ସ୍ୱାସ୍ଥ୍ୟପୋଯୋଗୀ ନିମ୍ବ

ନିମ୍ବଗଛ ପ୍ରାୟ ସମସ୍ତଙ୍କ ବଗିଚାରେ ବେଶ୍‌ ସହଜରେ ଉପଲବ୍ଧ ହୋଇଥାଏ । ବିଭିନ୍ନ ପ୍ରକାରର ବ୍ୟାକେଫରିଆଲ୍‌ ସଂକ୍ରମଣର ଚିକିତ୍ସା ପାଇଁ ବର୍ଷ ବର୍ଷ ଧରି ଏହାକୁ ବ୍ୟବହାର କରାଯାଉଛି । ଏହାଛଡ଼ା ମଧ୍ୟ ନିମ୍ବପତ୍ରରେ ଏଭଳି ଅନେକ କିଛି ଔଷଧୀୟ ଗୁଣ ରହିଛି, ଯାହା ଶରୀର ପକ୍ଷେ ବହୁ ହିତକର ସାବ୍ୟସ୍ତ ହୋଇଥାଏ । ଏଥିରେ ଆଣ୍ଟି ଇମ୍ଫ୍ଲେମେଟେରୀ ଗୁଣ ରହିଛି ଯାହା ଶରୀରରେ ହେଉଥିବା ବିଭିନ୍ନ ପ୍ରକାରର ଆଲର୍ଜିକୁ କମ୍‌ କରିବାରେ ବିଶେଷ ସହାୟକ ହୋଇଥାଏ […]

Samaya Live Picture
Published On

ନିମ୍ବଗଛ ପ୍ରାୟ ସମସ୍ତଙ୍କ ବଗିଚାରେ ବେଶ୍‌ ସହଜରେ ଉପଲବ୍ଧ ହୋଇଥାଏ । ବିଭିନ୍ନ ପ୍ରକାରର ବ୍ୟାକେଫରିଆଲ୍‌ ସଂକ୍ରମଣର ଚିକିତ୍ସା ପାଇଁ ବର୍ଷ ବର୍ଷ ଧରି ଏହାକୁ ବ୍ୟବହାର କରାଯାଉଛି । ଏହାଛଡ଼ା ମଧ୍ୟ ନିମ୍ବପତ୍ରରେ ଏଭଳି ଅନେକ କିଛି ଔଷଧୀୟ ଗୁଣ ରହିଛି, ଯାହା ଶରୀର ପକ୍ଷେ ବହୁ ହିତକର ସାବ୍ୟସ୍ତ ହୋଇଥାଏ । ଏଥିରେ ଆଣ୍ଟି ଇମ୍ଫ୍ଲେମେଟେରୀ ଗୁଣ ରହିଛି ଯାହା ଶରୀରରେ ହେଉଥିବା ବିଭିନ୍ନ ପ୍ରକାରର ଆଲର୍ଜିକୁ କମ୍‌ କରିବାରେ ବିଶେଷ ସହାୟକ ହୋଇଥାଏ । ଏହାସହିତ ଶରୀରରେ ହେଉଥିବା କୁଣ୍ଡିଆକୁ ମଧ୍ୟ ଏହା କମ୍‌ କରିଥାଏ । ସେହିପରି ଖାଲି ପେଟରେ ନିମ୍ବପତ୍ର ସେବନ କରିବା ଦ୍ୱାରା ରକ୍ତରେ ଥିବା ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା ଔଷଧୀୟ ଗୁଣ ତ୍ୱଚାକୁ ରୋଗ, ଘା’ ଏବଂ ଜଳାପୋଡ଼ା ସ୍ଥାନରେ ହେବାକୁ ଥିବା ସଂକ୍ରମଣକୁ ଏଡ଼ାଇଥାଏ । ଏହା ରକ୍ତକୁ ସଫା ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାଦ୍ୱାରା ତ୍ୱଚାରେ ଥିବା ଦାଗ ମଧ୍ୟ ଦୂର ହୋଇଯାଏ । ପ୍ରତ୍ୟହ ଖାଲିପେଟରେ ୪ରୁ ୫ଟି ଲେଖାଏଁ ନିମ୍ବପତ୍ର ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ । ଏଭଳି ଅଭ୍ୟାସ ରଖିଲେ ଅନେକ ରୋଗବୈରାଗ୍ୟରୁ ମୁକ୍ତି ମିଳିବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

Tags: