ମଧୁମେହ
ଆଜିକାଲିର ଜୀବନଶୈଳୀ ଆମର ଅନେକ ରୋଗର କାରଣ ସାଜୁଛି । ଏହି କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ସେହି ରୋଗର ତାଲିକାରେ ମଧୁମେହ ସବୁଠାରୁ ଆଗରେ ରହିଛି । ବର୍ତ୍ତମାନ ମଧୁମେହ ବା ଡାଇବେଟିସ୍ ରୋଗ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଲୋକଙ୍କ ମନରେ ଚିନ୍ତା ମଧ୍ୟ ବଢୁଛି । ତେବେ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଏହି ରୋଗ ହେବାରୁ ରୋକିପାରିବ । ଏହି ଅବସ୍ଥାରେ ସ୍ୱାସ୍ଥ୍ୟ ସଚେତନ ହୋଇ ନିଜର ଖାଦ୍ୟପେୟରେ ନିୟନ୍ତ୍ରଣ ଓ ଜୀବନଶୈଳୀରେ କିଛି ଟା ପରିବର୍ତ୍ତନ କଲେ ସାରା ଜୀବନ ପାଇଁ ଡାଇବେଟିସ୍ର ଭୟ ରହିନଥାଏ ।
କେଉଁମାନଙ୍କୁ ହେବାର ସମ୍ଭାବନା ଅଧିକ
- ୪୫ ବର୍ଷରୁ କମ୍ ବୟସର ପୁରୁଷ
- ମେଦବହୁଳତା
- ବ୍ୟାୟାମ କରୁନଥିବା ବ୍ୟକ୍ତି
- ପରିବାରରେ କାହାକୁ ଡାଇବେଟିସ୍ ହୋଇଥିଲେ
- ଅଧିକ ଓଜନ ଶିଶୁ ଜନ୍ମ କରିଥିବା ମହିଳା
- ଉଚ୍ଚ ରକ୍ତଚାପ ରୋଗୀ
ରୁହନ୍ତୁ ଦୂରରେ
- ଖାଦ୍ୟପେୟରେ ପରିବର୍ତ୍ତନ କରନ୍ତୁ
- ତେଲ ମସଲାଯୁକ୍ତ ଏବଂ ଚର୍ବିଯୁକ୍ତ ଖାଦ୍ୟ କମ୍ ଖାଆନ୍ତୁ
- ଫାଷ୍ଟଫୁଡ୍, ମିଠା, କୋଲ୍ଡଡି୍ରିଙ୍କ୍ସ, ଛେଳି ମାଂସ, ଘିଅ, ବଟର, ଚିନି, ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ
- ଅଧିକ ପରିମାଣରେ ସବୁଜ ପନିପରିବା ଓ ଫଳ ଖାଆନ୍ତୁ
- ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ କରନ୍ତୁ
- ଓଜନ ଅଧିକ ଥିଲେ ଯଥାଶୀଘ୍ର ଓଜନ କମ୍ କରନ୍ତୁ
- ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ
- ମାନସିକ ଚାପଠାରୁ ଦୂରେଇ ରୁହନ୍ତୁ
- ଧୂମପାନ ଓ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ
ଏହିସବୁ ଛୋଟ ଛୋଟ ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଡାଇବେଟିସ୍ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ ।




