କ୍ଲାନ୍ତ ଦୂର କରିବ ଖାଦ୍ୟ

କ୍ଲାନ୍ତ ଦୂର କରିବ ଖାଦ୍ୟ
Ipsita Picture
By: Ipsita
Published On

 

ଗ୍ରୀଷ୍ମ ଋତୁରେ ପ୍ରଖର ଖରା ଏବଂ ଗରମ ପବନ ଯୋଗୁଁ ଆମ ଶରୀର ଶୀଘ୍ର କ୍ଳାନ୍ତ ହୋଇଯାଏ । ଏହି ସମୟରେ ନିଜକୁ ସୁସ୍ଥ ଏବଂ ସତେଜ ରଖିବା ପାଇଁ ଉପଯୁକ୍ତ ଖାଦ୍ୟପେୟର ଚୟନ କରିବା ଅତ୍ୟନ୍ତ ଆବଶ୍ୟକ। ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ସହ ପାଚନ ପ୍ରକ୍ରିୟାକୁ ସହଜ କରୁଥିବା ଖାଦ୍ୟ ହିଁ ଗ୍ରୀଷ୍ମ ଦିନ ପାଇଁ ସର୍ବୋତ୍ତମ । ଯାହା କାରଣରୁ ଆମ ଶରୀର କ୍ଲାନ୍ତ ଦୂର ହୋଇଥାଏ ।

ପ୍ରଚୁର ପାଣି : ଗରମ ଦିନେ ଶରୀରରୁ ଝାଳ ବାହାରୁଥିବାରୁ ଜଳୀୟ ଅଂଶ କମିଯାଏ। ତେଣୁ ଦିନକୁ ଅତିକମରେ ୩-୪ ଲିଟର ପାଣି ପିଇବା ଉଚିତ ।

ତରଭୁଜ : ଏଥିରେ ପ୍ରାୟ ୯୨% ପାଣି ଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ପେଟକୁ ଥଣ୍ଡା ରଖେ। ତେଣୁ ଖରାଦିନେ ନିଜ ଖାଦ୍ୟରେ ତରଭୂଜ ସାମିଲ କରନ୍ତୁ ।

ଦହି : ଦହି ହଜମ ପ୍ରକ୍ରିୟାକୁ ଭଲ କରିଥାଏ। ଘୋଳଦହିରେ ସାମାନ୍ୟ ଜିରା ଗୁଣ୍ଡ ଓ ବିଟ୍ ଲୁଣ ମିଶାଇ ପିଇଲେ ଏହା ଶରୀରକୁ ପ୍ରକୃତିକ ଭାବେ ଥଣ୍ଡା କରିଥାଏ ।

କାକୁଡ଼ି : କାକୁଡ଼ିରେ ପ୍ରଚୁର ପରିମାଣରେ ଫାଇବର ଏବଂ ପାଣି ଥାଏ । ଏହାକୁ ସାଲାଡ୍ ଭାବେ ଖାଇଲେ ଶରୀର ସତେଜ ରହେ । ପାଣିଜାତୀୟ ଫଳ ହୋଇଥିବାରୁ ଏହାକୁ ଖାଦ୍ୟରେ ସାମିଲ କଲେ ଲାଭ ଦାୟକ ।

ଲେମ୍ବୁ ପାଣି : ଗରମରୁ ରକ୍ଷା ପାଇବା ପାଇଁ ଲେମ୍ବୁ ପାଣି ଏକ ଉତ୍କୃଷ୍ଟ ପାନୀୟ । ଏହା ଶରୀରକୁ ଭିଟାମିନ୍-ସି ଯୋଗାଇବା ସହ ଶକ୍ତି ଦେଇଥାଏ ।

ପଇଡ ପାଣି : ଏଥିରେ ଥିବା ଇଲେକ୍ଟ୍ରୋଲାଇଟ୍ ଶରୀରରେ ଜଳୀୟ ଅଂଶର ସନ୍ତୁଳନ ରକ୍ଷା କରେ। ସକାଳୁ ଏହାକୁ ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ ।

ସବୁଜ ପନିପରିବା : ତେବେ ଖରାଦିନେ ମିଳୁଥିବା ଅନେକ ପରିବା ଆମ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ । ପୋଟଳ, ଜହ୍ନି, ଲାଉ ଏବଂ ଶାଗ ଭଳି ପନିପରିବା ଖାଆନ୍ତୁ ଯେଉଁଥିରେ ପାଣିର ଅଂଶ ଅଧିକ ଥାଏ। ଏଗୁଡିକ ସହଜରେ ହଜମ ହୋଇଥାଏ, ତେଣୁ ଏହା ପେଟ ପାଇଁ ଲାଭ ଦାୟକ ହୋଇଥାଏ ।

Tags: