଇ ଦାନ୍ତ ମୂଳରେ ଜାକି ରଖନ୍ତୁ I
– ଗୋଟେ କୋଲା ରସୁଣକୁ ଯେଉଁ ଦାନ୍ତଟି ବିନ୍ଧା ହେଉଥିବା ସେହି ଦାନ୍ତରେ କାମୁଡି ରଖନ୍ତୁ,ଯେପରି ରସୁଣ ର ରସ
ଦାନ୍ତ ମୂଳକୁ ଯାଇ ପାରୁଥିବ I
– ଘରେ ଅମୃତ ଭଣ୍ଡା ଗଛ ଥିଲେ ,ସେଥିରୁ ପତ୍ର ଆଣି ପାଣିରେ ଫୁଟାଇ କୁଳି କରନ୍ତୁ I
– ଯନ୍ତ୍ରଣା ସ୍ଥାନରେ ଉଷୁମ ‘ଟି ବ୍ୟାଗ’ସେକ ଦିଅନ୍ତୁ I
– ଘରେ ଯଦି କେକ ପ୍ରସ୍ତୁତ ପାଇଁ ଭାନିଲା ଏସେନ୍ସ ରଖିଥାନ୍ତି ତେବେ ତୁଳାରେ କେଇ ବୁନ୍ଦା ଏସେନ୍ସ ନେଇ ଦାନ୍ତ ମୂଳରେ ଜାକି ରଖିଲେ ଏଥିରୁ ତୁରନ୍ତ ଆରାମ ପାଇ ପାରିବେ I

Tags: