ସ୍ୱାସ୍ଥ୍ୟକାରୀ ଦହି

ଦହି ସ୍ୱାସ୍ଥ୍ୟପାଇଁ ବେଶ୍‌ ଭଲ ହୋଇଥାଏ । ଏହାର ସ୍ୱାଦ ଭଳି ଏହା ଆମର ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ । ଏହାକୁ ବିଭିନ୍ନ ଡିସ୍‌ରେ ଅଲଗା ଅଲଗା ଭାବେ ବ୍ୟବହାର କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଆମର ସବୁଦିନିଆ ଖାଦ୍ୟରେ ଦହିକୁ ବ୍ୟବହାର କରିବାର ଫାଇଦା । ଭରପୁର କ୍ୟାଲସିଅମ ରହିଥାଏ – ଦହିରେ କ୍ୟାଲସିଅମର ମାତ୍ରା ଖୁବ ଅଧିକ ରହିଥାଏ, ଯାହା ଆମ ଶରୀର ପାଇଁ ଦରକାରୀ ହୋଇଥାଏ । କେବଳ […]

Samaya Live Picture
Published On

ଦହି ସ୍ୱାସ୍ଥ୍ୟପାଇଁ ବେଶ୍‌ ଭଲ ହୋଇଥାଏ । ଏହାର ସ୍ୱାଦ ଭଳି ଏହା ଆମର ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ । ଏହାକୁ ବିଭିନ୍ନ ଡିସ୍‌ରେ ଅଲଗା ଅଲଗା ଭାବେ ବ୍ୟବହାର କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଆମର ସବୁଦିନିଆ ଖାଦ୍ୟରେ ଦହିକୁ ବ୍ୟବହାର କରିବାର ଫାଇଦା ।
ଭରପୁର କ୍ୟାଲସିଅମ ରହିଥାଏ – ଦହିରେ କ୍ୟାଲସିଅମର ମାତ୍ରା ଖୁବ ଅଧିକ ରହିଥାଏ, ଯାହା ଆମ ଶରୀର ପାଇଁ ଦରକାରୀ ହୋଇଥାଏ । କେବଳ କ୍ୟାଲସିଅମ ନୁହେଁ ଏଥିରେ ଭିଟାମିନ୍‌ ଡି ମଧ୍ୟ ଅଧିକ ପରିମାଣର ଥାଏ । ତେଣୁ ଦହି ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍‌ ଡି ଓ କ୍ୟାଲସିଅମ ଉଭୟ ମିଳିଥାଏ ।
ରୋଗପ୍ରତିରୋଧକ ଶକ୍ତି ବଢାଏ – ଦହି ଖାଇବା ଦ୍ୱାରା ଆମର ଇମୁ୍ୟନିଟି ବୁଷ୍ଟ ହୋଇଥାଏ । ଦହି ଖାଇବା ଦ୍ୱାରା ଆମର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଜିଙ୍କ ଓ ଦରକାରୀ ମିନେରାଲ୍ସ ଆମକୁ ସ୍ୱାସ୍ଥ୍ୟକର ରଖିବାରେ ସାହାଯ୍ୟ କରିଥାଏ ।
ଉଜ୍ୱଳ ତ୍ୱଚା – ଦହି ଆମର କସମେଟିକ୍‌ ଭଳି ମଧ୍ୟ କାମ କରିଥାଏ । ସବୁଦିନ ମିଲ୍‌ରେ ଦହି ଖାଇବା ଦ୍ୱାରା ଆମର ତ୍ୱଚ୍ଚା ଗ୍ଲୋ କରିଥାଏ । ଏହା ସ୍କିନ୍‌କୁ ହାଇଡ୍ରେଟ୍‌ କରିବାରେ ସାହାଯ୍ୟ କରିଥାଏ ।

Tags: