ହାନିକାରକ ଏକୁଟିଆ ପଣ

ହାନିକାରକ ଏକୁଟିଆ ପଣ
Ipsita Picture
By: Ipsita
Published On

 

ମାନସିକ ସ୍ୱାସ୍ଥ୍ୟ ଏବଂ ମନୋବିଜ୍ଞାନ କ୍ଷେତ୍ରରେ ଇମୋସନାଲ ଲୋନଲିନେସଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହା ସାଧାରଣ ଏକଲାପଣଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମନୋବିଜ୍ଞାନୀଙ୍କ ଅନୁସାରେ ୧୯୭୩ ମସିହାରେ ହୋଇଥିବା ଏକ ଗବେଷଣା ଅନୁଯାୟୀ, ଏକଲାପଣ ଦୁଇ ପ୍ରକାରର ହୋଇଥାଏ, ଯଥା ସୋସିଆଲ ଲୋନଲିନେସ  ଏବଂ ଇମୋସନାଲ ଲୋନଲିନେସ। ଭିଡ଼ ମଧ୍ୟରେ ଏକୁଟିଆ ଅନୁଭବ କରିବା ହେଉଛି ଏହାର ମୁଖ୍ୟ ଲକ୍ଷଣ। ଯଦି ଜଣେ ବ୍ୟକ୍ତି ସମସ୍ତଙ୍କ ଗହଣରେ ଥାଇ ମଧ୍ୟ ମତେ କେହି ବୁଝନ୍ତି ନାହିଁକିମ୍ବା କେହି ମୋର ନୁହଁନ୍ତିବୋଲି ଅନୁଭବ କରେ, ତେବେ ଏହା ଇମୋସନାଲ ଲୋନଲିନେସର ସଙ୍କେତ ହୋଇପାରେ। ଏହାର ସମାଧାନ ପାଇଁ ସମ୍ପର୍କର ସଂଖ୍ୟା ନୁହେଁ ବରଂ ଗୁଣବତ୍ତା ବଢ଼ାଇବା ଜରୁରୀ । ଏହାକୁ ମାପିବା ପାଇଁ ଏକ ସେଲଫ୍ ଆସେସମେଣ୍ଟ ଟେଷ୍ଟ୍ ମଧ୍ୟ ରହିଛି, ଯାହାକୁ ଆପଣାଇ ନିଜେ ନିଜର ମାନସିକ ସ୍ଥିତି ସମ୍ପର୍କରେ ଜାଣିପାରିବେ । ତେବେ ଯଦି ଆପଣ ମାନସିକ ସ୍ତରରେ ଅତ୍ୟଧିକ ଭାବେ ଏକୁଟିଆ ଅନୁଭବ କରୁଛନ୍ତି ତେବେ ବିଶେଷଜ୍ଞଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି ।

Tags: