ବୟସ କମାଇବ ବ୍ୟାୟାମ

ବୟସ କମାଇବ ବ୍ୟାୟାମ
Ipsita Picture
By: Ipsita
Published On

 

ବର୍ତ୍ତମାନ ଏକ ଅଭିନବ ବୈଜ୍ଞାନିକ ଅନୁସନ୍ଧାନ ଜରିଆରେ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଧୀମା କରିବା ସହ ବୟସ ସମ୍ବନ୍ଧୀୟ ରୋଗଗୁଡ଼ିକୁ ରୋକିବା ପାଇଁ ଏକ ନୂତନ ପ୍ରୟାସ କରାଯାଉଛି । ଯେଉଁଥିରେ ନିୟମିତ ଶାରୀରିକ ବ୍ୟାୟାମକୁ ସାମିଲ କରାଯାଇଛି । ଏହି ଅଧ୍ୟୟନରେ କିଭଳି ବ୍ୟାୟମ କରିବା ଦ୍ବାରା ବୟସ୍କ ବ୍ୟକ୍ତିମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିରୋଗ ରହିପାରିବେ ସେହି ସମ୍ପର୍କରେ ଗବେଷଣା କରାଯାଉଛି । ବିଶେଷ କରି ୬୫ ରୁ ୮୦ ବର୍ଷ ବୟସ୍କ ସୁସ୍ଥ ବ୍ୟକ୍ତିମାନଙ୍କୁ ନେଇ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ସ୍ୱଳ୍ପ ସମୟର 'ହାଇ-ଇଣ୍ଟେନ୍ସିଟି ଇଣ୍ଟରଭାଲ୍ ଟ୍ରେନିଂ' ଏବଂ 'ରେଜିଷ୍ଟାନ୍ସ ବ୍ୟାଣ୍ଡ' ବ୍ୟାୟାମ କରାଯାଉଛି, ଯାହା ଦୈନିକ ମାତ୍ର ୧୫ ମିନିଟ୍ ମଧ୍ୟରେ ଶେଷ କରାଯାଇପାରିବ । ଏହି ବ୍ୟାୟାମ ସହିତ ସେମାନଙ୍କୁ କିଛି ଔଷଧ ଦିଆଯାଉଛି, ଯାହା ଦ୍ୱାରା ବୟସ ବଢ଼ିବା ସହ ଶରୀରରେ ଦେଖାଯାଉଥିବା "ଇନ୍ଫ୍ଲାମେଜିଙ୍ଗ୍" କୁ ହ୍ରାସ କରାଯାଇପାରିବ। ବାସ୍ତବରେ, ବୟସ ବଢ଼ିବା ସହିତ ଆମର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ ଏବଂ ଶରୀର ଏକ କ୍ରମାଗତ ଚାପ ମଧ୍ୟରେ ରହିଥାଏ, ଯାହା ପରବର୍ତ୍ତୀ ସମୟରେ କର୍କଟ, ହୃଦରୋଗ ଏବଂ ଡିମେନ୍ସିଆ ଭଳି ଭୟଙ୍କର ରୋଗର କାରଣ ସାଜିଥାଏ। ଗବେଷକମାନେ ବିଶ୍ୱାସ କରନ୍ତି ଯେ ଯଦି ଏହି ଇନ୍ଫ୍ଲାମେଜିଙ୍ଗ୍କୁ ସଠିକ୍ ସମୟରେ ନିୟନ୍ତ୍ରଣ କରାଯାଏ, ତେବେ ଏହି ରୋଗଗୁଡ଼ିକୁ ସହଜରେ ଏଡ଼ାଇ ଦିଆଯାଇପାରିବ । ଏହି କାର୍ଯ୍ୟକ୍ରମରେ ଅନେକ ବୟସ୍କ ବ୍ୟକ୍ତି ସାମିଲ ହୋଇଛନ୍ତି ।

Tags: