ଖାଦ୍ୟ ଲାଳସା ଦିଏ ସଙ୍କେତ

ଖାଦ୍ୟ ଲାଳସା ଦିଏ ସଙ୍କେତ
Ipsita Picture
By: Ipsita
Published On

 

ଅନେକ ସମୟରେ ଆମର କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବାର ପ୍ରବଳ ଇଚ୍ଛା ହୋଇଥାଏ । ତେବେ ଏହା କେବଳ ଏକ ସାଧାରଣ ଇଚ୍ଛା ନୁହେଁ ବରଂ ଏହା ଶରୀରର ଆଭ୍ୟନ୍ତରୀଣ ସ୍ଥିତି ବିଷୟରେ ଅନେକ କିଛି ସୂଚନା ଦେଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ମିଠା ଖାଇବାର ଇଚ୍ଛା ଶରୀରରେ ଶର୍କରା ବା ଶକ୍ତିର ଅଭାବକୁ ଦର୍ଶାଉଥିବା ବେଳେ ଲୁଣିଆ ଖାଦ୍ୟ ପ୍ରତି ଆକର୍ଷଣ ଶରୀରରେ ଜଳୀୟ ଅଂଶ ବା ଇଲେକ୍ଟ୍ରୋଲାଇଟ୍ର ଅସନ୍ତୁଳନକୁ ସୂଚାଇଥାଏ । ସେହିପରି କ୍ରଞ୍ଚି ବା କୁଡ଼କୁଡ଼ିଆ ଖାଦ୍ୟ ଖାଇବାର ଇଚ୍ଛା ପ୍ରାୟତଃ ମାନସିକ ଚାପ ସହ ଜଡ଼ିତଥାଏ। ବିଶେଷଜ୍ଞଙ୍କ ମତରେ, ଏହି କ୍ରେଭିଙ୍ଗ୍ସ ମସ୍ତିଷ୍କର 'ରିୱାର୍ଡିଂ ସିଷ୍ଟମ' ସହ ଜଡ଼ିତ, ଯେଉଁଠାରେ ଅଧିକ ଚିନି ବା ଚର୍ବିଯୁକ୍ତ ଖାଦ୍ୟ ଡୋପାମାଇନ୍ କ୍ଷରଣ କରି ଆମକୁ କିଛି ସମୟ ପାଇଁ ଖୁସି ଦେଇଥାଏ । ତେବେ ରକ୍ତରେ ଶର୍କରାର ମାତ୍ରା ହ୍ରାସ ପାଇବା, ପର୍ଯ୍ୟାପ୍ତ ନିଦ୍ରାର ଅଭାବ ଏବଂ ହରମୋନ୍ର ଅସନ୍ତୁଳନ ଯୋଗୁଁ ଏହି ଇଚ୍ଛା ଅଧିକ ତୀବ୍ର ହୋଇଥାଏ । ଏଥିରୁ ଦୂରରେ ରହିବା ପାଇଁ ଖାଦ୍ୟ ଉପରେ କଟକଣା ନଲଗାଇ ଏହାର ବିକଳ୍ପ ବାଛିବାର ଆବଶ୍ୟକତା ରହିଛି । ଏଥିପାଇଁ ପ୍ରୋଟିନ୍, ଫାଇବର ଏବଂ ସୁସ୍ଥ ଚର୍ବିଯୁକ୍ତ ଏକ ସନ୍ତୁଳିତ ଆହାର ଗ୍ରହଣ କରିବା ଭଲ ଉପାୟ । ସେହିଭଳି ମିଠା ବଦଳରେ ଫଳ ବା ଡାର୍କ ଚକୋଲେଟ୍ ଭଳି ପ୍ରାକୃତିକ ବିକଳ୍ପ ବାଛିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ସବୁବେଳେ ଖାଦ୍ୟରେ ଯେପରି ସମସ୍ତ ପୋଷଣ ଆମକୁ ମିଳିବ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

Tags: