ଲକ୍‍ ଡ଼ାଉନରେ ଗୁଟ୍‍ଖା ମିଳୁନାହିଁ କି? ଘରେ ଏପରି ପ୍ରସ୍ତୁତ କରନ୍ତୁ ଗୁଟ୍‍ଖା!

 ଲକ୍‍ ଡ଼ାଉନରେ ଦୋକାନ ବଜାର ସବୁ ବନ୍ଦ। ଖାସ୍‍ କରି ପାନ ଗୁଟ୍‍ଖା ଦୋକାନ। ତେବେ ଏପରି ପରିସ୍ଥିତିରେ ଗୁଟ୍‍ଖା ଘରେ ପ୍ରସ୍ତୁତ କରିପାରିବେ। ତେବେ ଜାଣନ୍ତୁ କରନ୍ତୁ କିପରି ପ୍ରସ୍ତୁତ କପରିପାରବେ ଏହି ଗୁଟ୍‍ଖା। ବଜାରରେ ମିଳୁଥିବା ଗୁଟଖା ଆପଣଙ୍କ ସ୍ୱାସ୍ଥ୍ୟପାଇଁ ହାନିକାରକ ହୋଇଥାଏ। ତେବେ ଆମେ ଯେଉଁ ଗୁଟଖା କଥା କହୁଛୁ ତାହା ଆପଣଙ୍କ ସ୍ୱାସ୍ଥ୍ୟ ଖୁବ୍‍ ହିତକର ଅଟେ। ଗୁଟଖା ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ: ଅଦା,ଜୁଆଣି,କଳା ଲୁଣ, ଜୁଆଣି ଗୁଣ୍ଡ, ଲେମ୍ବୁରସ […]

Samaya Live Picture
Published On

 ଲକ୍‍ ଡ଼ାଉନରେ ଦୋକାନ ବଜାର ସବୁ ବନ୍ଦ। ଖାସ୍‍ କରି ପାନ ଗୁଟ୍‍ଖା ଦୋକାନ। ତେବେ ଏପରି ପରିସ୍ଥିତିରେ ଗୁଟ୍‍ଖା ଘରେ ପ୍ରସ୍ତୁତ
କରିପାରିବେ। ତେବେ ଜାଣନ୍ତୁ କରନ୍ତୁ କିପରି ପ୍ରସ୍ତୁତ କପରିପାରବେ ଏହି ଗୁଟ୍‍ଖା।
ବଜାରରେ ମିଳୁଥିବା ଗୁଟଖା ଆପଣଙ୍କ ସ୍ୱାସ୍ଥ୍ୟପାଇଁ ହାନିକାରକ ହୋଇଥାଏ। ତେବେ ଆମେ ଯେଉଁ ଗୁଟଖା କଥା କହୁଛୁ ତାହା ଆପଣଙ୍କ ସ୍ୱାସ୍ଥ୍ୟ ଖୁବ୍‍ ହିତକର ଅଟେ।

ଗୁଟଖା ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ:
ଅଦା,ଜୁଆଣି,କଳା ଲୁଣ, ଜୁଆଣି ଗୁଣ୍ଡ, ଲେମ୍ବୁରସ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଅଦାକୁ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ। ଏହାକୁ ଗୁଟ୍‍ଖା ଆକାରର ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ। ଏହାକୁ ଲେମ୍ବୁ ରସରେ ଗୋଟିଏ ଦିନ ଭିଜାଇ ରଖନ୍ତୁ। ଏହା ପରଦିନ କିଛି ଜୁଆଣିଗୁଣ୍ଡ, କଳାଲୁଣ ପକାଇ ଗୋଳାଇଦିଅନ୍ତୁ।
ଏହାକୁ ଦୁଇ ତିନିଦିନ ଖରାରେ ଶୁଖାନ୍ତୁ। ଏହାପରେ ଆପଣ ଯେପରି ଗୁଟ୍‍ଖା ଖାଆନ୍ତି ସେହିପରି ଖାଆନ୍ତୁ।
ଆପଣ ବଜାରରୁ କିଣି ଖାଉଥିବା ଗୁଟ୍‍ଖା କର୍କଟ ରୋଗର କାରଣ ହୋଇଥିବାବେଳେ ଆପଣ ଘରେ ପ୍ରସ୍ତୁତ କରିଥିବା ଏହି ଗୁଟ୍‍ଖା ଶରୀର ପାଇଁ ଲଭେଦାୟକ ଅଟେ। ଏହାଦ୍ୱାରା ବଜହଜମୀ, ଅମ୍ଳଦୋଷ,ଥଣ୍ଡା କଫ ଦୂର ହୋଇଥାଏ। ଏହା କେବଳ ଆପଣ କାହିଁକି ଆପଣଙ୍କ ପରିବାରର ଯେକୌଣସି ସଦସ୍ୟ ଖାଇପାରିବେ।

Tags: