ହୋମ ମେକ ଓଭର ଥେରାପି

ହୋମ ମେକ ଓଭର ଥେରାପି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

ମାନସିକ ଶାନ୍ତି ପାଇଁ ନୂଆ ଟ୍ରେଣ୍ଡ ଭାବେ 'ହୋମ୍ ମେକଓଭର ଥେରାପି' ବର୍ତ୍ତମାନ ଖୁବ ଭାଇରାଲ ହେଉଛି ।  ଆଧୁନିକ ଜୀବନର ଚାପ ଏବଂ ବ୍ୟସ୍ତବହୁଳ ସମୟ ମଧ୍ୟରେ ନିଜ ଘରକୁ ଏକ ନୂଆ ରୂପ ଦେବା ବର୍ତ୍ତମାନ ଏକ 'ଥେରାପି' ଭାବରେ ଉଭା ହୋଇଛି। ଯାହାକୁ ଆଜିକାଲି ଦୁନିଆରେ 'ହୋମ୍ ମେକଓଭର ଥେରାପି'  କୁହାଯାଉଛି। ହୋମ୍ ମେକଓଭର ଥେରାପି ହେଉଛି ଏକ ମାନସିକ ପ୍ରକ୍ରିୟା, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ବାସସ୍ଥାନର ରଙ୍ଗ, ଆସବାବପତ୍ରର ସଜ୍ଜା ଏବଂ ସାମଗ୍ରିକ ପରିବେଶରେ ପରିବର୍ତ୍ତନ ଆଣି ନିଜର ମାନସିକ ସ୍ୱାସ୍ଥ୍ୟ ଏବଂ ମନୋବଳକୁ ସଜାଡ଼ିବାକୁ ଚେଷ୍ଟା କରନ୍ତି। ଏହା କେବଳ ଘର ସଜାଇବା ପାଇଁ ନୁହେଁ, ବରଂ ନିଜ ଆଖପାଖର ପରିବେଶକୁ ନିଜର ଆବଶ୍ୟକତା ଓ ଭାବନା ସହ ଯୋଡ଼ିବାକୁ ଏକ ପ୍ରୟାସ । ସେହିଭଳି ଆଜିକାଲିର ଯୁବପିଢି ବର୍ତ୍ତମାନ ଏହାକୁ ଖୁବ ମାନୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରକାର ମାନସିକ ସମସ୍ୟାକୁ ସେମାନେ ଏହି ଉପାୟରେ ସମାଧାନ କରୁଛନ୍ତି

ସମ୍ବନ୍ଧିତ ଖବର ସୁପର ଫୁଡ ମାଣ୍ଡିଆ

ପ୍ରଭାବ

ସମ୍ବନ୍ଧିତ ଖବର ବନ୍ଧ୍ୟାତ୍ୱ ଚିକିତ୍ସାକୁ ଅଧାରୁ ବନ୍ଦ କରିବା ସମସ୍ୟାକୁ ଅଧିକ ଜଟିଳ କରିଥାଏ

ମାନସିକ ଚାପ ହ୍ରାସ

ଘରର ଅସଜଡ଼ା ଜିନିଷକୁ ସଜାଡ଼ିବା କିମ୍ବା ପୁରୁଣା ସ୍ଥାନକୁ ନୂଆ ରୂପ ଦେବା ଦ୍ୱାରା ମନରେ ଶାନ୍ତି ଆସିଥାଏ। ଏକ ସଫା ଓ ସୁନ୍ଦର ପରିବେଶ ମସ୍ତିଷ୍କରେ 'ଡୋପାମାଇନ୍' ହରମୋନ୍ କ୍ଷରଣ କରେ, ଯାହା ଖୁସି ପ୍ରଦାନ କରିଥାଏ।

ସୃଜନଶୀଳତା ବୃଦ୍ଧି

 ଯେତେବେଳେ ଆପଣ ଘର ପାଇଁ ନୂଆ ରଙ୍ଗ କିମ୍ବା ଡିଜାଇନ୍ ବାଛନ୍ତି, ଏହା ଆପଣଙ୍କ ଭିତରେ ଥିବା ସୃଜନଶୀଳତାକୁ ବଢାଇଥାଏ, ଯାହା ମାନସିକ ଶାନ୍ତି ପ୍ରଦାନ କରିଥାଏ ।

ନିୟନ୍ତ୍ରଣର ଅନୁଭବ

ଅନେକ ସମୟରେ ବାହାର ଦୁନିଆର ପରିସ୍ଥିତି ଆମ ହାତରେ ନଥାଏ, କିନ୍ତୁ ନିଜ ଘରକୁ ନିଜ ଇଚ୍ଛା ଅନୁସାରେ ବଦଳାଇବା ଦ୍ୱାରା ଆମକୁ ନିଜ ଜୀବନ ଉପରେ ଏକ ପ୍ରକାର ନିୟନ୍ତ୍ରଣ  ମିଳିଥାଏ। ଏହି ନିୟନ୍ତ୍ରଣ ଆମ ମନକୁ ଶାନ୍ତ କରାଇବାରେ ସାହାଯ୍ୟ କରିଥାଏ ।

Tags: