ସ୍ୱାସ୍ଥ୍ୟୋପଯୋଗୀ ରସୁଣ

ଆମର ନିତିଦିନିଆ ଆହାରକୁ ପୁଷ୍ଟିକର ରଖିବା ସହିତ କେଉଁ ସମୟରେ କ’ଣ ଖାଇବା ଉଚିତ୍‌, ଏହା ଉପରେ ଯଥେଷ୍ଟ ଧ୍ୟାନ ରଖିବା ଆବଶ୍ୟକ । ଏଭଳି କିଛି ଖାଦ୍ୟ ସାମଗ୍ରୀ ଅଛି, ଯାହାକୁ ଖାଲିପେଟରେ ଖାଇବା ଦ୍ୱାରା ଅଧିକ ଲାଭ ପ୍ରାପ୍ତ ହୋଇଥାଏ । ସେଥିମଧ୍ୟରେ ରସୁଣ ହେଉଛି ଅନ୍ୟତମ । ରସୁଣକୁ ଖାଲିପେଟରେ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ୍‌ ଫଳପ୍ରଦ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଏହାକୁ ସବୁଠୁ ବଡ଼ କାରକ […]

Samaya Live Picture
Published On

ଆମର ନିତିଦିନିଆ ଆହାରକୁ ପୁଷ୍ଟିକର ରଖିବା ସହିତ କେଉଁ ସମୟରେ କ’ଣ ଖାଇବା ଉଚିତ୍‌, ଏହା ଉପରେ ଯଥେଷ୍ଟ ଧ୍ୟାନ ରଖିବା ଆବଶ୍ୟକ । ଏଭଳି କିଛି ଖାଦ୍ୟ ସାମଗ୍ରୀ ଅଛି, ଯାହାକୁ ଖାଲିପେଟରେ ଖାଇବା ଦ୍ୱାରା ଅଧିକ ଲାଭ ପ୍ରାପ୍ତ ହୋଇଥାଏ । ସେଥିମଧ୍ୟରେ ରସୁଣ ହେଉଛି ଅନ୍ୟତମ । ରସୁଣକୁ ଖାଲିପେଟରେ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ୍‌ ଫଳପ୍ରଦ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଏହାକୁ ସବୁଠୁ ବଡ଼ କାରକ ବୋଲି ଡାକ୍ତରୀ ଭାଷାରେ କୁହାଯାଇଥାଏ । ସେହିପରି ହୃଦୟକୁ ସୁସ୍ଥ ରଖିବା, ପାଚନତନ୍ତ୍ରକୁ ଉନ୍ନତ କରିବା, ମଧୁମେହ ସ୍ତରକୁ ନିୟନ୍ତ୍ରଣ ରଖିବା ଆଦି ଭଳି ଅନେକ ପ୍ରସଙ୍ଗରେ ରସୁଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ତେଣୁ ସକାଳେ ଖାଲିପେଟରେ କଞ୍ଚା ରସୁଣର ୨ରୁ ୪ଟି କୋଲା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ ବୋଲି କୁହାଯାଏ । ରସୁଣରେ ଭରପୁର ମାତ୍ରାର ଏଲିସିନ୍‌ ରହିଥାଏ, ଯାହା ଶେ୍ୱତ ରକ୍ତ କଣିକାକୁ ବଢ଼ାଇବା ସହିତ ଇମୁ୍ୟନିଟି ସିଷ୍ଟମକୁ ମଜଭୁତ କରିବାରେ ବେଶ୍‌ ସହାୟକ ହୋଇଥାଏ । ସେହିପରି ନିୟମିତ ଭାବେ ଏହାକୁ ସେବନ କରିବା ଦ୍ୱାରା ରକ୍ତଚାପକୁ କମ୍‌ କରିବା ସହିତ କୋଲେଷ୍ଟ୍ରଲ୍‌କୁ ବଢ଼ାଇ ହୃଦୟକୁ ସୁସ୍ଥ ରଖିବାରେ ଲାଭକାରୀ ହୋଇଥାଏ । ଏହାସହିତ ପାଚନ ତନ୍ତ୍ର ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ, ଯାହା ଗ୍ୟାଷ୍ଟ୍ରିକ୍‌ ଜୁସ୍‌ର ଉତ୍ପାଦନକୁ ଉତ୍ତେଜିତ କରିଥାଏ ।

Tags: