ଶୀତଦିନେ ଖାଆନ୍ତୁ ମାଛ, ମିଳିବ ଅନେକ ଉପକାର…

ସମୟ ଲାଇଭ୍‍, ୨୯/୧୧: ମାଛରେ ଜୀବସାର, ପୁଷ୍ଟିସାର ଓ ଖଣିଜଲବଣ ରହିଥାଏ। ତେବେ ଶୀତଦିନେ ମାଛ ଖାଇବା ଦ୍ୱାରା ବିଶେଷ ଉପକାର ମିଳିଥାଏ। ସକାଳେ କିମ୍ବା ଦ୍ୱିପ୍ରହର ସମୟରେ ମାଛ ଖାଇବା ଉଚିତ୍‍। ଏହାଦ୍ୱାରା ସହଜରେ ଖାଦ୍ୟ ହଜମ ହୋଇଥାଏ। ତେବେ ମନେରଖନ୍ତୁ ଦିନକୁ ଥରେ ଏବଂ ସପ୍ତାହକୁ ଦୁଇଥର ହିଁ ମାଛ ଖାଆନ୍ତୁ। ଜାଣି ରଖନ୍ତୁ ମାଛ କେଉଁ ସବୁ ଶାରୀରିକ ସମସ୍ୟା ଦୂର କରିଥାଏ। -ମାଛ ଭୋଜନ ସ୍ତନ କର୍କଟ ସମେତ ଅନ୍ୟ କର୍କଟ […]

Samaya Live Picture
Published On

ସମୟ ଲାଇଭ୍‍, ୨୯/୧୧: ମାଛରେ ଜୀବସାର, ପୁଷ୍ଟିସାର ଓ ଖଣିଜଲବଣ ରହିଥାଏ। ତେବେ ଶୀତଦିନେ ମାଛ ଖାଇବା ଦ୍ୱାରା ବିଶେଷ ଉପକାର ମିଳିଥାଏ। ସକାଳେ କିମ୍ବା ଦ୍ୱିପ୍ରହର ସମୟରେ ମାଛ ଖାଇବା ଉଚିତ୍‍। ଏହାଦ୍ୱାରା ସହଜରେ ଖାଦ୍ୟ ହଜମ ହୋଇଥାଏ। ତେବେ ମନେରଖନ୍ତୁ ଦିନକୁ ଥରେ ଏବଂ ସପ୍ତାହକୁ ଦୁଇଥର ହିଁ ମାଛ ଖାଆନ୍ତୁ। ଜାଣି ରଖନ୍ତୁ ମାଛ କେଉଁ ସବୁ ଶାରୀରିକ ସମସ୍ୟା ଦୂର କରିଥାଏ।

-ମାଛ ଭୋଜନ ସ୍ତନ କର୍କଟ ସମେତ ଅନ୍ୟ କର୍କଟ ରୋଗରୁ ଉପଶମ ଦେଇଥାଏ।
– ଏହା ସ୍ମୃତିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

– ହୃତପିଣ୍ଡକୁ ମଧ୍ୟ ସୁସ୍ଥ ରଖିଥାଏ।
– ରକ୍ତଚାପ ନିୟନ୍ତ୍ରଣ କରିଥାଏ।

-ମାନସିକ ବିଷାଦ ଦୂର କରିବାରେ ଉପକାରୀ ସାବ୍ୟସ୍ତ ହୋଇଥାଏ।
-କଫ ଓ କାଶ ଆଦି ସମସ୍ୟା ଦୂର କରିଥାଏ।

-ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ।
– ମାଛ ଖାଇବା ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ମଧ୍ୟ ପ୍ରଖର ହୋଇଥାଏ।

Tags: