ହାଇପରଟେନ୍ସନ୍ ଡାଏଟ୍
ସୁସ୍ଥ ରହିବା ପାଇଁ ଡାଏଟ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅନେକ ରୋଗ ଏଭଳି ରହିଛି ଯେଉଁଥିରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇଲେ କେତେକାଂଶରେ ଏଥିରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇଁ କେଉଁଖାଦ୍ୟ ଖାଇବାର ଆବଶ୍ୟକତା ରହିଛି । ତେବେ ଏହି ଖାଦ୍ୟ ଖାଇବା ଆଗରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । – ଖାଦ୍ୟରେ ପଟାସିଅମର ମାତ୍ରା ବଢାନ୍ତୁ । ଆମ ସେଲ୍ର କାର୍ଯ୍ୟକ୍ଷମତା […]
ସୁସ୍ଥ ରହିବା ପାଇଁ ଡାଏଟ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅନେକ ରୋଗ ଏଭଳି ରହିଛି ଯେଉଁଥିରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇଲେ କେତେକାଂଶରେ ଏଥିରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇଁ କେଉଁଖାଦ୍ୟ ଖାଇବାର ଆବଶ୍ୟକତା ରହିଛି । ତେବେ ଏହି ଖାଦ୍ୟ ଖାଇବା ଆଗରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
– ଖାଦ୍ୟରେ ପଟାସିଅମର ମାତ୍ରା ବଢାନ୍ତୁ । ଆମ ସେଲ୍ର କାର୍ଯ୍ୟକ୍ଷମତା ବଢାଇବା ପାଇଁ ଖାଦ୍ୟରେ ପଟାସିଅମର ମାତ୍ରା ଅଧିକ ରହିବା ଦରକାର । ସେହିଭଳି ଖାଦ୍ୟରେ ସୋଡିଅମର ମାତ୍ରା ଅଧିକ ହେବା ଖରାପ ହୋଇଥାଏ। ତେଣୁ ସୋଡିଅମ ଓ ପଟାସିଅମର ମାତ୍ରାକୁ ସଠିକ୍ ରଖିବାର ଆବଶ୍ୟକତା ରହିଛି । ତେବେ ନିଜର ଡାଏଟ୍ ଚାଟ୍ ପ୍ରସ୍ତୁତ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
– ସ୍କିମଡ଼ ମିଲଳ୍କରେ କ୍ୟାଲସିଅମ, ଭିଟାମିନ୍ ଡି’ର ମାତ୍ରା ଅଧିକ ଥାଏ । ଏହି ସ୍କିମଡ଼ ମିଲଳ୍କ ଆମର ରକ୍ତଚାପ କମାଇବାରେ ବେଶ୍ ସହଯୋଗ କରିଥାଏ । ତେବେ ଏହାକୁ ଖାଇବା ଆଗରୁ ନିଜର ଆଲର୍ଜି ପ୍ରତି ଧ୍ୟାନ ଦିଅନ୍ତୁ ।
– ଖାଦ୍ୟରେ ସବୁଜ ପନି ପରିବା ଆଡ କରନ୍ତୁ । ହାଇପରଟେନ୍ସନ୍କୁ କମାଇବା ପାଇଁ ସବୁଜ ପନିପରିବା ସବୁଠାରୁ ଭଲ ଅପସନ୍ । ଖାଦ୍ୟରେ ଟୋମାଟ, ପତ୍ର ଜାତୀୟ ପନିପରିବା ଆଦି ସାମିଲ କରନ୍ତୁ । ଏହା ରକ୍ତଚାପ କମାଇବାରେ ସହାୟକ ହୋଇଥାଏ ।
– ପଇଡ ପାଣି ଆମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏଥିରେ ଇଲେକେଫ୍ରାଲାଇଟ୍ସ ସହିତ ପଟ୍ଟାସିଅମର ମାତ୍ରା ଖୁବ ଅଧିକ । ଏହାକୁ ସବୁଦିନ ପିଇବା ଖୁବ ଲାଭ ଦାୟକ ହୋଇଥାଏ ।




