ହିମୋଗ୍ଲୋବିନ୍‌ ବୃଦ୍ଧି ପାଇଁ ଖାଦ୍ୟ

ସମଗ୍ର ଶରୀରକୁ ସୁସ୍ଥ ରଖିବା ଲାଗି ଶରୀରରେ ହିମୋଗ୍ଲୋବିନର ସ୍ତର ସଠିକ୍‌ ରହିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ହିମୋଗ୍ଲୋବିନ ହେଉଛି ଲାଲ୍‌ ରକ୍ତ କଣିକାରେ ଥିବା ଏକ ପ୍ରୋଟିନ୍‌, ଯାହା ପୂରା ଶରୀରକୁ ଅମ୍ଳଜାନ ପହଞ୍ଚାଇଥାଏ । ହେଲେ ଶରୀରରେ ହିମୋଗ୍ଲୋବିନର ସ୍ତର କମ୍‌ ହେବା କାରଣରୁ ଦୁର୍ବଳ ଲାଗିବା ସହିତ କ୍ଳାନ୍ତ ଏବଂ ଅନ୍ୟାନ୍ୟ ସମସ୍ୟା ପରିଲକ୍ଷିତ ହୋଇଥାଏ । ତେବେ ଏହାର ସ୍ତରକୁ ବଢ଼ାଇବା ଲାଗି ଡାଳିମ୍ବ ଏବଂ ପିଜୁଳି ବେଶ୍‌ ଫଳପ୍ରଦ ସାବ୍ୟସ୍ତ […]

Samaya Live Picture
Published On

ସମଗ୍ର ଶରୀରକୁ ସୁସ୍ଥ ରଖିବା ଲାଗି ଶରୀରରେ ହିମୋଗ୍ଲୋବିନର ସ୍ତର ସଠିକ୍‌ ରହିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ହିମୋଗ୍ଲୋବିନ ହେଉଛି ଲାଲ୍‌ ରକ୍ତ କଣିକାରେ ଥିବା ଏକ ପ୍ରୋଟିନ୍‌, ଯାହା ପୂରା ଶରୀରକୁ ଅମ୍ଳଜାନ ପହଞ୍ଚାଇଥାଏ । ହେଲେ ଶରୀରରେ ହିମୋଗ୍ଲୋବିନର ସ୍ତର କମ୍‌ ହେବା କାରଣରୁ ଦୁର୍ବଳ ଲାଗିବା ସହିତ କ୍ଳାନ୍ତ ଏବଂ ଅନ୍ୟାନ୍ୟ ସମସ୍ୟା ପରିଲକ୍ଷିତ ହୋଇଥାଏ । ତେବେ ଏହାର ସ୍ତରକୁ ବଢ଼ାଇବା ଲାଗି ଡାଳିମ୍ବ ଏବଂ ପିଜୁଳି ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହେବ । ଡାଳିମ୍ବରେ ଭରପୂର ପରିମାଣରେ ଭିଟାମିନ ସି ରହିଛି, ଯାହା ଆଇରନ ମାତ୍ରାକୁ ବଢ଼ାଇବାରେ ବିଶେଷ ସହାୟକ ହୋଇଥାଏ । ତେବେ ନିୟମିତ ଡାଳିମ୍ବ ରସ ପିଇବା ଦ୍ୱାରା ହିମୋଗ୍ଲୋବିନ ଅଭାବରୁ ହେଉଥିବା ଆନିମିଆ ରୋଗରୁ ମଧ୍ୟ ଆଶ୍ୱସ୍ଥି ମିଳିଥାଏ । ଡାଳିମ୍ବ ବ୍ୟତୀତ ପିଜୁଳି ମଧ୍ୟ ହିମୋଗ୍ଲୋବିନ ସ୍ତରକୁ ବୃଦ୍ଧି କରିବାରେ ବେଶ୍‌ ସହାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି,ପୋଟାସିୟମ୍‌, ଫାଇବର ଆଦି ରହିଛି । ଯାହା ଆଇରନ୍‌ର ମାତ୍ରାକୁ ବଢ଼ାଇବାରେ ସାହାଯ୍ୟ କରିବ । ଏହାସହିତ ସେଓ, କଦଳୀ, ତରଭୂଜ, ଆପ୍ରିକଟ୍‌ ଆଦି ଫଳର ହିମୋଗ୍ଲୋବିନ ସ୍ତରକୁ ବଢ଼ାଇବାରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Tags: