ହୃଦରୋଗୀ ମାନେ ଖାଆନ୍ତୁ ବେସନ ରୋଟି

ଭାରତର ଅଧିକାଂଶ ଲୋକ ଦୈନନ୍ଦିନ ଜୀବନରେ ଗହମ କିମ୍ବା ମଇଦାରେ ତିଆରି ରୁଟି ଖାଇ ଥାନ୍ତି I, ଏହି ଅଭ୍ୟାସ ବହୁ ପୂର୍ବରୁ ଚଳି ଆସୁଛି I ଏହାବାଦ ଆପଣ ବେସନ ତିଆରି ରୁଟି ଖାଇଲେ ଏହା ସ୍ୱାସ୍ଥ୍ୟ ପକ୍ଷେ ଖୁବ ଲାଭ ଦାୟକ ହୋଇଥାଏ I ବେସନରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଯେଉଁଥିରେ ପ୍ରୋଟିନ୍, ଫାଇବର, କାର୍ବସ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ରହିଛି I ଆସନ୍ତୁ ଜାଣିବା କେଉଁମାନେ ବେସନ ରୁଟି ଖାଇବା […]

Samaya Live Picture
Published On

ଭାରତର ଅଧିକାଂଶ ଲୋକ ଦୈନନ୍ଦିନ ଜୀବନରେ ଗହମ କିମ୍ବା ମଇଦାରେ ତିଆରି ରୁଟି ଖାଇ ଥାନ୍ତି I, ଏହି ଅଭ୍ୟାସ ବହୁ ପୂର୍ବରୁ ଚଳି ଆସୁଛି I ଏହାବାଦ ଆପଣ ବେସନ ତିଆରି ରୁଟି ଖାଇଲେ ଏହା ସ୍ୱାସ୍ଥ୍ୟ ପକ୍ଷେ ଖୁବ ଲାଭ ଦାୟକ ହୋଇଥାଏ I ବେସନରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଯେଉଁଥିରେ ପ୍ରୋଟିନ୍, ଫାଇବର, କାର୍ବସ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ରହିଛି I ଆସନ୍ତୁ ଜାଣିବା କେଉଁମାନେ ବେସନ ରୁଟି ଖାଇବା ଉଚିତ୍ :

କୋଲେଷ୍ଟ୍ରଲ କମ୍ ହେବ
ବେସନରେ ଥିବା ପ୍ରୋଟିନ୍ ଏବଂ ଫାଇବରର ପରିମାଣ ବହୁତ ଅଧିକ, ଏବଂ ଏଥିରେ କ୍ୟାଲୋରୀ କମ ରହିଥାଏ ଯେଉଁ କାରଣରୁ ବ୍ୟାଡ଼ କୋଲେଷ୍ଟ୍ରୋଲ୍ ଜମା ହୋଇନଥାଏ, ଏହି କାରଣରୁ ଆପଣ ହୃଦ୍ରୋଗ ଭଳି ଅନେକ ମାରାତ୍ମକ ରୋଗରୁ ରକ୍ଷା ପାଇଥା’ନ୍ତି I

ହୃଦରୋଗ ସମସ୍ୟାକୁ ଦୂର କରେ
ବେସନରେ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ମିଳିଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ, ଯେଉଁଥିପାଇଁ ଏହା ହୃଦଘାତ, ବ୍ଳକେଜ , କରୋନାରୀ ଧମନୀ ରୋଗ ଏବଂ ଟ୍ରିପଲ୍ ଭେସେଲ ଭଳି ମାରାତ୍ମକ ରୋଗର ଆଶଙ୍କାକୁ ବହୁ ପରିମାଣରେ ହ୍ରାସ କରିଥାଏ I ସେଥିପାଇଁ ବେସନ ରୁଟିକୁ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ସାମିଲ କରି ପାରିବେ I

ସେହିଭଳି ଏହା ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ I ମଧୁମେହ ରୋଗୀମାନେ ଖାଦ୍ୟ ପାନୀୟରେ ଖୁବ ଶୃଙ୍ଖଳିତ ହେବା ଦରକାର I ଅଟା ରୁଟି ବଦଳରେ ସେମାନେ ବେସନ ପ୍ରସ୍ତୁତ ରୁଟି ଖାଇଲେ ଏହା ସ୍ୱାସ୍ଥ୍ୟକର ହୋଇଥାଏ I ବେସନ ରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ଥାଏ, ଯାହା ମଧୁମେହ ପାଇଁ ଲାଭଦାୟକ ଅଟେ I ଏଥିରେ ଥିବା ପ୍ରୋଟିନ୍ ଏବଂ ଡାଏଟାରୀ ଫାଇବର ସାହାଯ୍ୟରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହଜ ହୋଇଯାଏ I ଏହା ବ୍ୟତୀତ ନିୟମିତ ଅଟା ବା ମଇଦା ରୁଟି ଖାଉଥିବା ଲୋକଙ୍କ ଶରୀରରେ କାର୍ବୋହାଇଡ୍ରେଟ୍ ଏବଂ ଶର୍କରା ସ୍ତର ଅଧିକ ରହିଥାଏ I ବେସନ ରୁଟି ଅବଶ୍ୟ ଅଟା ରୁଟି ପରି ନରମ ହୋଇ ନ ଥାଏ ତେବେ ଆପଣ ବେସନ ଘୋଳ କରି ଅଥବା ଅଟା ପରି ଚକଟି ଏଥିରେ ସାମାନ୍ୟ ଜୁଆଣି,ଜିରାଗୁଣ୍ଡ,ଅଦା ଛେଚା ଏବଂ ଧନିଆ ପତ୍ର କାଟି ମିଶାଇ ରୁଟି ପ୍ରସ୍ତୁତ କଲେ ଏହା ଖାଇବାକୁ ସ୍ୱାଦିଷ୍ଟ ହେବା ସଙ୍ଗେ ସଙ୍ଗେ,ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ I

Tags: