ଶୁଖିଲା କାଶ

ଶୁଖିଲା କାଶ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଲାଲ୍ ଚିନିର ଉପକାରିତା

ବର୍ତ୍ତମାନ ପରିବେଶ ପ୍ରଦୂଷଣ ଏବଂ ଋତୁ ପରିବର୍ତ୍ତନ ଯୋଗୁଁ ଶୁଖିଲା କାଶ ଏକ ସାଧାରଣ ସମସ୍ୟା ପାଲଟିଛି । ଶୁଖିଲା କାଶରେ କଫ ବାହାରି ନଥାଏ, ଯାହା ଫଳରେ ଗଳାରେ କଷ୍ଟ ଓ କୁଣ୍ଡେଇ ହେବା ପରି ଅନୁଭବ ହୁଏ । ଏହା ଅନେକ ସମୟରେ ଅତି ଯନ୍ତ୍ରଣାଦାୟକ ହୋଇଥାଏ, ବିଶେଷ କରି ରାତିରେ ଏହା ବଢ଼ିଯାଏ । ଆସନ୍ତୁ ଜାଣିବା କଣ ଏହାର କାରଣ ଓ ଲକ୍ଷଣ । ସେହିଭଳି ଯଦି ଏହା ଅଧିକ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର ରାଜ୍ୟରେ ବ୍ୟାନ ହେବନି ପାନ ମସଲା

 କାରଣ

ସମ୍ବନ୍ଧିତ ଖବର ଡିମେନସିଆ

ଭୂତାଣୁ ସଂକ୍ରମଣ କାରଣରୁ ଅନେକ ସମୟରେ ଥଣ୍ଡା ବା ଜ୍ବର ପରେ ଅନେକ ସମୟରେ ଶୁଖିଲା କାଶ ରହିଯାଏ । ବେଳେବେଳେ ଆଲର୍ଜି ଯେପରି ଧୂଳି, ଧୂଆଁ କିମ୍ବା ପରିବେଶରେ ଥିବା ପରାଗରେଣୁ ଯୋଗୁଁ ଆଲର୍ଜି ହୋଇ କାସ ହେବାର ଆଶଙ୍କା ରହିଥାଏ । ସେହିଭଳି ଶ୍ୱାସଜନିତ ସମସ୍ୟା ଥିଲେ ମଧ୍ୟ ଶୁଖିଲା କାଶ ଦେଖାଦିଏ। ଏହା ବ୍ୟତିତ ଏସିଡ୍ ରିଫ୍ଲକ୍ସ  ଅର୍ଥାତ ପେଟରୁ ଏସିଡ୍ ଗଳାକୁ ଆସିବା ଫଳରେ ଗଳାରେ ଜଳାପୋଡ଼ା ହୋଇ କାଶ ହୋଇଥାଏ । ପ୍ରଦୂଷଣ କାରଣରୁ ବାୟୁରେ ଥିବା ବିଷାକ୍ତ କଣିକା ଶ୍ୱାସନଳୀରେ ପ୍ରବେଶ କଲେ ଶୁଖିଲା କାଶ ହୁଏ।

ଲକ୍ଷଣ

 _ କାଶବା ବେଳେ କଫ ବାହାରିବା ନାହିଁ।

 

_ ଗଳାରେ ସବୁବେଳେ କିଛି ଲାଗିଲା ପରି ବା କୁଣ୍ଡେଇ ହେବା ପରି ଅନୁଭବ ହେବା।

 

_ ରାତିରେ କାଶର ପ୍ରଭାବ ବଢ଼ିବା।

 

_ କାସିବା ସମୟରେ ଛାତିରେ ସାମାନ୍ୟ କଷ୍ଟ ହେବା।

 

_ ସ୍ୱର ବସିଯିବା ବା ଗଳା ବସିଯିବା।

ଘରୋଇ ଉପଚାର

ଯଦି କାଶ ପ୍ରାଥମିକ ଅବସ୍ଥାରେ ଅଛି, ତେବେ ଏହି ଘରୋଇ ଉପାୟ ଅବଲମ୍ବନ କରିପାରିବେ ।  ଏକ ଚାମଚ ମହୁ ସହିତ ଅଦା ରସ ମିଶାଇ ଦିନକୁ ୨-୩ ଥର ଖାଆନ୍ତୁ। ମହୁ ଗଳାକୁ ଆରାମ ଦେଇଥାଏ।  ଉଷୁମ ପାଣିରେ ସାମାନ୍ୟ ଲୁଣ ମିଶାଇ ଗାର୍ଗଲ କଲେ ଗଳାର ସଂକ୍ରମଣ କମିଥାଏ। ଗରମ ପାଣିର ବାଷ୍ପ ନେଲେ ଶ୍ୱାସନଳୀ ଖୋଲିଯାଏ ଏବଂ କାସରୁ ଉପଶମ ମିଳେ। ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇଲେ ଏହା ଆଣ୍ଟି-ବାୟୋଟିକ ପରି କାମ କରେ।

ସାବଧାନତା

ପ୍ରଚୁର ପାଣି ପିଅନ୍ତୁ । ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଉଷୁମ ପାଣି ବା ତରଳ ପଦାର୍ଥ ପିଅନ୍ତୁ । ଧୂଳି ଓ ଧୂଆଁରୁ ଦୂରେଇ ରୁହନ୍ତୁ, ବାହାରକୁ ଗଲାବେଳେ ମାସ୍କ ବ୍ୟବହାର କରନ୍ତୁ । ଥଣ୍ଡା ଖାଦ୍ୟ ଖାଆନ୍ତୁ ନାହିଁ ଯେପରି ଆଇସକ୍ରିମ୍, ଫ୍ରିଜ୍ ପାଣି ବା ଅଧିକ ଥଣ୍ଡା ପଦାର୍ଥରୁ ଦୂରେଇ ରୁହନ୍ତୁ । ତେବେ ଯଦି କାଶ ଅଧିକ ଦିନ ଧରି ରହେ କିମ୍ବା କାସ ରହେ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags:

Related Posts

ବ୍ଲୋଟିଂ

ବ୍ଲୋଟିଂ

ଡିମେନସିଆ

ଡିମେନସିଆ