ସ୍ବାସ୍ଥ୍ୟକର ଅଲିଭ
ଅଲିଭ୍ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଫଳ । ଏହାର ବ୍ୟବହାର କେବଳ ରୋଷେଇରେ ନୁହେଁ, ବରଂ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଲିଭ୍ ଏବଂ ଏହାର ତେଲରୁ ଅନେକ ପ୍ରକାରର ସ୍ବାସ୍ଥ୍ୟଗତ ଉପକାର ଆମକୁ ମିଳିଥାଏ ।
ହୃଦୟକୁ ସୁସ୍ଥ ରଖେ _ ଓଲିଭ୍ରେ ପ୍ରଚୁର ପରିମାଣରେ 'ମୋନୋଅନସାଚୁରେଟେଡ୍ ଫ୍ୟାଟି ଏସିଡ୍' ଥାଏ, ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲ କମାଇବା ସହ ହୃଦଘାତର ଆଶଙ୍କାକୁ ହ୍ରାସ କରିଥାଏ ।
ଆଣ୍ଟି-ଅକ୍ସିଡାଣ୍ଟ _ ଏଥିରେ ଥିବା ଭିଟାମିନ୍ ଇ ଏବଂ ପଲିଫେନଲ୍ସ ଶରୀରର କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।
କର୍କଟ ରୋଗ ପ୍ରତିରୋଧକ _ ଅଲିଭ୍ରେ ଥିବା ଓଲିଓକାଥାନଲ ଏବଂ ଅନ୍ୟାନ୍ୟ ତତ୍ତ୍ୱ କର୍କଟ କୋଷଗୁଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ, ବିଶେଷ କରି ସ୍ତନ ଓ ପାକସ୍ଥଳୀ କର୍କଟ ରୋଗରୁ ରକ୍ଷା କରିବାରେ ଏହା ସହାୟକ ହୁଏ ।
ହଜମ ପ୍ରକ୍ରିୟାରେ ସହାୟକ _ ଅଲିଭ୍ ଖାଇବା ଦ୍ୱାରା ପାକସ୍ଥଳୀର କାର୍ଯ୍ୟଦକ୍ଷତା ବଢ଼ିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ।
ହାଡ଼ ଶକ୍ତ କରେ _ ନିୟମିତ ଅଲିଭ୍ ସେବନ କଲେ ହାଡ଼ର ଘନତ୍ୱ ବୃଦ୍ଧି ପାଏ, ଯାହାଦ୍ୱାରା ଅଷ୍ଟିଓପୋରୋସିସ୍ ଭଳି ହାଡ଼ ଜନିତ ରୋଗର ଭୟ କମିଯାଏ ।
ତ୍ୱଚା ଓ କେଶ ପାଇଁ ଲାଭଦାୟକ _ ଅଲିଭ୍ ତେଲରେ ଥିବା ଭିଟାମିନ୍ ଇ ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ବାର୍ଦ୍ଧକ୍ୟର ଚିହ୍ନକୁ ଦୂର କରେ। ଏହା କେଶକୁ ମଜବୁତ୍ ଏବଂ ଚମକଦାର କରିବା ପାଇଁ ଏକ ପ୍ରାକୃତିକ କଣ୍ଡିସନର ଭାବେ କାର୍ଯ୍ୟ କରେ ।




