ଇବୋଲା ଭାଇରସ

ଇବୋଲା ଭାଇରସ
Ipsita Picture
By: Ipsita
Published On

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଇବୋଲା ଭାଇରସକୁ ଗ୍ଲୋବାଲ ହେଲଥ୍ ଇମରଜେନ୍ସିବା ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯିବା ପରେ ଭାରତ ସରକାର ମଧ୍ୟ ଦେଶରେ ସତର୍କତା ବଢ଼ାଇଛନ୍ତି।  ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ପ୍ରାୟ ୧୦ଟି ଆଫ୍ରିକୀୟ ଦେଶରେ ଇବୋଲାର କୋପ ଦେଖିବାକୁ ମିଳିଛି, ଯେଉଁଠାରେ ଏହାର ବୁଣ୍ଡିବୁଗ୍ୟୋଭେରିଏଣ୍ଟ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ୯୦୦ ଟପିଥିବା ସୂଚନା ରହିଛି । ଇବୋଲା ଏକ ଅତ୍ୟନ୍ତ ମାରାତ୍ମକ ଏବଂ ସଂକ୍ରାମକ ହେମୋରେଜିକ ଫିଭର’ (ରକ୍ତସ୍ରାବ ଜ୍ୱର) ଅଟେ । ଏହା ସଂକ୍ରମିତ ବ୍ୟକ୍ତି ବା ବାଦୁଡ଼ି ଓ ମାଙ୍କଡ଼ ଭଳି ଜଙ୍ଗଲୀ ଜୀବଙ୍କ ରକ୍ତ, ଲାଳ, ଝାଳ ଏବଂ ଅନ୍ୟାନ୍ୟ ଶାରୀରିକ ତରଳ ପଦାର୍ଥର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାପିଥାଏ । ଏହା ବାୟୁ ଦ୍ୱାରା ବ୍ୟାପୁ ନଥିଲେ ମଧ୍ୟ ଏହାର ମୃତ୍ୟୁ ହାର ଅଧିକ ଥିବାରୁ ଏହାକୁ ଦୁନିଆର ସବୁଠାରୁ ଭୟଙ୍କର ରୋଗ ଭାବେ ଗଣାଯାଏ । ଯାହାର ପ୍ରାଥମିକ ଲକ୍ଷଣ ସାଧାରଣ ଜ୍ୱର ଭଳି ହୋଇଥାଏ ଏବଂ ଏଥିପାଇଁ ସଚେତନତା ହିଁ ଏକମାତ୍ର ଶ୍ରେଷ୍ଠ ପ୍ରତିକାର ଅଟେ।ସୂଚନା ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ହଠାତ୍ ପ୍ରବଳ ଜ୍ୱର, ପ୍ରବଳ ମୁଣ୍ଡବିନ୍ଧା, ଅତ୍ୟଧିକ ଦୁର୍ବଳତା ଓ କ୍ଲାନ୍ତି, ମାଂସପେଶୀ ଓ ଗଣ୍ଠି ବିନ୍ଧା, ଗଳା ବସିଯିବା ଏବଂ ଭୋକ ନଲାଗିବା ଭଳି ସମସ୍ୟା ଦେଖାଦେଇଥାଏ । ରୋଗ ବଢ଼ିଲେ ବାନ୍ତି, ଝାଡ଼ା, ପେଟ ବ୍ୟଥା, ଡିହାଇଡ୍ରେସନ ଏବଂ ଚର୍ମରେ ନାଲିପଡିବା ବା ଚକଡ଼ା ଦାଗ ହୋଇଥାଏ । ପରିସ୍ଥିତି ଜଟିଳ ହେଲେ ବାରମ୍ବାର ବାନ୍ତି-ଝାଡ଼ା ହେବା ସହ ନାକ ଏବଂ ମାଢ଼ିରୁ ରକ୍ତସ୍ରାବ ହେବା, ବାନ୍ତି ବା ମଳରେ ରକ୍ତ ପଡ଼ିବା, ଏବଂ ମାନସିକ ଭ୍ରମ ବା ଚେତାଶୂନ୍ୟ ହେବା ଭଳି ସଂକେତ ମିଳିଥାଏ । ତେବେ ଏହାର ଲକ୍ଷଣକୁ ଆଦୌ ଅଣଦେଖା ନକରି ତୁରନ୍ତ ସତର୍କତା ଅବଲମ୍ବନ କରିବା ଉଚିତ ଏବଂ ଡାକ୍ତରଙ୍କ ପରାମର୍ଶ ନେଇଯାଆନ୍ତୁ ।

Tags: