ହିଟ୍ ହେଡେକ୍

 ହିଟ୍ ହେଡେକ୍
Ipsita Picture
By: Ipsita
Published On

ଗ୍ରୀଷ୍ମ ଋତୁରେ ଅନେକ ସମୟରେ ଲୋକମାନେ ମୁଣ୍ଡବିନ୍ଧା, ମୁଣ୍ଡ ଭାରି ଲାଗିବା ଏବଂ ବୁଲେଇହେବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଡାକ୍ତରୀ ଭାଷାରେ ଏହାକୁ ହିଟ୍ ହେଡେକ୍’  ବା ଖରା ମୁଣ୍ଡବିନ୍ଧା କୁହାଯାଏ। ତେବେ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଏହା କୌଣସି ରୋଗ ନୁହେଁ ବରଂ ଶରୀରର ଗରମ ଯୋଗୁଁ ହୋଇଥାଏ । ଶରୀରରେ ଜଳୀୟ ଅଂଶ କମିଗଲେ ଏହି ସମସ୍ୟା ଦେଖାଦିଏ । ଏହି ଯନ୍ତ୍ରଣା ସାଧାରଣତଃ ମୁଣ୍ଡର ଦୁଇ ପାର୍ଶ୍ୱରେ ବା କାନପାଖରେ ଅନୁଭୂତ ହୋଇଥାଏ । ତେବେ କିଛିଟା ଦିଗ ପ୍ରତି ଧ୍ୟାନ ଦେଲେ ଏହାକୁ ଦୂରେଇ ହେବ । ଯାହା ବି ଅନୁକରଣ କରୁଛନ୍ତି ଡାକ୍ତରଙ୍କ ପରାମର୍ଶରେ ଅନୁକରଣ କରନ୍ତୁ ।

କାରଣ

_ ଶରୀରରେ ଜଳର ଅଭାବ ।

_ ଝାଳ ଦ୍ୱାରା ଶରୀରରୁ ସୋଡିୟମ୍ ଓ ପୋଟାସିୟମ୍ ଭଳି ଆବଶ୍ୟକ ତତ୍ତ୍ୱ ବାହାରିଯିବା ।

_ ଗରମ ଯୋଗୁଁ ଶିରାରେ ରକ୍ତ ସଞ୍ଚାଳନ ବଢିବା ଫଳରେ ମୁଣ୍ଡର ନାଡ଼ି ଉପରେ ଚାପ ପଡ଼ିବା ।

ଲକ୍ଷଣ

_ ମୁଣ୍ଡ ଭାରି ଲାଗିବା କିମ୍ବା ଟିପ୍-ଟିପ୍ ହୋଇ ବିନ୍ଧିବା।

_ ଅତ୍ୟଧିକ ଶୋଷ ଲାଗିବା ଏବଂ ଦୁର୍ବଳ ଅନୁଭବ ହେବା।

_ ଚକ୍କର ଆସିବା କିମ୍ବା ମୁଣ୍ଡ ବୁଲାଇବା।

_ ମାଂସପେଶୀରେ ଯନ୍ତ୍ରଣା।

ସମସ୍ୟା ବଢିବାର କାରଣ

_ ଶରୀରର ସଂକେତକୁ ଅଣଦେଖା କରିବା ଯଥା ଶୋଷ ଲାଗିଲେ ମଧ୍ୟ ପାଣି ନ ପିଇବା।

_ ଭୁଲ୍ ସମୟରେ ବାହାରକୁ ଯିବା, ଅର୍ଥାତ ଖରାରେ ବାହାରକୁ ବାହାରିବା କିମ୍ବା ବ୍ୟାୟାମ କରିବା।

_ ଭୁଲ୍ ପାନୀୟ ଯେପରି ବାରମ୍ବାର ଚା’, କଫି କିମ୍ବା ମିଠା ପାନୀୟ ପିଇବା।

_ବିଶ୍ରାମର ଅଭାବ, କ୍ରମାଗତ ଭାବେ ଗରମରେ କାମ କରିବା।

ଟିପ୍ସ

_ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ। ପାଣି ସହ ଓଆରଏସ୍ କିମ୍ବା ଲେମ୍ବୁ ପାଣି ବ୍ୟବହାର କରନ୍ତୁ।

_ ପ୍ରଖର ଖରାରେ ବାହାରକୁ ଯିବା ସମୟରେ ଛତା, ଟୋପି କିମ୍ବା ଚଷମା ବ୍ୟବହାର କରନ୍ତୁ।

_ ସୁତା କପଡ଼ା ଏବଂ ହାଲୁକା ରଙ୍ଗର ପୋଷାକ ପିନ୍ଧନ୍ତୁ।

_ ଖରାରୁ ଆସିବା ମାତ୍ରେ ତୁରନ୍ତ ଥଣ୍ଡା ପାଣି ପିଅନ୍ତୁ ନାହିଁ କିମ୍ବା ଗାଧାନ୍ତୁ ନାହିଁ। କିଛି ସମୟ ବିଶ୍ରାମ ପରେ ପାଣି ପିଅନ୍ତୁ।

_ ବିଶେଷଭାବେ ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ ।

_ ତେବେ ଅଧିକ ଯନ୍ତ୍ରଣା ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: