ମଦ୍ୟପାନ ଓ ମୁଣ୍ଡବିନ୍ଧା

ସମୟ ଲାଇଭ୍‍,୩୦/୧୦:  ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଠାରୁ ଆପଣ ଅନେକଥର ଶୁଣିବାକୁ ପାଇଥିବେ ଯେ ନିଶା ସେବନ କରିବା ପରେ ମୁଣ୍ଡ ଯନ୍ତ୍ରଣା ହୋଇଥାଏ। ଏଥରୁ ଜଣାପଡ଼ୁଅଛି କି ନିଶା ସେବନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ।ମଦ୍ୟପାନ ସେବନରୁ ଦୂରରେ ରୁହିବା ଦ୍ୱାରା ଆପଣଙ୍କ ଜୀବନ ସୁଖମୟ ହୋଇଥାଏ। ମଦ୍ୟପାନ ପରେ ଅନେକ କାରଣରୁ ମୁଣ୍ଡ ବ୍ୟଥା ହୋଇଥାଏ। ଯଦି ଆପଣ ବହୁତ ଆଲକହଲରେ କମ୍‍ ପାଣି ନେଉଛନ୍ତି ତା ହେଲେ ମୁଣ୍ଡ ବ୍ୟଥାର ସମସ୍ୟା ଦେଖାଯିବ। ମଦ୍ୟପାନ […]

Samaya Live Picture
Published On

ସମୟ ଲାଇଭ୍‍,୩୦/୧୦:  ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଠାରୁ ଆପଣ ଅନେକଥର ଶୁଣିବାକୁ ପାଇଥିବେ ଯେ ନିଶା ସେବନ କରିବା ପରେ ମୁଣ୍ଡ ଯନ୍ତ୍ରଣା ହୋଇଥାଏ। ଏଥରୁ ଜଣାପଡ଼ୁଅଛି କି ନିଶା ସେବନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ।ମଦ୍ୟପାନ ସେବନରୁ ଦୂରରେ ରୁହିବା ଦ୍ୱାରା ଆପଣଙ୍କ ଜୀବନ ସୁଖମୟ ହୋଇଥାଏ। ମଦ୍ୟପାନ ପରେ ଅନେକ କାରଣରୁ ମୁଣ୍ଡ ବ୍ୟଥା ହୋଇଥାଏ। ଯଦି ଆପଣ ବହୁତ ଆଲକହଲରେ କମ୍‍ ପାଣି ନେଉଛନ୍ତି ତା ହେଲେ ମୁଣ୍ଡ ବ୍ୟଥାର ସମସ୍ୟା ଦେଖାଯିବ। ମଦ୍ୟପାନ ପରେ ଯଦି ଆପଣ ମୁଣ୍ଡ ବ୍ୟଥା ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ମନେ ରଖିବାକୁ ହେବ ଯେ ଆପଣଙ୍କୁ କେତେ ମାତ୍ରାରେ ଡ଼୍ରିଙ୍କସ୍‍ କରିବାକୁ ପଡ଼ିବ। କେବଳ ବହୁ ମାତ୍ରାରେ ଡ଼୍ରିଙ୍କସ୍‍ କରିବା ଦ୍ୱାରା ମୁଣ୍ଡ ବ୍ୟଥା ହୋଇନଥାଏ ଅଳ୍ପ ମାତ୍ରାରେ ଡ଼୍ରିଙ୍କସ୍‍ କରିବା ଦ୍ୱାରା ମଧ୍ୟ ମୁଣ୍ଡ ବ୍ୟଥାର ରୋଗ ଦେଖାଯାଇଥାଏ।

ଜାଣନ୍ତୁ ଡ଼୍ରିଙ୍କସ୍‍ କରିବା ପରେ ମୁଣ୍ଡ ବ୍ୟଥାର କାରଣ :
୨୦୧୩ରେ ଏକ ସର୍ଭେ ରିପୋର୍ଟ ମୁତାବକ, ଏକ ଚତୁର୍ଥାଂଶରୁ ଅଧିକ ନିୟମିତ ଡ଼୍ରିଙ୍କସ୍‍ କରିବା ଲୋକ ମାନଙ୍କ ଠାରେ ହିଁ ମଦ୍ୟପାନ ପରେ ମୁଣ୍ଡ ବ୍ୟଥାର ସମସ୍ୟା ଦେଖାଯାଇଥାଏ। ତେବେ ମଦ୍ୟପାନ ପରେ ମୁଣ୍ଡ ବ୍ୟଥା ଏକ ସାଧାରଣ କଥା ଅଟେ। ବହୁ ମାତ୍ରାରେ ଆଲକହଲ୍‍ ସେବନ ଦ୍ୱାରା ହ୍ୟାଙ୍ଗ୍‍ଓଭର୍‍ ହୋଇଥାଏ ଯାହାଦ୍ୱାରା ମୁଣ୍ଡ ବ୍ୟଥା,ବାନ୍ତି,ଦୁର୍ବଳତା ଅନୁଭବ କରିବା ସହ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ। ଯେଉଁମାନେ ଆଲକହଲିକ୍‍ ହୋଇଥାନ୍ତି ସେହିମାନଙ୍କ ଠାରେ ହ୍ୟାଙ୍ଗ୍‍ଓଭର୍‍ର ସମସ୍ୟା ଦେଖାଯାଇଥାଏ।

ନିଶାଶକ୍ତ ବ୍ୟକ୍ତି ଅସ୍ଥିରମନା ହୋଇଥା’ନ୍ତି ଏବଂ ଏବଂ ଅନୁତାପ କରିବାରେ ଲାଗିଥାନ୍ତି। ଚିନ୍ତା ଏବଂ ଲଜ୍ୟା କାରଣରୁ ଏହି ଲୋକମାନେ ବିଷାଦର ଶିକାର ହୋଇଥାନ୍ତି।
ତେବେ ବିଶେଷଜ୍ଞଙ୍କ ମତାନୁସାରେ ମାଦକ ଦ୍ରବ୍ୟ ସେବନ ଦ୍ୱାରା ହେଉଥିବା ମୁଣ୍ଡବଥାର ମାଇଗ୍ରେନ୍‍ର ସମ୍ପର୍କ ନାହିଁଁ।

Tags: