ହିପ୍ ଜଏଣ୍ଟ ସମସ୍ୟା
ହିପ୍ ଜଏଣ୍ଟ ସମସ୍ୟା ବା ଡିଡିଏଚ ହେଉଛି ଏକ ଜନ୍ମଗତ ସ୍ୱାସ୍ଥ୍ୟ ଅବସ୍ଥା, ଯେଉଁଠାରେ ଶିଶୁର ହିପ୍ ଜଏଣ୍ଟ ବା ତଳି ଅଣ୍ଟା ସଠିକ୍ ଭାବେ ବିକଶିତ ହୋଇନଥାଏ। ଏହି କାରଣରୁ ଜଙ୍ଘ ହାଡର ଗୋଲାକାର ଅଂଶ , ତଳ ଅଣ୍ଟାର ସକେଟ୍ ମଧ୍ୟରେ ଠିକ୍ ଭାବେ ଖାପ ଖାଇ ରହିପାରେ ନାହିଁ। ଫଳରେ ଜଏଣ୍ଟଟି ଢିଲା କିମ୍ବା ଅସ୍ଥିର ହୋଇଯାଏ। ‘ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍’ ଅନୁଯାୟୀ, ଭାରତରେ ପ୍ରତି ୧୦୦୦ ଶିଶୁଙ୍କ ମଧ୍ୟରୁ ୨-୩ ଜଣଙ୍କଠାରେ ଏହି ସମସ୍ୟା ଦେଖାଯାଏ। ଏହା ଏକ ସାଧାରଣ କଣ୍ଡିସନ ହେଲେ ମଧ୍ୟ ଅନେକ ସମୟରେ ଏହାର ଚିହ୍ନଟ ବିଳମ୍ବରେ ହୋଇଥାଏ।ଏହା ଏକ ଡେଭଲପମେଣ୍ଟାଲ କଣ୍ଡିସନ, ଯାହା ଶିଶୁ ଜନ୍ମ ହେବା ପୂର୍ବରୁ ଗର୍ଭାବସ୍ଥାରେ ଶାରୀରିକ ବିକାଶ ସମୟରେ ଆରମ୍ଭ ହୋଇଥାଏ। ଏହା କେବଳ ଜନ୍ମ ସମୟରେ ନୁହେଁ, ବରଂ ଜନ୍ମର କିଛି ମାସ ପରେ ମଧ୍ୟ ବିକଶିତ ହୋଇପାରେ। ଏହାକୁ ଚିହ୍ନଟ ପାଇଁ ଅନେକ ଡାକ୍ତରୀ ପରୀକ୍ଷା ରହିଛି, ଯେଉଁଥିରୁ ଏହାକୁ ସଠିକ ସମୟରେ ଚିହ୍ନଟ କରିହୋଇଥାଏ । ଯାହାପରେ ଉପଯୁକ୍ତ ଚିକିତ୍ସା ସାହାଯ୍ୟରେ ଏହାକୁ ଭଲ ମଧ୍ୟ କରିହୋଇଥାଏ । ତେବେ ଏହାର ଚିହ୍ନଟ ଉପରେ ସବୁକିଛି ନିର୍ଭର କରିଥାଏ ।
ପ୍ରାରମ୍ଭିକ ଲକ୍ଷଣ
- _ ଗୋଟିଏ ଗୋଡ଼ ଅପେକ୍ଷାକୃତ ଅନ୍ୟଟିଠାରୁ ଛୋଟ ଦେଖାଯିବା ।
- _ ଜଙ୍ଘ ପାଖର ଚର୍ମର ଭାଙ୍ଗ ସମାନ ନ ରହିବା ।
- _ଶିଶୁକୁ ଗୋଡ଼ ଖୋଲିବାରେ କଷ୍ଟ ହେବା ।
- _ ଶିଶୁ ଚାଲିବା ଶିଖିବା ପରେ ଛୋଟେଇ ଛୋଟେଇ ଚାଲିବା ।



