ଫ୍ୟାଟି ଲିଭର
ଆଜିକାଲିର ଜୀବନଶୈଳୀ ପାଇଁ ବିଭିନ୍ନ ପ୍ରକାରର ରୋଗ ଦେଖାଦେଉଛି । ମାତ୍ର ଏହି ରୋଗଗୁଡିକୁ ସମୟେ ସମୟେ ଅବହେଳା କରିବା ଦ୍ୱାରା ଏହା ବଡ ରୋଗରେ ପରିଣତ ହେବାସହ ଶରୀର ପାଇଁ ଅଧିକ ହାନିକାରକ ସାବସ୍ତ୍ୟ ହେଉଛି । ତେଣୁ ରୋଗ ବିଷୟରେ ଜାଣିବା ସହ ଏହାର କାରଣ ଓ ନିରାକରଣ ଜାଣିପାରିଲେ ଏହାକୁ ନିୟନ୍ତ୍ରଣ କରିବା ଖୁବ୍ ସହଜ ହୋଇପଡେ । ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର ବା ଯକୃତ । ଶରୀରର […]
ଆଜିକାଲିର ଜୀବନଶୈଳୀ ପାଇଁ ବିଭିନ୍ନ ପ୍ରକାରର ରୋଗ ଦେଖାଦେଉଛି । ମାତ୍ର ଏହି ରୋଗଗୁଡିକୁ ସମୟେ ସମୟେ ଅବହେଳା କରିବା ଦ୍ୱାରା ଏହା ବଡ ରୋଗରେ ପରିଣତ ହେବାସହ ଶରୀର ପାଇଁ ଅଧିକ ହାନିକାରକ ସାବସ୍ତ୍ୟ ହେଉଛି । ତେଣୁ ରୋଗ ବିଷୟରେ ଜାଣିବା ସହ ଏହାର କାରଣ ଓ ନିରାକରଣ ଜାଣିପାରିଲେ ଏହାକୁ ନିୟନ୍ତ୍ରଣ କରିବା ଖୁବ୍ ସହଜ ହୋଇପଡେ ।
ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର ବା ଯକୃତ । ଶରୀରର ଡାହାଣ ପଟରେ ଥିବା ପିଞ୍ଜରା ଭିତରେ ଏହା ରହିଛି। ଏହା ଶରୀରର ପ୍ରାୟ ୫ ହଜାର ପ୍ରକାରର ଭିନ୍ନ ଭିନ୍ନ କାମ କରିଥାଏ। ତେବେ ଲିଭର ମଧ୍ୟରେ ଥରେ ଚର୍ବି ଜମା ହେଲେ ପୂର୍ବ ଭଳି ଏହା କାମ କରିବା ବନ୍ଦ କରିଦିଏ । ଏହାଛଡା ଅନାବଶ୍ୟକ ଚର୍ବି ଅଧିକାଂଶ ସମୟରେ ଲିଭରକୁ କ୍ଷତି ପହଞ୍ଚାଇବା ସହିତ ଲିଭର ସିରୋସିସ୍ ବା କ୍ୟାନସର ରୋଗ ସୃଷ୍ଟି କରିଥାଏ । ଆମ ସମସ୍ତଙ୍କ ଲିଭରରେ କିଛି ପରିମାଣରେ ଚର୍ବି ଥାଏ, ଯାହାକି ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ। ମାତ୍ର ଯେତେବେଳେ ଲିଭର ଭିତରେ ଥିବା ଚର୍ବିର ଓଜନ ଲିଭରର ଓଜନ ଠାରୁ ୫ରୁ ୧୦ ଭାଗ ଅଧିକ ହୋଇଥାଏ, ସେତେବେଳେ ଏହା ଲିଭର ପାଇଁ କ୍ଷତିକାରକ ସାଜିଥାଏ ।
ଚର୍ବି ଜମିବାର ପ୍ରମୁଖ କାରଣ ହେଉଛି ନିୟମିତ ମଦ୍ୟପାନ । ଚିକିତ୍ସା ବିଜ୍ଞାନରେ ଲିଭରରେ ଚର୍ବି ଜମା ହେବାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ମଦ୍ୟପାନ ଜନିତ ଲିଭର ସମସ୍ୟା ଏବଂ ଅନ୍ୟାନ୍ୟ କାରଣ ଜନିତ ଲିଭର ସମସ୍ୟା । ଅନ୍ୟାନ୍ୟ କାରଣ ମଧ୍ୟରେ ରହିଛି ମେଦବହୁଳତା, କୋଲଷ୍ଟ୍ରଲ୍, ଟ୍ରାଇଗ୍ଲିସେରାଇଡ୍ ଜମା ହେବା, ଅନିୟନ୍ତ୍ରିତ ଡାଇବେଟିସ୍, ଶୀଘ୍ର ଓଜନ କମିବା ଆଦି । ଏସବୁ ରୋଗ ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କଲେ କିମ୍ବା କେତେକ ଅପରେସନ୍ କଲା ପରେ ବି ଲିଭର ମଧ୍ୟରେ ଚର୍ବି ଜମା ହୋଇରହିଥାଏ ।




