ସ୍ୱାସ୍ଥ୍ୟକାରୀ ମେଥି

ମେଥିକୁ ଘରୋଇ ଉପଚାର କ୍ଷେତ୍ରରେ ବର୍ଷ ବର୍ଷ ଧରି ଆପଣାଯାଉଛି । ଏହା ବିଭିନ୍ନ ପ୍ରକାରର ସମସ୍ୟାରୁ ମୁକ୍ତି ଯୋଗାଇଥାଏ ବୋଲି ଲୋକେ ମେଥିକୁ ଔଷଧ ରୂପେ ସେବନ କରିଥାଆନ୍ତି । ମେଡିକାଲ୍‌ ସାଇନ୍ସରେ ମଧ୍ୟ ଏହାଦ୍ୱାରା ଅନେକ ସମସ୍ୟାର ଉପଚାର ହୋଇଥାଏ ବୋଲି କୁହାଯାଏ । ମେଥିରେ ଫାଇବର, ଭିଟାମିନ୍‌, ଆଇରନ୍‌, ମ୍ୟାଗ୍ନେସିଅମ୍‌ ଏବଂ ମାଙ୍ଗାନିଜ୍‌ ଭଳି ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି । ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା କ୍ଷେତ୍ରରେ ମେଥି ପାଣି […]

Samaya Live Picture
Published On

ମେଥିକୁ ଘରୋଇ ଉପଚାର କ୍ଷେତ୍ରରେ ବର୍ଷ ବର୍ଷ ଧରି ଆପଣାଯାଉଛି । ଏହା ବିଭିନ୍ନ ପ୍ରକାରର ସମସ୍ୟାରୁ ମୁକ୍ତି ଯୋଗାଇଥାଏ ବୋଲି ଲୋକେ ମେଥିକୁ ଔଷଧ ରୂପେ ସେବନ କରିଥାଆନ୍ତି । ମେଡିକାଲ୍‌ ସାଇନ୍ସରେ ମଧ୍ୟ ଏହାଦ୍ୱାରା ଅନେକ ସମସ୍ୟାର ଉପଚାର ହୋଇଥାଏ ବୋଲି କୁହାଯାଏ । ମେଥିରେ ଫାଇବର, ଭିଟାମିନ୍‌, ଆଇରନ୍‌, ମ୍ୟାଗ୍ନେସିଅମ୍‌ ଏବଂ ମାଙ୍ଗାନିଜ୍‌ ଭଳି ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି । ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା କ୍ଷେତ୍ରରେ ମେଥି ପାଣି ପିଇବା ଦ୍ୱାରା ବେଶ୍‌ ଲାଭପ୍ରଦ ହୋଇଥାଏ । ଏହାଦ୍ୱାରା କୋଷ୍ଠକାଠିନ୍ୟ, ବଦହଜମି ଆଦି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ମେଟାବଲିଜିମ୍‌ ବୃଦ୍ଧି ତଥା ଓଜନ ଓ କୋଲେଷ୍ଟ୍ରଲ୍‌ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ସୁଗାର ସ୍ତରକୁ ନିୟନ୍ତ୍ରିତ କରିଥାଏ । ତେଣୁ ଡାଇବେଟିସ୍‌ ରୋଗୀଙ୍କ ପକ୍ଷରେ ଏହା ବେଶ୍‌ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି । ସେହିପରି ମେଥି ସାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ ବୋଲି ମଧ୍ୟ କୁହାଯାଏ ।

Tags: