ଅବେଳରେ ଖାଦ୍ୟ ଗ୍ରହଣ ଡ଼ାକିଆଣେ ଏହି ସମସ୍ୟା

ସମୟ ଲାଇଭ୍‍,୯/୧୨: ପ୍ରତ୍ୟେକ ଦିନ ଏକ ନିର୍ଦ୍ଧାରିତ ସମୟରେ ଖାଦ୍ୟ ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଯଦି ଭୋଜନ କରିବା ସମୟ ଠିକ୍‍ ନରହେ ତେବେ ଏହା ସ୍ୱାସ୍ଥ୍ୟପାଇଁ ବିପଦ ମଧ୍ୟ ସୃଷ୍ଟିକରେ। ଏକ ଗବେଷଣାରୁ ଜଣାପଡିଛି ଯେ, ଦିନରେ ଶେଷଥର ଭୋଜନ କରିବାର ସମୟ ସ୍ୱାସ୍ଥ୍ୟ ଉପରେ ବେଶ୍‍ ପ୍ରଭାବ ପକାଇଥାଏ ଏବଂ ଏହା କ୍ୟାନ୍ସର ଭଳି ଗମ୍ଭୀର ରୋଗର କାରଣ ହୋଇପାରେ। ଗବେଷକଙ୍କ କହିବା ଅନୁଯାୟୀ, ଖାଇବା କ୍ଷଣି ଶୋଇପଡୁଥିବା […]

Samaya Live Picture
Published On

ସମୟ ଲାଇଭ୍‍,୯/୧୨: ପ୍ରତ୍ୟେକ ଦିନ ଏକ ନିର୍ଦ୍ଧାରିତ ସମୟରେ ଖାଦ୍ୟ ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଯଦି ଭୋଜନ କରିବା ସମୟ ଠିକ୍‍ ନରହେ ତେବେ ଏହା ସ୍ୱାସ୍ଥ୍ୟପାଇଁ ବିପଦ ମଧ୍ୟ ସୃଷ୍ଟିକରେ। ଏକ ଗବେଷଣାରୁ ଜଣାପଡିଛି ଯେ, ଦିନରେ ଶେଷଥର ଭୋଜନ କରିବାର ସମୟ ସ୍ୱାସ୍ଥ୍ୟ ଉପରେ ବେଶ୍‍ ପ୍ରଭାବ ପକାଇଥାଏ ଏବଂ ଏହା କ୍ୟାନ୍ସର ଭଳି ଗମ୍ଭୀର ରୋଗର କାରଣ ହୋଇପାରେ।
ଗବେଷକଙ୍କ କହିବା ଅନୁଯାୟୀ, ଖାଇବା କ୍ଷଣି ଶୋଇପଡୁଥିବା ମହିଳା ନିକଟରେ ବ୍ରେଷ୍ଟ କ୍ୟାନ୍ସରର ଆଶଙ୍କା ଅଧିକ ରହିଥାଏ। ଯେତେବେଳେ କି, ରାତ୍ରି ଭୋଜନ ୯ଟା ପୂର୍ବରୁ କିମ୍ବା ଶୋଇବବାର ୨ଘଣ୍ଟା ପୂର୍ବରୁ କରୁଥିବା ବ୍ୟକ୍ତିଙ୍କ ନିକଟରେ ଏହି ସମସ୍ୟା ୨୦ ପ୍ରତିଶତ କମ୍‍ ଦେଖାଯାଇଥାଏ।କେବଳ ସମୟ ନୁହେଁ ଖାଦ୍ୟ ମଧ୍ୟ କ୍ୟାନ୍ସର ପାଇଁ ଦାୟୀ ହୋଇଥାଏ। ଏକ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଭୋଜନ କରିବାର ସମୟ ଉପରେ ଧ୍ୟାନ ରଖିବା ସହିତ ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ ଅଟେ।

Tags: