ଡ୍ରାଏ ଆଇ

ଅନେକ ସମୟରେ ଦେଖିବାକୁ ମିଳେ ଶିଶୁମାନଙ୍କର ଆଖିରେ ହଠାତ୍‌ ଯନ୍ତ୍ରଣା ଅନୂଭବ ହୋଇଥାଏ । ସେମାନଙ୍କର ଆଖି କୁଣ୍ଡାଇହେବା କିମ୍ବା ଟାଣି ହୋଇଥାଏ । ତେବେ ଏଭଳି ସମସ୍ୟାକୁ ଡ୍ରାଏ ଆଇ କୁହାଯାଇଥାଏ । ଆସନ୍ତୁ ଜାଣିବା କଣ ଏହି ଡ୍ରାଏ ଆଇ ଏବଂ କିଭଳି ଏହି ସମସ୍ୟାଠୁ ଦୂରରେ ରହି ପାରିବା । ଡ୍ରାଏ ଆଇର ଅର୍ଥ ଶୁଖିଲା ଆଖି, ଏହାର ନାଁ ଯେପରି ଲକ୍ଷଣ ମଧ୍ୟ ସେହିପରି । ଏହା ବେଳେବେଳେ ଛୋଟ ପିଲାଙ୍କ […]

ଡ୍ରାଏ ଆଇ
Samaya Live Picture
Published On

ଅନେକ ସମୟରେ ଦେଖିବାକୁ ମିଳେ ଶିଶୁମାନଙ୍କର ଆଖିରେ ହଠାତ୍‌ ଯନ୍ତ୍ରଣା ଅନୂଭବ ହୋଇଥାଏ । ସେମାନଙ୍କର ଆଖି କୁଣ୍ଡାଇହେବା କିମ୍ବା ଟାଣି ହୋଇଥାଏ । ତେବେ ଏଭଳି ସମସ୍ୟାକୁ ଡ୍ରାଏ ଆଇ କୁହାଯାଇଥାଏ । ଆସନ୍ତୁ ଜାଣିବା କଣ ଏହି ଡ୍ରାଏ ଆଇ ଏବଂ କିଭଳି ଏହି ସମସ୍ୟାଠୁ ଦୂରରେ ରହି ପାରିବା ।

ଡ୍ରାଏ ଆଇର ଅର୍ଥ ଶୁଖିଲା ଆଖି, ଏହାର ନାଁ ଯେପରି ଲକ୍ଷଣ ମଧ୍ୟ ସେହିପରି । ଏହା ବେଳେବେଳେ ଛୋଟ ପିଲାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ତେବେ ଛୋଟପିଲାଙ୍କ ପାଇଁ ଏହା ଅନେକ ସମସ୍ୟା କରାଇଥାଏ । ଏହା ସେମାନଙ୍କ ଆଖିରେ ଯନ୍ତ୍ରଣା ସୃଷ୍ଟି କରିବା ସହ ସେମାନଙ୍କ ଦୃଷ୍ଟିଶକ୍ତି କମାଇଥାଏ । ସେହିଭଳି ସେମାନଙ୍କୁ ଝା«ା ଦେଖାଯିବାର ସମ୍ଭାବନା ମଧ୍ୟ ବଢିଥାଏ । ତେବେ ଏହି ଡ୍ରାଏ ଆଇ ହେବାର ଅନେକ କାରଣ ରହିଛି । ଶୁଖିଲା ପାଗ, ପ୍ରଦୂଷଣ, ଧୂଆଁ ଆଦି କାରଣରୁ ଏହା ହେବାର ସମ୍ଭାବନା ବଢିଥାଏ । ସେହିଭଳି କେତେକ କ୍ଷେତ୍ରରେ କିଛି ଆର୍ଲଜି ଓ କଣ୍ଟାକଫଲେନ୍ସ କାରଣରୁ ମଧ୍ୟ ଏହା ହୋଇଥାଏ ।
ଲକ୍ଷଣ
ଛୋଟ ପିଲା ଏହି ସମସ୍ୟାକୁ ନିଜେନିଜେ ଜାଣିବାରେ ଅକ୍ଷମ ହୋଇଥାଆନ୍ତି । ତେଣୁ ଏହାପ୍ରତି ବଡ ମାନଙ୍କୁ ଧ୍ୟାନ ଦେବାକୁ ହୋଇଥାଏ । ଏହି ସମସ୍ୟା ହେଲେ କେତୋଟି ପ୍ରାଥମିକ ଲକ୍ଷଣ ରହିଛି, ଯାହାକୁ ଦେଖି ଆପଣ ଏହାକୁ ଚିହ୍ନଟ କରିପାରିବେ । ପିଲା କଥାହେବା ବେଳେ ଆଖି ମିଶାଇ କଥା ହୋଇପାରନ୍ତି ନାହିଁ । ବାରମ୍ବାର ଆଖିକୁ କୁଣ୍ଡାଇହେବା, ଆଖି ଲାଲ ପଡିବା, ବାରମ୍ବାର ଆଖି ମିଟି ମିଟି କରିବା, ଅଧିକଥର ଆଖିକୁ କୁଣ୍ଡାଇବା, ଲାଇଟ୍‌କୁ ଚାହିଁ ନପାରିବା, ଆଖି ପୋଡାଜଳା ହେବା, ଆଖିକୁ ଜାଲିଜାଲି ଦେଖାଯିବା ଆଦି । ଏ ସମସ୍ତ ଲକ୍ଷଣ ପ୍ରାଥମିକ ହୋଇଥାଏ । ଯଦି ପିଲାର ଏପରି ଲକ୍ଷଣ ଦେଖୁଛନ୍ତି ତେବେ ତା ପାଖରେ ଡ୍ରାଏ ଆଇ ସମସ୍ୟା ଥିବାର ସମ୍ଭାବନା ରହିଛି । ତେଣୁ ତାକୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନିଅନ୍ତୁ । ଏହା ଅଧିକଦିନ ବିନା ଚିକିତ୍ସାରେ ରହିଲେ ପିଲାର ଦୃଷ୍ଟିଶକ୍ତି ଉପରେ ଖରାପ ପ୍ରବାବ ପଡିବାର ସମ୍ଭାବନା ରହିଛି ।
ଘରେ ରୁହନ୍ତୁ ସତର୍କ
ଏହି ସମସ୍ୟାର ସ୍ଥାୟୀ ଡାକ୍ତରୀ ଚିକିତ୍ସା ଅଛି, ହେଲେ କେତେକ ଘରୋଇ ଚିକିତ୍ସା ମଧ୍ୟ ରହିଛି । ଏହାକୁ ଫଲୋ କରିବାଦ୍ୱାରା ଆମେ ଆଖିର ସଠିକ୍‌ ଢଙ୍ଗରେ କେୟାର ନେଇପାରିବା । ସବୁବେଳେ ଧ୍ୟାନ ରଖନ୍ତୁ ଆଖି ପୋଡା ହେବା ଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ସିଗାରେଟ୍‌ କିମ୍ବା କୌଣସି ଧୂଆଁ ନିର୍ଗତ କରୁଥିବା କାର୍ଯ୍ୟ କରନ୍ତୁ ନାହିଁ । ପିଲାଙ୍କୁ ଏସବୁ ସ୍ଥାନରୁ ଦୂରରେ ରଖନ୍ତୁ । ସେହିଭଳି ଯେତେବେଳେ ପିଲାମାନେ ବାହାରକୁ ଯାଉଛନ୍ତି । ସେମାନଙ୍କୁ ସନଗ୍ଲାସ୍‌ ପିନ୍ଧାଇ କିମ୍ବା ଛତା ଦେଇ ଛାଡନ୍ତୁ । ଯେପରି ସେମାନଙ୍କ ଆଖି ସୂର୍ଯ୍ୟ, ପ୍ରଦୂଷଣ,ଧୂଳି ଆଦିରୁ ମୁକ୍ତ ରହିବ । ସେହିଭଳି ଯଦି ପାରୁଛନ୍ତି ପିଲାଙ୍କ ରୁମରେ ଗୋଟିଏ ହ୍ୟୁମିଡିଫାୟର ବା ବାୟୁ ଶୁଦ୍ଧକାରୀ ମେସିନ୍‌ ଲଗାନ୍ତୁ । ସେହିଭଳି ଏହି ମେସିନ୍‌ ସର୍ଭିସିଂ ମଧ୍ୟ କରନ୍ତୁ, ଯେପରି ଏହା ଭଲ କାମ କରିବ । ଯେତେବେଳେ ଆପଣଙ୍କ ପିଲା ଶୋଉଛି, ସେହି ସମୟରେ ଫ୍ୟାନ ବ୍ୟବହାର କମାନ୍ତୁ । ଏହା ସେମାନଙ୍କ ଆଖି ପାଇଁ କ୍ଷତିକାରକ ହୋଇଥାଏ । ଯଦି ଆପଣଙ୍କ ପିଲା କଣ୍ଟାକଫଲେନ୍ସ ବ୍ୟବହାର କରୁଛନ୍ତି ତେବେ ସେମାନଙ୍କ ଲେନ୍ସ କିଭଳି ହାଇଡ୍ରେଟ୍‌ ରହିବ ସେଥିପାଇଁ ବ୍ୟବସ୍ଥା କରନ୍ତୁ । ଯଦି ପିଲାଙ୍କର କୌଣସି ଆଖି ସମସ୍ୟା ରହିଛି, ତେବେ ତାଙ୍କ ମେଡିସିନ୍‌କୁ ଧ୍ୟାନର ସହ ତାଙ୍କୁ ଖାଇବାକୁ ଦିଅନ୍ତୁ । ଯଦି ମେଡିସିନ୍‌ ଜନିତ କୌଣସି ସମସ୍ୟା ରହିଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେହିଭଳି ପିଲାଙ୍କୁ ଫୋନ,ଲାପଟପ୍‌, କମ୍ପ୍ୟୁଟର ଆଦିର ବହୂଳ ବ୍ୟବହାରରୁ ଦୂରାନ୍ତୁ । ଯଦି ଏଗୁଡିକ ବ୍ୟବହାରର ଆବଶ୍ୟକତା ଅଛି, ତେବେ ମଝିରେ ମଝିରେ ବ୍ରେକ ନେଇ କାମ କରାନ୍ତୁ । ପିଲା ଯେପରି ଦୈନିକ ୮ଘଣ୍ଟାରୁ ଅଧିକ ବିଶ୍ରାମ ନେବ ସେ ନେଇ ସତର୍କ ରୁହନ୍ତୁ । ପର୍ଯ୍ୟାପ୍ତ ପରିମାଣର ନିଦ ସେମାନଙ୍କୁ ବିଭିନ୍ନ ଆଖି ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଘରେ ଯେତେ ବି ସତର୍କ ରହିଲେ ମଧ୍ୟ କୌଣସି ଲକ୍ଷଣ ଦେଖିବାକୁ ମିଳିଲେ ତୁରନ୍ତୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: