ଦୂରାନ୍ତୁ ଫୋଲେଟ୍ ଅଭାବ
ଅନେକ ସମୟରେ କିଛି ପରିଶ୍ରମ ନକରି ମଧ୍ୟ ହାଲିଆ ଲାଗିଥାଏ । ହେଲେ ଏହା ଯଦି ଲଗାତାର ହେଉଛି ତେବେ ଆପଣଙ୍କୁ ଫୋଲେଟ୍ ଡେଫିସିଏନ୍ସି ହେବାର ସମ୍ଭାବନା ରହିଛ । ଫୋଲେଟ ଏକ ପ୍ରକାର ନ୍ୟୁଟ୍ରେଣ୍ଟ୍ ଯାହା ଭିଟାମିନ ବି କମ୍ଫଲେକ୍ସରେ ରହିଥାଏ । ଏହା ଆମକୁ ହେଲ୍ଦି ରଖିବାରେ ସାହାଯ୍ୟ କରିଥାଏ । ଏହା ଆମ ଶରୀରରେ ରେଡ ବ୍ଲଡ୍ ସେଲ ତିଆରି କରିବାରେ ସାହାଯ୍ୟ କରିଥାଏ । ଏହା ବିଭିନ୍ନ ପ୍ରକାର ଖାଦ୍ୟରେ ରହିଥାଏ, […]
ଅନେକ ସମୟରେ କିଛି ପରିଶ୍ରମ ନକରି ମଧ୍ୟ ହାଲିଆ ଲାଗିଥାଏ । ହେଲେ ଏହା ଯଦି ଲଗାତାର ହେଉଛି ତେବେ ଆପଣଙ୍କୁ ଫୋଲେଟ୍ ଡେଫିସିଏନ୍ସି ହେବାର ସମ୍ଭାବନା ରହିଛ । ଫୋଲେଟ ଏକ ପ୍ରକାର ନ୍ୟୁଟ୍ରେଣ୍ଟ୍ ଯାହା ଭିଟାମିନ ବି କମ୍ଫଲେକ୍ସରେ ରହିଥାଏ । ଏହା ଆମକୁ ହେଲ୍ଦି ରଖିବାରେ ସାହାଯ୍ୟ କରିଥାଏ । ଏହା ଆମ ଶରୀରରେ ରେଡ ବ୍ଲଡ୍ ସେଲ ତିଆରି କରିବାରେ ସାହାଯ୍ୟ କରିଥାଏ । ଏହା ବିଭିନ୍ନ ପ୍ରକାର ଖାଦ୍ୟରେ ରହିଥାଏ, ଯେପରି କମଳା, ପନିପରିବା, ବିନ୍ସ ଆଦିରେ । ଏହାକୁ ବି-୯ ନାମରେ ମଧ୍ୟ ଜଣାଯାଇଥାଏ । ତେବେ ଏହାର ଅଭାବ ଖୁବ କମ ସମୟ ଅର୍ଥାତ ମାତ୍ର କିଛି ସପ୍ତାହ ମଧ୍ୟରେ ଦେଖିବାକୁ ମିଳିଥାଏ । ଏହି ପ୍ରୋଟିନର ଅଭାବରେ ଆନିମିୟା ହେବାର ସମ୍ଭାବନା ଖୁବ ଅଧିକ ରହିଥାଏ । ତେବେ ଏହାକୁ ଚିହ୍ନି ଏହାର ସଠିକ ସମୟରେ ଉପଚାର କରିପାରିଲେ ଏଥିରୁ ମୁକ୍ତି ମିଳିବ । ଏଥିରୁ ମୁକ୍ତିପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଏକ ଡାଏଟ୍ ଚାଟ ପ୍ରସ୍ତୁତ କରନ୍ତୁ, ଯାହାକୁ ଫଲୋ କରି ଆପଣ ଫୋଲେଟ ଅଭାବକୁ ଦୂର କରିପାରିବେ । ଏହା ଜଣାପଡିବା ପରେ ଖାଦ୍ୟରେ ଧ୍ୟାନ ଦିଅନ୍ତୁ । ଖାଦ୍ୟରେ ଅଧିକ ମାତ୍ରାରେ ପନିପରିବା ଓ ଫଳ ଆଡ୍ କରନ୍ତୁ ।
ଲକ୍ଷଣ
-କ୍ରୋନିକ୍ ଫଟିଗୋ
-ଦୁର୍ବଳତା
-ଜିଭ ଫୁଲିବା
-କୌଣସି କାର୍ଯ୍ୟ କରିବାକୁ ମନ ନଲାଗିବା
-ଚିଡଚିଡା ପଣ
-ହଳଦିଆ ତ୍ୱଚା
-ନିଶ୍ୱାସ ନେବାରେ ଅସୁବିଧା ହେବା




