ସୁସ୍ଥ ପାନୀୟ
ଭାରତୀୟ ମସଲା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ଏହା ଶରୀର ପାଇଁ ଏକ ଔଷଧ ପରି କାମ କରିଥାଏ। ଆମ ରୋଷେଇ ଘରେ ମିଳୁଥିବା ଡାଲଚିନି, ଲବଙ୍ଗ ଏବଂ ପୁଦିନା ପରି ସାମଗ୍ରୀକୁ ବ୍ୟବହାର କରି ଆମେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ପାନୀୟ ପ୍ରସ୍ତୁତ କରିପାରିବା। ଏହି ପାନୀୟଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆସନ୍ତୁ ସେହିଭଳି କିଛି ପାନୀୟ ସମ୍ପର୍କରେ ଜାଣିବା ଯେଉଁଗୁଡିକ ଆମକୁ ଏକ ସୁସ୍ଥ ଜୀବନ ପ୍ରଦାନ କରିବେ ।
୧. ଡାଲଚିନି ଚା’
ଡାଲଚିନି ଏକ ଶକ୍ତିଶାଳୀ ମସଲା ଯାହା ଶରୀରର ମେଟାବୋଲିଜିମ୍ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ରକ୍ତରେ ଶର୍କରା ଅଂଶ ନିୟନ୍ତ୍ରିତ ହୋଇ ରହିଥାଏ। ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଡାଲଚିନି ପାଣି ଏକ ଉତ୍କୃଷ୍ଟ ପାନୀୟ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୁଏ । ନିୟମିତ ଏହାକୁ ସେବନ କଲେ ହୃଦୟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
୨. ଲବଙ୍ଗ ଏବଂ ଗୋଲମରିଚ କାଢ଼ା
ଲବଙ୍ଗ ଏବଂ ଗୋଲମରିଚରେ ପ୍ରଚୁର ପରିମାଣରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ। ଶୀତଦିନେ କିମ୍ବା ଋତୁ ପରିବର୍ତ୍ତନ ସମୟରେ ହେଉଥିବା କାଶ ଓ ସର୍ଦ୍ଦି ପାଇଁ ଏହି କାଢ଼ା ଅତ୍ୟନ୍ତ ଲାଭଦାୟକ । ଏହା ଶ୍ୱାସତନ୍ତ୍ରକୁ ସଫା ରଖିବା ସହ ଗଳା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏହି ପାନୀୟ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବହୁଗୁଣିତ କରିବାରେ ସାହାଯ୍ୟ କରେ । ଏହାକୁ ପ୍ରସ୍ତୁତ କରିବା ପାଇଁ ପାଣିରେ ୨-୩ଟି ଲବଙ୍ଗ ଓ ଗୋଲମରିଚ ଫୁଟାଇ ସେଥିରେ ଅଳ୍ପ ମହୁ ମିଶାଇ ପିଇପାରିବେ ।
୩. ପୋଦିନା ଶରବତ
ପୋଦିନା ପତ୍ର ଶରୀରକୁ ଥଣ୍ଡା ରଖିବା ସହ ହଜମ ପ୍ରକ୍ରିୟାରେ ବିଶେଷ ସାହାଯ୍ୟ କରିଥାଏ । ପେଟ ଫାମ୍ପିବା କିମ୍ବା ଗ୍ୟାସ୍ ସମସ୍ୟା ଥିଲେ ପୁଦିନା ପାଣି ପିଇବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ । ଏଥିରେ ଥିବା ମାନସିକ ଚାପ କମାଇବାରେ ଏବଂ ମନକୁ ଶାନ୍ତ ରଖିବାରେ ସହାୟକ ହୁଏ । ଖରାଦିନେ ଏହି ପାନୀୟ ଶରୀରକୁ ଜଳଶୂନ୍ୟତା ବା ଡିହାଇଡ୍ରେସନରୁ ରକ୍ଷା କରିଥାଏ । ତାଜା ପୋଦିନା ପତ୍ରକୁ ବାଟି ସେଥିରେ ଲେମ୍ବୁ ରସ ଓ ବିଟ୍ ଲୁଣ ମିଶାଇ ଏହି ସ୍ୱାସ୍ଥ୍ୟକର ଶରବତ ପ୍ରସ୍ତୁତ କରାଯାଇପାରିବ ।
୪. ହଳଦୀ କ୍ଷୀର
ହଳଦୀକୁ ଭାରତୀୟ ସଂସ୍କୃତିରେ ଏକ ପ୍ରାକୃତିକ ଆଣ୍ଟିବାୟୋଟିକ୍ ଭାବେ ଗ୍ରହଣ କରାଯାଏ । କ୍ଷୀରରେ ଅଳ୍ପ ହଳଦୀ ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ କ୍ଷତ ଶୀଘ୍ର ଶୁଖିଥାଏ । ଏହା ହାଡ଼କୁ ମଜବୁତ କରିବା ସହ ଗଣ୍ଠି ବ୍ୟଥାରୁ ମଧ୍ୟ ମୁକ୍ତି ଦେଇଥାଏ । ନିୟମିତ ହଳଦୀ କ୍ଷୀର ପିଇବା ଦ୍ୱାରା ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ । ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇଲେ ଭଲ ନିଦ ହେବା ସହ ଶରୀର ସତେଜ ରହେ ।
୫. ଗୁଜୁରାତି ଓ ଅଦା ଚା’
ଅଦା ଏବଂ ଗୁଜୁରାତି ମିଶ୍ରିତ ଚା’ ପାଚନ କ୍ରିୟାକୁ ସକ୍ରିୟ କରିବାରେ ବହୁତ ପ୍ରଭାବଶାଳୀ । ଅଦା ଶରୀରର ବିଭିନ୍ନ ସମସ୍ୟା ପାଇଁ ଉପକାରୀ ହୋଇଥାଏ । ଗୁଜୁରାତି ମୁଖରୁ ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରେ। ଏହି ପାନୀୟ ରକ୍ତ ସଞ୍ଚାଳନକୁ ବଢ଼ାଇବା ସହ ଶରୀରକୁ ଉର୍ଜା ପ୍ରଦାନ କରିଥାଏ । ମୁଣ୍ଡବିନ୍ଧା କିମ୍ବା କ୍ଲାନ୍ତି ଅନୁଭବ ହେଲେ ଏହାକୁ ପିଇବା ଦ୍ୱାରା ଖୁବ୍ଶୀଘ୍ର ଆରାମ ମିଳେ। ପ୍ରତିଦିନ ସକାଳେ ଏହି ପାନୀୟ ସେବନ କଲେ ଦିନସାରା ଶରୀର ସକ୍ରିୟ ରହିଥାଏ ।



