ଏପିଡର୍ମୋଡାଇସ୍‌ପ୍ଲାସିଆ ଭେରୁକିଫରମିସ୍‌

ଏପିଡର୍ମୋଡାଇସ୍‌ପ୍ଲାସିଆ ଭେରୁକିଫରମିସ୍‌ ବା ଇଭି ଏକ ବିରଳ ଚର୍ମ ସମସ୍ୟା। ଏହି ରୋଗ ହେଲେ ପୀଡିତଙ୍କ ଶରୀରରେ ଆରମ୍ଭରୁ ଛୋଟଛୋଟ ଫୋଟକା ସଦୃଶ ହୋଇଥାଏ, ଯାହା ପରେ ଗୁରୁତର ହୋଇଥାଏ । ଏହି ଫୋଟକା ଗୁଡିକ ବଢି ବଡ ହେବା ସହ ପୂରା ଶରୀରରେ ବ୍ୟାପିଥାଏ । ଏହି ସଂକ୍ରମଣ ହ୍ୟୁମIନ ପାପିଲୋମା ଭାଇରସ୍‌ କାରଣରୁ ହୋଇଥାଏ । ଏହି ରୋଗ ହେବାର କୌଣସି ବୟସ ନଥାଏ, ଏହା କୌଣସି ବି ବୟସରେ ଆରମ୍ଭ ହୋଇପାରେ । […]

Samaya Live Picture
Published On

ଏପିଡର୍ମୋଡାଇସ୍‌ପ୍ଲାସିଆ ଭେରୁକିଫରମିସ୍‌ ବା ଇଭି ଏକ ବିରଳ ଚର୍ମ ସମସ୍ୟା। ଏହି ରୋଗ ହେଲେ ପୀଡିତଙ୍କ ଶରୀରରେ ଆରମ୍ଭରୁ ଛୋଟଛୋଟ ଫୋଟକା ସଦୃଶ ହୋଇଥାଏ, ଯାହା ପରେ ଗୁରୁତର ହୋଇଥାଏ । ଏହି ଫୋଟକା ଗୁଡିକ ବଢି ବଡ ହେବା ସହ ପୂରା ଶରୀରରେ ବ୍ୟାପିଥାଏ । ଏହି ସଂକ୍ରମଣ ହ୍ୟୁମIନ ପାପିଲୋମା ଭାଇରସ୍‌ କାରଣରୁ ହୋଇଥାଏ । ଏହି ରୋଗ ହେବାର କୌଣସି ବୟସ ନଥାଏ, ଏହା କୌଣସି ବି ବୟସରେ ଆରମ୍ଭ ହୋଇପାରେ । ଏହାର ଅଧିକାଂଶ ଲକ୍ଷଣ ୫ରୁ ୧୧ ବର୍ଷରେ ଦେଖିବାକୁ ମିଳିଥାଏ ବୋଲି ବୈଜ୍ଞାନିକ ସୂଚନା ଦେଇଛନ୍ତି । ଶରୀରରେ ଫୋଟକା ହେବା ଏହାର ପ୍ରଥମ ତଥା ଗୁରୁତର ଲକ୍ଷଣ । ଏହି ଫୋଟକା ଧୀରଧୀରେ ବଢିଥାଏ । ତେବେ ଆମ ଶରୀରର ଯେଉଁ ଅଂଶ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଥାଏ ସେହି ସ୍ଥାନରେ ଏହି ଫୋଟକା ଅଧିକ ହୋଇଥାଏ । ଯେପରି ହାତ,ପାଦ,ମୁହଁ, କାନ ଆଦିରେ ଏହା ଅଧିକ ଦେଖିବାକୁ ମିଳିଥାଏ । ଏହା ଅନ୍ୟ ଅଙ୍ଗରେ ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ରୋଗ ଇନ୍‌ହେରିଟ୍‌ ହୋଇଥାଏ ଅର୍ଥାତ କୌଣସି ଶିଶୁ ଦେହରେ ଏହା ତା ବାପାମା’ଙ୍କ ପାଖରୁ ଆସିଥାଏ । ଯଦି ଏଭଳି କିଛି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ସହ ଚିକିତ୍ସା କରାନ୍ତୁ ।

Tags: