ଏହି ଉପାୟରେ ରହିବେ ପୂରା ଫିଟ୍
ସମୟ ଲାଇଭ୍,୨୮/୨: ବର୍ତ୍ତମାନର ଆଧୁନିକ ଯୁଗରେ ଯୁବା ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଫିଟ୍ନେସକୁ ନେଇ ଚିନ୍ତିତ। କେହି ନିଜର ସୌନ୍ଦର୍ଯ୍ୟକୁ ନେଇ ଚିନ୍ତିତ ତ ଆଉ କେହି ନିଜର ଦୁର୍ବଳ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ।ଯଦି ଶରୀରରେ ସଠିକ ପରିମାଣରେ ବା ମାତ୍ରାରେ ରକ୍ତ ଗଚ୍ଛିତ ହୋଇ ରହିବ ତେବେ ଏସବୁ ସମସ୍ୟା ଦେଖାଦେଇ ନଥାଏ। ତେବେ ଆସନ୍ତୁ ଜାଣିବା କିଛି ଖାଦ୍ୟପେୟ ବିଷୟରେ ଯାହାଦ୍ୱାରା ଶରୀରରେ ରକ୍ତ ର ମାତ୍ରା […]
ସମୟ ଲାଇଭ୍,୨୮/୨: ବର୍ତ୍ତମାନର ଆଧୁନିକ ଯୁଗରେ ଯୁବା ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଫିଟ୍ନେସକୁ ନେଇ ଚିନ୍ତିତ। କେହି ନିଜର ସୌନ୍ଦର୍ଯ୍ୟକୁ ନେଇ ଚିନ୍ତିତ ତ ଆଉ କେହି ନିଜର ଦୁର୍ବଳ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ।ଯଦି ଶରୀରରେ ସଠିକ ପରିମାଣରେ ବା ମାତ୍ରାରେ ରକ୍ତ ଗଚ୍ଛିତ ହୋଇ ରହିବ ତେବେ ଏସବୁ ସମସ୍ୟା ଦେଖାଦେଇ ନଥାଏ। ତେବେ ଆସନ୍ତୁ ଜାଣିବା କିଛି ଖାଦ୍ୟପେୟ ବିଷୟରେ ଯାହାଦ୍ୱାରା ଶରୀରରେ ରକ୍ତ ର ମାତ୍ରା ବୃଦ୍ଧି ହୋଇଥାଏ।
1- ପାଳଙ୍ଗ : ଯଦି ଆପଣଙ୍କ ଶରୀରରେ ରକ୍ତର ପରିମାଣ କମ୍ ଅଛି ଏବଂ ଆପଣ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଆପଣ ପାଳଙ୍ଗ ଶାଗକୁ ଖାଇ ପାରିବେ।ଏହାକୁ ଖାଇବା ଦ୍ୱାରା ରକ୍ତର ପରିମାଣ ବୃଦ୍ଧି ପାଇଥାଏ। ପାଳଙ୍ଗକୁ ଜୁସି କରି ମଧ୍ୟ ଆପଣ ପ୍ରତିଦିନ ପିଇ ପାରିବେ। ଦୈନିକ ଅଧ କପ୍ ଜୁସ୍ ଶରୀର ପାଇଁ ଯଥେଷ୍ଟ। ପାଳଙ୍ଗ ଜୁସ୍ ପିଇବା ଦ୍ୱାରା ଆପଣଙ୍କର ଥକ୍କା ପଣା ମଧ୍ୟ ଦୂର ହୋଇଥାଏ।

୨-ଟମାଟୋ: ଆପଣ ଚାଲିବା ବୁଲିବା ସମୟରେ ମଧ୍ୟ କଞ୍ଚା ଟମାଟୋକୁ ଖାଇ ପାରିବେ। ଏହା ରକ୍ତର ପରିମାଣକୁ ବଢାଇବା ସହ ଥକ୍କାପଣ ଦୂର କରିଥାଏ।ଟମାଟୋ ଖାଇବା ଦ୍ୱାରା ରକ୍ତ ବଢିବା ସହ ପାଚନ କ୍ରିୟାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ।

୩-ଅଙ୍ଗୁର: ଏହାକୁ ଆପଣ ଖାଇପାରିବେ କିମ୍ବା ଜୁସ କରି ପିଇ ପାରିବେ।ଭୋଜନ କରିବାର ଅଧ ଘଣ୍ଟା ପରେ ଅଙ୍ଗୁର ସେବନ କଲେ ଅଧିକ ଲାଭଦାୟକ ହୋଇଥାଏ।ଏହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତର ମାତ୍ରା ବଢିବା ସହ ଥକ୍କାପଣ ଦୂର ହୋଇଥାଏ।
୪-ଗାଜର: ଗାଜର ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଗାଜର ଖାଇବା ଦ୍ୱାରା ରକ୍ତର ମାତ୍ରା ବୃଦ୍ଧି ହୋଇଥାଏ।ଅଧିକା ଥକ୍କାପଣ ଅନୁଭବ କରୁଥିବା ବ୍ୟକ୍ତି ଦୈନିକ ଗୋଟେ ଗ୍ଲାସ ଗାଜର ଜୁସ୍ ପିଇବା ଉଚିତ୍।
୫-ମେଥି ଶାଗ: ମେଥି ଶାଗ ଖାଇବା ଦ୍ୱାରା ରକ୍ତର ସ୍ତର ବଢିଥାଏ ଏବଂ ଥକ୍କାପଣ ଦୂର ହୋଇଥାଏ।ପାଚନତନ୍ତ୍ର ମଧ୍ୟ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇଥାଏ।

୬-କମଳା: କମଳାକୁ ଆପଣ ଜୁସ୍ କରି ପିଇପାରିବେ। ଏହି ଜୁସ୍ ପିଇବା ଦ୍ୱାରା ରକ୍ତର ପରିମାଣ ବହୁ ମାତ୍ରାରେ ବୃଦ୍ଧି ପାଇଥାଏ।
Tags:




