ପିଠି ଚର୍ବିରୁ ମୁକ୍ତି

ସାଧାରଣତଃ ଅତ୍ୟଧିକ ବସି ରହିବା ଏବଂ ଅଧିକ ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଅଣ୍ଟା ଓ ପିଠିରେ ଚର୍ବି ବଢିଥାଏ । ଯାହା ଫଳରେ ଚାଲିବା ଓ ଶୋଇବା ଆଦିରେ ସମସ୍ୟା ହୋଇଥାଏ । ଏହି କାରଣ ପାଇଁ ସର୍ବଦା ମେଦବହୁଳ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଡାକ୍ତରୀ ଚିକିତ୍ସା ଥିବା ବେଳେ କିଛି ଘରୋଇ ଉପଚାର ମଧ୍ୟ ରହିଛି । sintomasdelsida.org ଏହାର ଉପଚାର […]

Samaya Live Picture
Published On

ସାଧାରଣତଃ ଅତ୍ୟଧିକ ବସି ରହିବା ଏବଂ ଅଧିକ ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଅଣ୍ଟା ଓ ପିଠିରେ ଚର୍ବି ବଢିଥାଏ । ଯାହା ଫଳରେ ଚାଲିବା ଓ ଶୋଇବା ଆଦିରେ ସମସ୍ୟା ହୋଇଥାଏ । ଏହି କାରଣ ପାଇଁ ସର୍ବଦା ମେଦବହୁଳ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଡାକ୍ତରୀ ଚିକିତ୍ସା ଥିବା ବେଳେ କିଛି ଘରୋଇ ଉପଚାର ମଧ୍ୟ ରହିଛି । sintomasdelsida.org ଏହାର ଉପଚାର ହଳଦୀ ମାଧ୍ୟମରେ କରାଯାଇପାରିବ । ବହୁ ପୁରାତନ କାଳରୁ ହଳଦୀକୁ ଆମେ ଖାଦ୍ୟ ଓ କସ୍‌ମେଟିକ୍‌ ଭାବେ ବ୍ୟବହାର କରିଆସୁଛୁ । ତେବେ ଏହି ହଳଦୀକୁ ଅଣ୍ଟା ଓ ପିଠିର ଚର୍ବି କମାଇବା ପାଇଁ ବ୍ୟବହାର କରାଯାଇଥାଏ I ହଳଦୀରେ ପୋଟାସିୟମ୍‌, ଓମେଗା -୩, ଫ୍ୟାଟି ଏସିଡ୍‌, ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, ଓ ଫାଇବର ରହିଥାଏ । ତେଣୁ ହଳଦୀ ଶରୀରକୁ ସୁସ୍ଥ ରଖିବା ସହ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଏକ କପ୍‌ ହଳଦୀ ଚା’ ପିଇବା ଖୁବ ଭଲ । କିଛି ପାଣିରେ ହଳଦୀ ପାଉଡର ଓ ଅଦା ମିଶାନ୍ତୁ , ତାପରେ ଏହାକୁ ଫୁଟାନ୍ତୁ । ସେହି ଫୁଟାପାଣିକୁ ସେବନ କରନ୍ତୁ । ଏହା ବେଶ୍‌ ଉପକାରୀ ହୋଇଥାଏ । ତେବେ ଯଦି ପିଠିରେ ଅଧିକ ଚର୍ବି ଜମିଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: