ହେମୋଫିଲା
ଏହା ଏକ ପ୍ରକାରର ଇନ୍ହେରିଟେଡ୍ ବ୍ଲିଡିଂ ଡିଜ୍ଇଡର । ଏହି ସମସ୍ୟା ରୋଗୀଙ୍କୁ ବାପା ମାଆଙ୍କ ଠାରୁ ଆସିଥାଏ । ଏହି ରୋଗ ହେଲେ ଆମ ଶରୀରରେ ରକ୍ତ ସଠିକ୍ ଢଙ୍ଗରେ ଜମାଟ ବାନ୍ଧି ନଥାଏ । ତେଣୁ ଯଦି କୌଣସି ସ୍ଥାନରେ କ୍ଷତ ହୁଏ ତେବେ ଏଥିରୁ ରକ୍ତ ବନ୍ଦ ହୋଇ ନଥାଏ । ଆମ ରକ୍ତରେ ଏକାଧୀକ ପ୍ରୋଟିନ ରହିଛି ଯାହା ବ୍ଲଡ୍ କ୍ଲଟ କରିବାରେ ସହାୟକ ହୋଇଥାଏ । ଏହା କାହାକୁ ବି […]
ଏହା ଏକ ପ୍ରକାରର ଇନ୍ହେରିଟେଡ୍ ବ୍ଲିଡିଂ ଡିଜ୍ଇଡର । ଏହି ସମସ୍ୟା ରୋଗୀଙ୍କୁ ବାପା ମାଆଙ୍କ ଠାରୁ ଆସିଥାଏ । ଏହି ରୋଗ ହେଲେ ଆମ ଶରୀରରେ ରକ୍ତ ସଠିକ୍ ଢଙ୍ଗରେ ଜମାଟ ବାନ୍ଧି ନଥାଏ । ତେଣୁ ଯଦି କୌଣସି ସ୍ଥାନରେ କ୍ଷତ ହୁଏ ତେବେ ଏଥିରୁ ରକ୍ତ ବନ୍ଦ ହୋଇ ନଥାଏ । ଆମ ରକ୍ତରେ ଏକାଧୀକ ପ୍ରୋଟିନ ରହିଛି ଯାହା ବ୍ଲଡ୍ କ୍ଲଟ କରିବାରେ ସହାୟକ ହୋଇଥାଏ । ଏହା କାହାକୁ ବି ହୋଇପାରେ । ହେମୋଫିଲିଆ କାରଣରୁ ଅନ୍ୟ ରୋଗ ମଧ୍ୟ ହେବାର ସମ୍ଭାବନା ରହିଛି । ଏହା କାରଣରୁ ଶରୀରରେ ଥିବା ବିଭିନ୍ନ ଜଏଣ୍ଟରେ ବ୍ଲିଡିଂ ହୋଇଥାଏ ଯାହା କ୍ରୋନିକ ଜଏଣ୍ଟ ଡିଜିଜ୍ ଓ ପେନ୍ର କାରଣ ହୋଇଥାଏ । ବେଳେବେଳେ ଏହି ସମସ୍ୟାରେ ବ୍ରେନ୍ରେ ବ୍ଲିଡିଂ ହୋଇଥାଏ, ଯେଉଁ କାରଣରୁ ଅନେକ ବଡବଡ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯିବାର ଆଶଙ୍କା ରହିଛି । ବେଳେବେଳେ ଏଥିରେ ଜୀବନପ୍ରତି ମଧ୍ୟ ବିପଦ ରହିଥାଏ । ଯଦି ଏହାର କୌଣସି ଲକ୍ଷଣ ଆପଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଲକ୍ଷଣ
– ଜଏଣ୍ଟ ଯେପରି ଆଣ୍ଠୁ, କହୁଣୀ ଆଦିରେ ଟାଇଟନେସ୍ ରହିବା ।
– ପାଟି ଓ ମାଢିରେ ବ୍ଲିଡିଂ ହେବା ।
– ଛୋଟ ଇଞ୍ଜକସନ୍ ନେଲେ ମଧ୍ୟ ରକ୍ତ ବନ୍ଦ ନହେବା ।
– ଝାଡା କିମ୍ବା ପରିସ୍ରାରେ ରକ୍ତ ପଡିବା ।
– ନାକରୁ ରକ୍ତ ପଡିବା ।




