ଦୂରାନ୍ତୁ କ୍ୟାଲସିୟମ ଅଭାବ

୩୦ ବର୍ଷ ପରେ ମହିଳାଙ୍କ କ୍ଷେତ୍ରରେ କ୍ୟାଲସିୟମର ଅଭାବ ଦେଖିବାକୁ ମିଳିଥାଏ । ତେଣୁ କିଛିଟା ଏଭଳି ଲକ୍ଷଣ ଦେଖିବାକୁ ମିଳେ ଯାହାକୁ ଅଣଦେଖା କରିବା ଦ୍ୱାରା ଏହି ସମସ୍ୟା ବଢିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଲକ୍ଷଣ ସମ୍ପର୍କରେ ଯାହା କ୍ୟାଲସିୟମ ଅଭାବର ସୂଚନା ଦେଇଥାଏ । – ଯଦି ଆପଣଙ୍କର କିଛି ଛୋଟ ଦୁର୍ଘଟଣା ହେଲେ ମଧ୍ୟ ହାଡ ଭାଙ୍ଗି ଯାଉଛି, ତେବେ ଏହା ପ୍ରଥମ କାରଣ ହୋଇପାରେ କ୍ୟାଲସିୟମର ଅଭାବ । […]

Samaya Live Picture
Published On

୩୦ ବର୍ଷ ପରେ ମହିଳାଙ୍କ କ୍ଷେତ୍ରରେ କ୍ୟାଲସିୟମର ଅଭାବ ଦେଖିବାକୁ ମିଳିଥାଏ । ତେଣୁ କିଛିଟା ଏଭଳି ଲକ୍ଷଣ ଦେଖିବାକୁ ମିଳେ ଯାହାକୁ ଅଣଦେଖା କରିବା ଦ୍ୱାରା ଏହି ସମସ୍ୟା ବଢିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଲକ୍ଷଣ ସମ୍ପର୍କରେ ଯାହା କ୍ୟାଲସିୟମ ଅଭାବର ସୂଚନା ଦେଇଥାଏ ।
– ଯଦି ଆପଣଙ୍କର କିଛି ଛୋଟ ଦୁର୍ଘଟଣା ହେଲେ ମଧ୍ୟ ହାଡ ଭାଙ୍ଗି ଯାଉଛି, ତେବେ ଏହା ପ୍ରଥମ କାରଣ ହୋଇପାରେ କ୍ୟାଲସିୟମର ଅଭାବ । କାରଣ ଏହା ଅଭାବରେ ଆପଣଙ୍କ ହାଡ ଦୁର୍ବଳ ହୋଇଥାଏ । ଯାହାଫଳରେ ଛୋଟିଆ ଦୁର୍ଘଟଣାରେ ମଧ୍ୟ ଏହା ଭାଙ୍ଗିଯାଇଥାଏ ।
– ସେହିଭଳି ଅନେକ ସମୟରେ ଆମର ମସଲ୍‌ କ୍ରାମ୍ପ ଦେଖିବାକୁ ମିଳିଥାଏ । ହେଲେ ଏହା ଯଦି ଅଧିକ ମାତ୍ରାରେ ହୋଇଥାଏ ତେବେ କ୍ୟାଲସିୟମ ଅଭାବର ସୂଚନା ଦେଇଥାଏ । କ୍ୟାଲସିୟମ ଅଭାବରେ ଆମର ମସଲମାନେ ସଠିକ୍‌ ଭାବେ କାର୍ଯ୍ୟ କରି ପାରନ୍ତି ନାହିଁ । ତେଣୁ ଏଥିରେ କ୍ରାମ୍ପ ଓ ଯନ୍ତ୍ରଣା ଦେଖିବାକୁ ମିଳିଥାଏ ।
– କ୍ୟାଲସିୟମ ଅଭାବରେ ଆମର ଦାନ୍ତରେ ସମସ୍ୟା ଉପୁଜିଥାଏ । ତେଣୁ ଯଦି ଆପଣଙ୍କ ୩୦ ବର୍ଷ ପରେ ଏବଂ ଆପଣଙ୍କର ଦାନ୍ତ ସମସ୍ୟା ଉପୁଜୁଛି ତେବେ ଖାଦ୍ୟରେ କ୍ୟାଲସିୟମ ଆଡ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଦାନ୍ତ ଶକ୍ତ ହେବ ଏବଂ ବିଭିନ୍ନ ସମସ୍ୟା ଦୂର ହେବ ।
– କେବଳ ଦାନ୍ତ ନୁହେଁ କ୍ୟାଲସିୟମ ଅଭାବର ଆଉ ଏକ ଲକ୍ଷଣ ହେଲା କେଶ ଉପୁଡିବା ଓ ନଖରେ ସମସ୍ୟା ଦେଖାଦେବା । ଯଦି ଏହି ଲକ୍ଷଣ ଦେଖୁଛନ୍ତି ତେବେ ମଧ୍ୟ ଏହା କ୍ୟାଲସିୟମ ଅଭାବକୁ ସୂଚାଇଥାଏ ।
– ମିଲ୍‌ରେ କ୍ୟାଲସିୟମ ପୂର୍ଣ୍ଣ ଖାଦ୍ୟ ଯେପରି ଦହି, ଛେନା, ମଞ୍ଜି ଜାତୀୟ ଖାଦ୍ୟ, ବିଭିନ୍ନ ପନିପରିବା, ଫଳ ମୂଳ, ବାଦାମ ଆଦି ସାମିଲ କରନ୍ତୁ । ସବୁଦିନ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ । ଯାହାଫଳରେ ଆପଣଙ୍କ ପାଚନ ତନ୍ତ୍ର ଠିକ ରହିବ ।

Tags: